ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଆଲୋଚନା କରିଛନ୍ତି ମୋଦି
·2 years ago

ଅର୍ଗସ ବ୍ୟୁରୋ: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଆଲୋଚନା କରିଛନ୍ତି । ଯୁଦ୍ଧକୁ ଶୀଘ୍ର ଶେଷ କରିବାକୁ ଭାରତ ସମ୍ପୂର୍ଣ୍ଣ ସମର୍ଥନ ଦେବା ସହ ବିଭିନ୍ନ କ୍ଷେତ୍ରରେ ଭାରତ-ୟୁକ୍ରେନ ଭାଗିଦାରୀକୁ ମଜବୁତ କରିବାକୁ ଭାରତର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି । ଶାନ୍ତିପୂର୍ଣ୍ଣ ସମାଧାନ ତଥା ବିବାଦର ଅନ୍ତ ଘଟାଇବାକୁ ଲକ୍ଷ୍ୟ ରଖିଥିବା ପଦକ୍ଷେପ ପାଇଁ ସେ ଭାରତର ନିରନ୍ତର ସମର୍ଥନ ଜଣାଇଛନ୍ତି । ୟୁକ୍ରେନକୁ ଲକ୍ଷ୍ୟମୂଳକ ମାନବିକ ସହାୟତା ଯୋଗାଇବା ପାଇଁ ଭାରତର ପ୍ରତିବଦ୍ଧତାକୁ ଏହି ବାର୍ତ୍ତାଳାପରେ ଦୋହରାଇଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: