Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ମୋଦିଙ୍କ ଜାମ୍ମୁ ଓ କାଶ୍ମୀର ଗସ୍ତ କାର୍ଯ୍ୟକ୍ରମ

National

ଆଜି ମୋଦିଙ୍କ ଜାମ୍ମୁ ଓ କାଶ୍ମୀର ଗସ୍ତ କାର୍ଯ୍ୟକ୍ରମ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜି ମୋଦିଙ୍କ ଜାମ୍ମୁ ଓ କାଶ୍ମୀର ଗସ୍ତ କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ: କାଶ୍ମୀରକୁ ମିଳିବ ବଡ଼ ଉପହାର । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାମ୍ମୁ ଓ କାଶ୍ମୀର ଗସ୍ତ କାର୍ଯ୍ୟକ୍ରମ । ଦିନ 11ଟା 30ରେ ଜାମ୍ମୁର ମୌଲାନା ଆଜାଦ ଷ୍ଟାଡିୟମରେ ଆୟୋଜିତ ଜନସଭାକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଏହାସହ ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଜାମ୍ମୁ ଏମ୍ସ ଉଦଘାଟନ ସହ 3ଟି IIM ଲୋକାର୍ପିତ କରିବେ ମୋଦି । 2019ରେ ଜମ୍ମୁ ଏମ୍ସର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏବେ ଜାମ୍ମୁକୁ ଏମ୍ସ ଉପହାର ମିଳିବାକୁ ଯାଉଛି ।

ଏହାସହ ପ୍ରଧାନମନ୍ତ୍ରୀ 30 ହଜାର 5 ଶହ କୋଟି ମୂଲ୍ୟର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ । ପ୍ରକଳ୍ପ ମଧ୍ୟରେ ଉଭୟ ଜାମ୍ମୁ ଓ କାଶ୍ମୀରରେ ସ୍ବାସ୍ଥ୍ୟ, ଶିକ୍ଷା, ରେଳ, ସଡ଼କ ପଥ, ବିମାନ ବନ୍ଦର ସହ ପ୍ରେଟ୍ରୋଲିଅମ ଓ ଗ୍ୟାସ୍ ପ୍ରକଳ୍ପ ରହିଛି । ଆଜି ପିଏମ ମୋଦି ବିକଶିତ ଭାରତ ବିକଶିତ ଜାମ୍ମୁ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
PM Modi in Jammu today | Argus News