ମା' ଶୈଲ ପୁତ୍ରିଙ୍କ ପାଦତଳେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି: ମୋଦୀ

ଅର୍ଗସ ବ୍ୟୁରୋ: ଦେଶ ବାସୀଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏକ୍ସରେ ଏନେଇ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ। ମା ଶୈଲ ପୁତ୍ରିଙ୍କ ପାଦତଳେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି! ମାତା ଦେବୀ ଦେଶର ସମସ୍ତ ପରିବାର ସଦସ୍ୟଙ୍କ ଜୀବନରେ ନୂତନ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାତାଙ୍କର ଏକ ସ୍ତୁତି ମଧ୍ୟ ନିଜର ସୋସିଆଲ ମିଡିଆ X ରେ ପୋଷ୍ଟ କରିଛନ୍ତି।
ଚୈତ୍ର ନବରାତ୍ରୀ ଅବସରରେ ବିଭିନ୍ନ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ସକାଳୁ ମାଆଙ୍କ ଦର୍ଶନ କରି ଆଶୀର୍ବାଦ ନେବାକୁ ମନ୍ଦିରରେ ଭିଡ ଲାଗିଛି। ଚୈତ୍ର ନବରାତ୍ରିର ପ୍ରଥମ ଦିବସ ବା ହିନ୍ଦୁ ନବବର୍ଷଠାରୁ ଏହି ଅଭିଯାନ ଆରମ୍ଭ ହୋଇଛି। ନବରାତ୍ରୀ 9 ଦିନରେ ମା ଦୁର୍ଗାଙ୍କର 9ଟି ସ୍ବରୂପକୁ ପୂଜା କରାଯାଏ। ଉଜ୍ଜନର ମହାକାଳ ମନ୍ଦିର, ଦିଲ୍ଲୀର ଛତରପୁର ମନ୍ଦିରରେ ଭକ୍ତଙ୍କ ବେଶ ଭିଡ ଲାଗିଛି।
ଅଧିକ ପଢ଼ନ୍ତୁ ଦେଶ ଖବର: