Donald Trump News / ପ୍ରଧାନମନ୍ତ୍ରୀ ମୋଦି ଓ ହିନ୍ଦୁ ଧର୍ମକୁ ଟାର୍ଗେଟ୍ କରି ଅଡ଼ୁଆରେ ଟ୍ରମ୍ପ ପ୍ରଶାସନ

Key Points
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆସନ ଟଳମଳ !
ମହଙ୍ଗା ପଡ଼ିଲା ଟ୍ରମ୍ପ ପ୍ରଶାସନର ଭାରତ ବିରୋଧୀ ନୀତି
ମୋଦିଙ୍କୁ ଅପମାନିତ କରି ଫସିଲେ ଟ୍ରମ୍ପଙ୍କ ସହଯୋଗୀ
ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଆମେରିକା ଏକପ୍ରକାର ଦୁଇଭାଗ ହୋଇଯାଇଛି। ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପ୍ରଶାସନର ମନ୍ତ୍ରୀମାନଙ୍କୁ ଭାରତକୁ ଅପମାନିତ କରୁଥିବାର ଦେଖି ଅନେକ ପ୍ରମୁଖ ଆମେରିକୀୟ ନେତା ଏବେ ଭାରତର ସମର୍ଥନରେ ଛିଡ଼ା ହେବାକୁ ପ୍ରସ୍ତୁତ ହୋଇଗଲେଣି. ଏବେ ତ ଖୋଦ୍ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏକଥା ମଧ୍ୟ କହିଦେଇଛନ୍ତି ଯେ ମୁଁ ଆମେରିକାର ରାଷ୍ଟ୍ରପତି ହେବା ପାଇଁ ପ୍ରସ୍ତୁତ ଅଛି। ତେବେ ଏ ପୂରା ମାମଲା କ'ଣ ଜାଣିବା ପୂର୍ବରୁ ଦେଖନ୍ତୁ ଏହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜା କରୁଥିବା ଏହି ଫଟୋକୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ରେଡ ଆଡଭାଇଜର୍ ତଥା ଟାରିଫ୍ ୱାର୍ ବା ଶୁଳ୍କ ଯୁଦ୍ଧ ଆରମ୍ଭ କରାଇଥିବା ପିଟର ନଭାରୋ ଭାରତ ଉପରେ ନିଜ ରାଗ ସୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହିନ୍ଦୁ ଧର୍ମକୁ ମଧ୍ୟ ଅପମାନିତ କରିଛନ୍ତି।
ପ୍ରକୃତରେ ଡୋନାଲ୍ଡ ଟ୍ରମ୍ପ ପିଟର ନଭାରୋଙ୍କୁ ଏକ ଦାୟିତ୍ବ ଦେଇଥିଲେ କି କୌଣସି ପ୍ରକାରେ ଭାରତ ସହିତ ଏକ ଏପରି ବ୍ୟବସାୟିକ ବୁଝାମଣା କର, ଯେମିତିକି ଏଥିରେ ଆମେରିକାକୁ ଅଧିକ ଫାଇଦା ହେବ। ଆଉ ପିଟର ନଭାରୋ ମଧ୍ୟ ଭାରତକୁ ଟାରିଫ୍ ଧମକ ଦେବାଠାରୁ ଆରମ୍ଭ କରି ନିଜର ଜିଦ୍ ଓ ଅହଙ୍କାର ସବୁ କିଛି ଦେଖାଇଲେ। କିନ୍ତୁ ଭାରତ ସରକାର ନଭାରୋଙ୍କୁ ବିଲକୁଲ ଗୁରୁତ୍ବ ଦେଲେନାହିଁ। ଯାହା ପରେ ଏହି ବ୍ୟକ୍ତି ଆରମ୍ଭ କରିଦେଇଛନ୍ତି ପାଗଳାମି। ପ୍ରଥମେ ତ ସେ ଋଷ-ୟୁକ୍ରେନ ଯୁଦ୍ଧକୁ ମୋଦି ୱାର ବୋଲି କହିବାକୁ ପଛାଇଲେନି। ଆଉ ତା'ପରେ ହିନ୍ଦୁ ଧର୍ମ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବି ଅପମାନିତ କଲାଭଳି କାମ କରିଦେଲେ। ପିଟର ନଭାରୋ ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ଅନେକ ଟ୍ବିଟ୍ କଲେ। ଏଥିରୁ ଗୋଟିଏ ଟ୍ବିଟରେ ସେ ଜାଣିଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜା କରୁଥିବାର ଏକ ଫଟୋ ବି ପୋଷ୍ଟ କରିଦେଲେ। ଏହି ଫଟୋକୁ ପୋଷ୍ଟ କରିବାର ଅର୍ଥ ଥିଲା ଭାରତର ପ୍ରଧାନମନ୍ତ୍ରୀ ଓ ହିନ୍ଦୁ ଧର୍ମର ଅପମାନ କରିବା। ପିଟର ନଭାରୋ ଏହି ପୋଷ୍ଟରେ ଲେଖିଛନ୍ତି କି ବାଇଡେନ୍ ପ୍ରଶାସନ ଭାରତର ଏ ପାଗଳାମିକୁ ଅଣଦେଖା କେମିତି କରିପାରିଲେ। ବାଇଡେନ୍ ଆକ୍ସନ୍ ନେଇନଥିଲେ, କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପ ଏହାର ମୁକାବିଲା କରୁଛନ୍ତି। ଆମେ ଭାରତକୁ ସିଧା ଜବାବ ଦେଉଛୁ।
📱 Get Argus News App
✨ତେବେ ଏଭଳି ଟ୍ବିଟ୍ କରି ପିଟର ନଭାରୋ ଭାରତ ସହିତ ପ୍ରଧାନମନ୍ତ୍ରୀ ମୋଦି ଓ ହିନ୍ଦୁ ଧର୍ମ ଉପରେ ନିଜର ରାଗ ତ ସୁଝାଇଦେଲେ, କିନ୍ତୁ ସେ ଜାଣିନଥିଲେ ଯେ ଏଭଳି କାମ କରି ସେ କେତେ ବଡ଼ ବୋକାମି କରୁଛନ୍ତି। କାରଣ ନଭାରୋଙ୍କ ଏଭଳି କାମ ତାଙ୍କ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଆହୁରି ଅଡ଼ୁଆ ସୃଷ୍ଟି କରିଛି। ପରିସ୍ଥିତି ଏମିତି ହୋଇଛି କି ଏବେ ଆମେରିକାରେ ବି ସ୍ବର ଉଠିଲାଣି ଯେ ଏବେ ଟ୍ରମ୍ପ ଆଉ ଅଧିକ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିପାରିବେ ନାହିଁ। ଡୋନାଲ୍ଡ ଟ୍ରମ୍ପଙ୍କ ପାଗଳାମି ଦ୍ବାରା ବ୍ୟସ୍ତ ବିବ୍ରତ ହୋଇପଡିଥିବା ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଏକଥା କହିବାକୁ ପଛାଇନାହାଁନ୍ତି ଯେ ଏବେ ସେ ଆମେରିକାର ରାଷ୍ଟ୍ରପତି ହେବା ପାଇଁ ପ୍ରସ୍ତୁତ ଅଛନ୍ତି।
ପ୍ରଥମେ ତ ଆମେରିକାର ବୈଦେଶିକ ନୀତିକୁ ରୂପରେଖ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ହାଉସ ଫରେନ୍ ଆଫେୟାର୍ସ କମିଟି ହିଁ ନିଜ ରାଷ୍ଟ୍ରପତି ଟ୍ରମ୍ପଙ୍କ ବୈଦେଶିକ ନୀତିକୁ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଦେଇଛି। ଏହି କମିଟି ସୋସିଆଲ ମିଡିଆରେ ପୋଷ୍ଟ କରି କହିଛି ଯେ, ଡୋନାଲ୍ଡ ଟ୍ରମ୍ପ ଜାଣିଶୁଣି ଭାରତକୁ ଟାର୍ଗେଟ୍ କରୁଛନ୍ତି। ଏହା ଦ୍ବାରା ଆମେରିକାକୁ ହିଁ କ୍ଷତି ସହିବାକୁ ପଡ଼ିବ। ହାଉସ ଫରେନ୍ ଆଫେୟାର୍ସ କମିଟି ଆହୁରି କହିଛି ଯେ ଚୀନ ଏବଂ ଅନ୍ୟ ଦେଶ ବି ଋଷଠାରୁ ପ୍ରଚୁର ମାତ୍ରାରେ ତେଲ କିଣୁଛନ୍ତି। କିନ୍ତୁ ଟାର୍ଗେଟ୍ କେବଳ ଭାରତକୁ ହିଁ କରାଯାଉଛି। ଏହାର ମୂଲ୍ୟ ଆମେରିକାକୁ ବି ଦେବାକୁ ପଡ଼ିବ।
ଏହା ପରେ ଜଣେ ବିଶିଷ୍ଟ ଆମେରିକୀୟ ଅର୍ଥନୀତିଜ୍ଞ ରିଚାର୍ଡ ଡି. ୱଲ୍ଫ ଏକ ସାକ୍ଷାତକାର ଦେଇ ନିଜ ସରକାରଙ୍କୁ ହିଁ ଆକ୍ଷେପ କରିଛନ୍ତି। ୱଲ୍ଫ କହିଛନ୍ତି, ମୂଷା ଭଳି ଆମେରିକା ହାତୀ ଭଳି ଭାରତ ସହ ଲଢ଼ିବାକୁ ଚେଷ୍ଟା କରୁଛି। ଏହା ତ ପୂରାପୂରି ପାଗଳାମି। ଏହା ପରେ ୱଲ୍ଫ ଆହୁରି କହିଛନ୍ତି କି ଆମେରିକା ନିଜ ଗୋଡ଼ରେ କୁରାଢ଼ୀ ମାରୁଛି। ଆମେରିକାର ନୀତି ଯୋଗୁଁ ଏବେ ଭାରତ ବ୍ରିକ୍ସ ଦେଶଗୁଡ଼ିକୁ ନିଜର ସାମଗ୍ରୀ ବିକ୍ରି କରିବ। ଯାହା ଫଳରେ ବ୍ରିକ୍ସ ସଙ୍ଗଠନ ଆହୁରି ମଜବୁତ ହୋଇଯିବ। ତେବେ ଡୋନାଲ୍ଡ ଟ୍ରମ୍ପ ଓ ପିଟର ନଭାରୋଙ୍କ ପ୍ରତି ବିରୋଧ ବଢୁଥିବା ଦେଖି ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଏକ ସାଙ୍ଘାତିକ ବୟାନ ଦେଇଛନ୍ତି। ଟ୍ରମ୍ପଙ୍କ ବିଗିଡୁଥିବା ସ୍ବାସ୍ଥ୍ୟକୁ ନେଇ ଭାନ୍ସ କହିଛନ୍ତି, ଯଦି ତାଙ୍କର କିଛି ସମସ୍ୟା ହୁଏ, ତେବେ ସେ ନିଜେ ଆମେରିକାର ରାଷ୍ଟ୍ରପତି ହେବା ପାଇଁ ପ୍ରସ୍ତୁତ ଅଛନ୍ତି। ଯଦିଓ ସେ ଏକଥା ବି କହିଛନ୍ତି କି ମୋତେ ଲାଗୁଛି, ଡୋନାଲ୍ଡ ଟ୍ରମ୍ପ ନିଜର ୪ ବର୍ଷ ପୂରଣ କରିଦେବେ। ତେବେ ସେ ଯାହା ବି ହେଉ, ଉପରାଷ୍ଟ୍ରପତି ଜେଡି ଭାନ୍ସ ନିଜ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତି ଏଭଳି ଆକ୍ଷେପ ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିମାନଙ୍କ ବୟାନରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ତାଙ୍କ ପ୍ରଶାସନର ଅନେକ ନେତାଙ୍କ ସହିତ ଦେଶର ବିଶିଷ୍ଟ ବ୍ୟକ୍ତିମାନେ ବି ଅସନ୍ତୁଷ୍ଟ ଅଛନ୍ତି। ତେଣୁ ଭାରତକୁ ଟାର୍ଗେଟ୍ କରି ଏବେ ଏକପ୍ରକାର ଫସିଯାଇଛନ୍ତି ଆମେରିକା ରାଷ୍ଟ୍ରପତି।
Related Topics
Explore more stories