Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ର ଅଷ୍ଟମ ସଂସ୍କରଣକୁ ଉଦଘାଟନ କଲେ ମୋଦି

Smruti Parija
Browse all articles by Smruti Parija
·1 year ago·1 min read
ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ର ଅଷ୍ଟମ ସଂସ୍କରଣକୁ ଉଦଘାଟନ କଲେ ମୋଦି

ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀ ଭାରତ ମଣ୍ଡପମଠାରେ ଆୟୋଜିତ ହୋଇଛି INTERNATIONAL TELECOMMUNICATION UNION- WTSA 2024 । ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ର ଅଷ୍ଟମ ସଂସ୍କରଣକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଇଣ୍ଡିଆ ମୋବାଇଲ କଂଗ୍ରେସର ଅଷ୍ଟମ ସଂସ୍କରଣର ବିଷୟବସ୍ତୁ ହେଉଛି "ଦି ଫ୍ୟୁଚର ଇଜ୍ ନାଓ" । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଡିଜିଟାଲ ଫାଷ୍ଟ ହିଁ ଆମର ଲକ୍ଷ୍ୟ ହେବା ଉଚିତ୍ । ଭାରତରେ ଏବେ ୨୦୦ରୁ ଅଧିକ ମୋବାଇଲ୍ ମାନ୍ୟୁଫାକ୍ଚରିଂ ୟୁନିଟ୍ । 

ଭାରତରେ ସେମିକଣ୍ଡକ୍ଟର୍ ଇକୋ ସିଷ୍ଟମ୍ ଉପରେ ବି ବିନିଯୋଗ ହେଉଛି । ଭାରତ ଏବେ ବିଶ୍ବର ଦ୍ବିତୀୟ ବୃହତ୍ 5G ମାର୍କେଟ୍ । ଭାରତରେ ଟେଲିକମ୍ ସେକ୍ଟରର ରିଫର୍ମ ଅକଳ୍ପନୀୟ । UPI ପେମେଣ୍ଟ ବ୍ୟବସ୍ଥା ବହୁ କମ୍ପାନୀଙ୍କୁ ସୁଯୋଗ ଦେଇଛି । ଭାରତ UPI ସହ ସମ୍ପର୍କିତ ଅନୁଭୂତି ସବୁ ଦେଶଙ୍କୁ ଜଣାଇବ । ଭାରତ ୱିମେନ୍ ଲେଡ୍ ଡେଭଲପମେଣ୍ଟ ଉପରେ କାମ କରୁଛି । ପ୍ରଥମ ଥର ପାଇଁ ITU-WTSA, ଭାରତ ଏବଂ ଏସିଆ-ପ୍ରଶାନ୍ତ ମହାସାଗରୀୟ ଦ୍ବାରା ଆୟୋଜିତ ହୋଇଛି ଏପରି କାର୍ଯ୍ୟକ୍ରମ । 

ଯେଉଁଥିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଜିଓ କମ୍ପାନୀ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ସାମିଲ୍ ହୋଇଛନ୍ତି । ଏଥିସହ ୧୯୦ରୁ ଅଧିକ ଦେଶର ୩ ହଜାର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । ଡବ୍ଲୁଟିଏସଏ ୨୦୨୪ ଦେଶମାନଙ୍କୁ ୬ଜି, ଏଆଇ, ଆଇଓଟି, ବିଗ୍ ଡାଟା, ସାଇବର ସିକ୍ୟୁରିଟି ଇତ୍ୟାଦି ପରବର୍ତ୍ତୀ ପିଢ଼ିର ଗୁରୁତ୍ବପୂର୍ଣ୍ଣ ଜ୍ଞାନକୌଶଳର ମାନଦଣ୍ଡ ଉପରେ ଆଲୋଚନା ଏବଂ ନିର୍ଣ୍ଣୟ କରିବା ପାଇଁ ପ୍ଲାଟଫର୍ମ ପ୍ରଦାନ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...
 

Sponsored