Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India-Pakistan War: ଭାରତୀୟ ସେନାକୁ ଫ୍ରି-ହାଣ୍ଡ, ଭୟରେ ଗୁଳି ବର୍ଷା କରୁଛି ପାକିସ୍ତାନ ! ଦେଖନ୍ତୁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: ଭାରତୀୟ ସେନାକୁ ଫ୍ରି-ହାଣ୍ଡ, ଭୟରେ ଗୁଳି ବର୍ଷା କରୁଛି ପାକିସ୍ତାନ ! ଦେଖନ୍ତୁ...

ଡରରେ କମ୍ପୁଛି ପାକିସ୍ତାନ । ଆତଙ୍କୀସ୍ତାନକୁ ଘାରିଛି ଯୁଦ୍ଧର ଭୟ । ନିୟନ୍ତ୍ରଣ ରେଖା ନିକଟରେ ବାରମ୍ବାର କରୁଛି ଅସ୍ତ୍ରବିରତି ଉଲ୍ଲଂଘନ । ଭାରତୀୟ ସେନା ବି ଦେଉଛି ମୁହତୋଡ଼ ଜବାବ । ପଞ୍ଜାବ-ପାକିସ୍ତାନ ସୀମାରେଖାରେ ବି ପାକିସ୍ତାନର ଡ୍ରୋନ ଉପରେ କଡ଼ା ନଜର । ଆଣ୍ଟି-ଡ୍ରୋନ ମୁତୟନ କରୁଛନ୍ତି ପଞ୍ଜାବ ସରକାର ।

ପହଲଗାମ ପ୍ରତିଶୋଧ ପାଇଁ ସେନାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ଣ୍ଣ ସ୍ବାଧୀନତା ପରେ ଏବେ ପ୍ରତି ମୁହୂର୍ତ୍ତରେ ଛାନିଆ ପାକିସ୍ତାନ। ଗତକାଲି ସକାଳ ପର୍ଯ୍ୟନ୍ତ ପାକିସ୍ତାନ ସେନା କେବଳ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଥିଲା । ଜମ୍ମୁର ପାରାଗୱାଲ ସେକ୍ଟରର ଅନ୍ତର୍ଜାତୀୟ ସୀମାରେ ଗତକାଲି ରାତିରେ ଗୁଳି ଚଳାଇ ଅସ୍ତ୍ରବିରତି ଉଲ୍ଲଂଘନ କରି ପରିସ୍ଥିତିକୁ ଆହୁରି ଖରାପ କରିଛନ୍ତି ପାକ୍‌ ସେନା। ସୀମାରେ ଲଗାତାର ଷଷ୍ଠ ଦିନ ପାଇଁ ଗୁଳିମାଡ଼ କରିଛି ପାକିସ୍ତାନ। ରାଜୌରୀ ଜିଲ୍ଲାର ନୌସେରା ଏବଂ ସୁନ୍ଦରବନି ସେକ୍ଟର, ଜମ୍ମୁର ଅଖନୁର ଏବଂ ପର୍ଗୱାଲ ସେକ୍ଟର, ବାରାମୁଲ୍ଲା ଏବଂ କୁପୱାରା ଜିଲ୍ଲାରେ ହୋଇଛି ଗୁଳିମାଡ଼ । ଏପଟେ ଭାରତୀୟ ସେନାର ସୈନ୍ୟମାନେ ବି ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି।

ପଞ୍ଜାବ-ପାକିସ୍ତାନ ସୀମାରେଖାରେ ବି ପାକିସ୍ତାନର ଡ୍ରୋନ ଉପରେ କଡ଼ା ନଜର। ପଞ୍ଜାବ-ପାକିସ୍ତାନ ସୀମାରେଖାରେ ଆଣ୍ଟି-ଡ୍ରୋନ ମୁତୟନ କରିଛନ୍ତି ପଞ୍ଜାବ ସରକାର। ପାକିସ୍ତାନରୁ ଡ୍ରୋନ୍ ମାଧ୍ୟମରେ ଆସୁଥିବା ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଉପରେ ନଜର ରଖିବା ସହ ଏହାକୁ ନଷ୍ଟ କରିବ ଏହି ଆଣ୍ଟି-ଡ୍ରୋନ ସିଷ୍ଟମ । ଏହି କୌଶଳ ଦ୍ବାରା ପୋଲିସ ଓ ସୁରକ୍ଷା ଏଜେନ୍ସି ଗୁଡ଼ିକ ମଧ୍ୟ ପାକିସ୍ତାନୀ ଡ୍ରୋନ ଅନୁପ୍ରବେଶକୁ ତୁରନ୍ତ ଟ୍ରାକ୍ କରିବା ସହ ଆଲର୍ଟ ହୋଇପାରିବେ।

ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ପ୍ରତିଶୋଧ ପାଇଁ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ଭାରତୀୟ ସେନା, ପାରା ୟୁନିଟ, ଜାମ୍ମୁ କାଶ୍ମୀର ପୋଲିସ ଏବଂ ସିଆରପିଏଫ ଆତଙ୍କବାଦୀଙ୍କ ବିରୋଧରେ କଡ଼ା ଅଭିଯାନ ଚଳାଇଛନ୍ତି । ଅନନ୍ତନାଗରେ ଉଚ୍ଚତମ ସ୍ଥାନମାନଙ୍କରେ ସେନା ସର୍ଚ୍ଚ ଅପରେସନକୁ ଜୋରଦାର କରିଛି । ପୁଲୱାମା, ସୋପିଆ, ତ୍ରାଲ ଆଦି ଇଲାକାରେ ଲସ୍କର ଏବଂ ଜୈସ ଭଳି ସଂଗଠନର ଆତଙ୍କୀଙ୍କୁ ସଫା କରିବାକୁ ତାଲିଥିବା ଅଭିଯାନକୁ ଜୋରଦାର କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored