Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

AI ଆକ୍ସନ୍ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି

Sushanta Sahoo
Browse all articles by Sushanta Sahoo
·1 year ago·1 min read
AI ଆକ୍ସନ୍ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି

Key Points

୨ ଦିନିଆ ପ୍ୟାରିସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଆମେରିକା ଉପରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସରେ ପହଞ୍ଚିଛନ୍ତି । ସେଠାରେ ମୋଦିଙ୍କୁ ଏଲିସି ପ୍ୟାଲେସରେ ଭବ୍ୟ ସ୍ଵାଗତ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରନ । ଏଲିସି ପ୍ୟାଲେସରେ ମୋଦି ରାତ୍ରୀଭୋଜନ କରିବା ସହ ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ମଜଭୁତ୍ ନେଇ ଆଲୋଚନା କରିଛନ୍ତି । 


୨ ଦିନିଆ ପ୍ୟାରିସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଆମେରିକା ଉପରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏନ୍ ମାକ୍ରନଙ୍କ ସହ ମୋଦି ଏଆଇ ଆକ୍ସନ ଶିଖର ସମ୍ମିଳନୀର ତୃତୀୟ ସଂସ୍କରଣରେ ସହ ଅଧ୍ୟକ୍ଷତା କରିବେ ।


ମାକ୍ରନଙ୍କ ସହ ଆଲୋଚନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆରେ ଫଟୋ ସେୟାର କରିଛନ୍ତି । ଲେଖିଛନ୍ତି ପ୍ୟାରିସରେ ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରନଙ୍କୁ ଭେଟି ଖୁସି ଲାଗୁଛି । ବିମାନବନ୍ଦରରେ ମୋଦି ପହଞ୍ଚିବା ପରେ ସେଠାରେ ପ୍ରବାସୀ ଭାରତୀୟ ଜୋରଦାର ସ୍ଵାଗତ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ୟାରିସ ଏଆଇ ଶିଖର ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଏଆଇ ଗଭର୍ଣ୍ଣାସକୁ ମଜଭୁତ କରିବା ଲାଗି ଗ୍ଲୋବାଲ ଗଭର୍ଣ୍ଣାସ୍ ମଡେଲର ଧ୍ୟାନ କେନ୍ଦ୍ରିତ କରିବା । ଯେମିତି ବିଶ୍ଵବ୍ୟାପୀ ୟୁଜର୍ସଙ୍କ ଲାଗି ସୁରକ୍ଷିତ ଓ ପାରଦର୍ଶୀ ଏଆଇ ସୁନିଶ୍ଚିତ କରାଯାଇ ପାରିବ । ଏଆଇର ମିଳିତ ରିସର୍ଚ୍ଚ ଓ ବିକାଶକୁ ପ୍ରୋତ୍ସାହନ ଦେବା ଉପରେ ସମ୍ମିଳନୀ ଗୁରୁତ୍ଵ ଦେଉଛି ।


ଚୀନ ଷ୍ଟାର୍ଟଅପ୍ ଡିପସିକ କମ୍ ମୂଲ୍ୟରେ ସଠିକ୍ ଏଆଇ ଉତ୍ପାଦ ଆଣି ସମକକ୍ଷ ଆମେରିକାର ଚାଟ-ଜିପିଟିକୁ ଟକ୍କର ଦେଉଛି । ଆଉ ଏହି ସମୟରେ ପ୍ୟାରିସ୍‌ରେ ହେଉଥିବା ଏଆଇ ସମ୍ମିଳନୀ ଉପରେ ଆମେରିକା ସମେତ ସାରା ବିଶ୍ଵ ନଜର ରଖିଛି ।

Sponsored