ରାଜସ୍ଥାନରେ ୧୦୩ଟି ଅମୃତ ଭାରତ ଷ୍ଟେସନର ଶୁଭାରମ୍ଭ କଲେ ମୋଦି

Key Points
ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜସ୍ଥାନ ଗସ୍ତ
୧୦୩ଟି ଅମୃତ ଭାରତ ଷ୍ଟେସନର ଉଦଘାଟନ
ରାଜସ୍ଥାନକୁ ୨୬ ହଜାର କୋଟିର ପ୍ରକଳ୍ପ ଭେଟି
୧୦୩ଟି ଅମୃତ ଭାରତ ଷ୍ଟେସନର ଶୁଭାରମ୍ଭ କଲେ ମୋଦି
୧୦୩ ଷ୍ଟେସନ ମଧ୍ୟରେ ୟୁପିରେ ୧୯ଟି ଷ୍ଟେସନ
ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜସ୍ଥାନ ଗସ୍ତ। ରାଜସ୍ଥାନର ବିକାନେରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରେସନ ସିନ୍ଦୂର ପରେ ପ୍ରଥମଥର ଲାଗି ଭାରତ-ପାକିସ୍ତାନ ସୀମାରେ ପହଞ୍ଚିଛନ୍ତି ମୋଦି। ବିକାନେରରେ ନାଲା ଏୟାରବେଶରେ ସକାଳ ସାଢ଼େ 9ଟାରେ ପହଞ୍ଚିବା ପରେ ମୋଦି କରଣି ମାତା ମନ୍ଦିର ଗସ୍ତ କରି ସେଠାରେ ପୂଜାର୍ଚ୍ଚନା କରିଥିଲେ।
ଏହାପରେ ସେ ଦେଶନୋକ ରେଳ ଷ୍ଟେସନର ଲୋକାର୍ପଣ କରିଛନ୍ତି। ତା'ପରେ ପଲାନା ଓ ବିକାନେରରେ ୨୬ ହଜାର କୋଟିର ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଭିତିପ୍ରସ୍ତର ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୬ଟି ଜିଲ୍ଲାରେ ପୁନର୍ଗଠିତ ୧୦୩ଟି ଅମୃତ ଭାରତ ଷ୍ଟେସନର ଉଦଘାଟନ କରିଛନ୍ତି ମୋଦି । ପଲାନାରେ ଆୟୋଜିତ ସାଧାରଣ ସଭାରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ଡିଡବାନା କୁଚମାନର ବିକାନେର ଓ ନାବାରେ ଥିବା ସୌର ପ୍ରକଳ୍ପ ସହ ପାର୍ଟ ବି ପାବାର ଗ୍ରୀଡ ସିରୋହୀ ଟ୍ରାନ୍ସମିଶନ ଲିମିଟେଡ ଓ ପାର୍ଟ ଇ ପାବାରଗ୍ରୀଡ ମେବାର ଟ୍ରାନ୍ସମିଶନ ଲିମିଟେଡର ବି ପ୍ରଧାନମନ୍ତ୍ରୀ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ବିକାନେରର ସୌର ପ୍ରକଳ୍ପ, ନିମଚ ପାବାରଗ୍ରୀଡ ଫତେଗଡ-୨ ପାବାର ଷ୍ଟେସନର ଲୋକାର୍ପଣ ହୋଇଛି ।