Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଡଭାଣ୍ଟେଜ୍ ଆସାମ 2.0 ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଡଭାଣ୍ଟେଜ୍ ଆସାମ 2.0 ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଗୌହାଟୀର ଖାନପାରାଠାରେ ଦୁଇ ଦିନିଆ ଆଡଭାଣ୍ଟେଜ ଆସାମ 2.0 ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀ 2025କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦି କହିଛନ୍ତି, ଆସାମରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ, ଆସାମର ଅର୍ଥନୀତିର ମୂଲ୍ୟ ଦ୍ୱିଗୁଣିତ ହୋଇ 6 ଲକ୍ଷ କୋଟି ଟଙ୍କା ହୋଇଛି । ଏହା ଡବଲ ଇଞ୍ଜିନ ସରକାରର ପ୍ରଭାବ । ପୂର୍ବ ଭାରତ ଏବଂ ଉତ୍ତର-ପୂର୍ବର ପବିତ୍ର ଭୂମିରେ ଆଜି ଏକ ନୂତନ ଭବିଷ୍ୟତ ଆରମ୍ଭ ହେଉଛି ।


ଆଡଭାଣ୍ଟେଜ ଆସାମ 2.0 ହେଉଛି ସମଗ୍ର ବିଶ୍ୱକୁ ଆସାମର ସମ୍ଭାବନା ଏବଂ ପ୍ରଗତି ସହିତ ଯୋଡ଼ିବା ପାଇଁ ଏକ ମହା ଅଭିଯାନ । ଆଜି, ଯେତେବେଳେ ଆମ ଦେଶ ଭାରତ ବିକାଶ ଆଡ଼କୁ ଆଗକୁ ବଢ଼ୁଛି, ପୁଣିଥରେ ଆମର ଉତ୍ତର-ପୂର୍ବ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି । ପୂର୍ବ ଏସିଆ ସହିତ ଆମର ସଂଯୋଗ ନିରନ୍ତର ମଜବୁତ ହେଉଥିବା କହିଛନ୍ତି ପିଏମ୍ । ଆଜିର ସମ୍ମିଳନୀରେ ବିଭିନ୍ନ ଆନ୍ତର୍ଜାତିକ ସଙ୍ଗଠନ, ୱାଲ୍ଟ ଲିଡର ଏବଂ ନିବେଶକ, ପଲିସି ମେକର , ଉଦ୍ୟୋଗ ବିଶେଷଜ୍ଞ, ଷ୍ଟାର୍ଟ ଅପ୍ ଏବଂ ଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ । ଦୁଇ ଦିନିଆ ଆସାମ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi inaugurates Advantage Assam 2.0 Investment and Infrastructure Summit | Argus News