Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ସୁଦୂର ମଧ୍ୟ ପ୍ରାଚ୍ୟରେ ପୂଜା ପାଇଲେ ହିନ୍ଦୁ ଧର୍ମର ଦେବାଦେବୀ

National

 ସୁଦୂର ମଧ୍ୟ ପ୍ରାଚ୍ୟରେ ପୂଜା ପାଇଲେ ହିନ୍ଦୁ ଧର୍ମର ଦେବାଦେବୀ

Manini Pattanayak
Browse all articles by Manini Pattanayak
·2 years ago·2 min read
 ସୁଦୂର ମଧ୍ୟ ପ୍ରାଚ୍ୟରେ ପୂଜା ପାଇଲେ ହିନ୍ଦୁ ଧର୍ମର ଦେବାଦେବୀ

ନୂଆଦିଲ୍ଲୀ:  ସୁଦୂର ମଧ୍ୟ ପ୍ରାଚ୍ୟରେ ପୂଜା ପାଇଲେ ହିନ୍ଦୁ ଧର୍ମର ଦେବାଦେବୀ। 27ଏକର ଜମିରେ ନିର୍ମାଣ ହୋଇଛି ବାପ୍ସ ହିନ୍ଦୁ ମନ୍ଦିର। ସ୍ବାମୀ ନାରାୟାଣଙ୍କ ସହ ପ୍ରଭୁ ଶ୍ରୀରାମ ଏବଂ ଜଗତର ନାଥ ଜଗନ୍ନାଥ ମନ୍ଦିର ମଧ୍ୟ ନିର୍ମାଣ ହୋଇଛି। ଆରବ ଦେଶରେ ସର୍ବବୃହତ୍ତମ ମନ୍ଦିରକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁଏଇ ଏବଂ ଭାରତର ସମ୍ପର୍କର ପ୍ରତୀକ ଏହି ମନ୍ଦିର। ପିଏମ ମୋଦିଙ୍କ ପ୍ରଥମ ୟୁଏଇ ଗସ୍ତରେ ସଂଯୁକ୍ତ ଆରବ ଏମିରେଟ୍ସ ସରକାର ତାଙ୍କୁ ଏହି ଜାଗା ଉପହାର ସଦୃଶ ଦେଇଥିଲେ। ଆଉ ୨୭ ଏକର ଜମିରେ ନିର୍ମିତ ମନ୍ଦିର ଭାରତୀୟ ସଂସ୍କୃତି ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପରିଚୟର ଏକ ନିଆରା ମିଶ୍ରଣ ଅଟେ। ଯାହା ଭାରତର କୁଟନୈତିକ ବିଜୟର ଏକ ଉଦାହରଣ। 

ମାର୍ଚ୍ଚ 1ରେ ସର୍ବସାଧାରଣ ଦର୍ଶନ ଲାଗି ଖୋଲାଯିବ ବାପ୍ସ ମନ୍ଦିର । ବିଦେଶ ମାଟିରେ ଭାରତୀୟ ସଂସ୍କୃତି, ପରାମ୍ପରା ଓ ଐତିହ୍ୟର ଝଲକ । ଏହି ମନ୍ଦିର ଭାରତୀୟ ସଂସ୍କୃତି ଓ ୟୁଏଇର ପରିଚୟର ପ୍ରତୀକ । 108 ଫୁଟ ବିଶିଷ୍ଟ 7ଟି ଉଚ୍ଚ ଟାଓ୍ବାରରେ ନିର୍ମିତ ଏହି ମନ୍ଦିର ୟୁଏଇର ଏମିରେଟ୍ସର ପ୍ରତୀକ । ମନ୍ଦିର ଭିତରର ଗମ୍ବୁଜରେ ରହିଛି ପଞ୍ଚତତ୍ତ୍ୱର ଝଲକ । ଯାହା ପ୍ରକୃତି ସହ ବଞ୍ଚିବାର ସୁସମ୍ପର୍କକୁ ପ୍ରତିଫଳିତ କରୁଛି । ମନ୍ଦିର କମ୍ପ୍ଲେକ୍ସରେ ଥିବା ଜଳ ଭଣ୍ଡାର ଭାରତର ପ୍ରମୁଖ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀକୁ ସୂଚାଉଛି । ମନ୍ଦିରରେ ଭାରତୀୟ ସଂସ୍କୃତିର ପ୍ରତୀକ ହାତୀ, ମୟୂର ଏବଂ ଗାଈର ପ୍ରତିମୂର୍ତ୍ତି ଖୋଦନ କରଯାଇଥିବାବେଳେ ଆରବ ସଂସ୍କୃତିର ପ୍ରତୀକ କୃଷସାର ମୃଗ, ଓଟ ଏବଂ ଚିଲ(ବାଜ)ର ଚିତ୍ର ମଧ୍ୟ ଖୋଦିତ ହୋଇଛି । ବାପ୍ସ ମନ୍ଦିରରେ ହିନ୍ଦୁ ଧର୍ମର ସମସ୍ତ ଦେବାଦେବୀଙ୍କ ମୂର୍ତ୍ତି ପୂଜା ପାଇବ । ପୂରା ରୀତିନୀତି ସହ ହେବ ପୂଜାର୍ଚ୍ଚନା ।

୭୦୦ କୋଟି ଟଙ୍କାରେ ନିର୍ମିତ ମନ୍ଦିର ଗୋଲାପୀ ରଙ୍ଗ ମାର୍ବଲ ଏବଂ ବାଲୁକା ପଥରରେ ତିଆରି କରାଯାଇଛି । ଯାହାକି ରାଜସ୍ଥାନରୁ ଆସିଛି। କେବଳ ଏତିକି ନୁହେଁ  ମନ୍ଦିର କାନ୍ଥରେ ଖୋଦିତ ହୋଇଛି କଳିଙ୍ଗର କଳା ସଂସ୍କୃତି ଓ ଐତିହ୍ୟ । ପ୍ରଥମ ଥର ପାଇଁ ଆବୁଧାବିରେ ନିର୍ମାଣ ହୋଇଥିବା ସ୍ବାମୀ ନାରାୟଣ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ପୂଜା ପାଇଲେ। ବିଶ୍ବନିୟନ୍ତାଙ୍କୁ ୟୁଏଇରେ ବି ଦର୍ଶନ କରିପାରିବେ ବିଶ୍ବବାସୀ ।  ମହାପ୍ରଭୁ ଶ୍ରୀ ଜଗନ୍ନାଥ ୟୁଏଇର ସର୍ବ ବୃହତ୍ତ ମନ୍ଦିରେ ପୂଜା ପାଇଛନ୍ତି। ଯାହାକୁ ନେଇ ପ୍ରବାସୀ ଓଡ଼ିଆ ଖୁସି ବ୍ୟକ୍ତି କରିଛନ୍ତି । ତେବେ ମନ୍ଦିର ନିର୍ମାଣ କାର୍ଯ୍ୟରେ ରହିଛି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗଦାନ। 200 ଓଡ଼ିଆ କୁଶଳୀ କାରିଗର ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ନିଖୁଣ ମୁନରେ ଆଙ୍କିଛନ୍ତି ଓଡ଼ିଶା କଳା ଓ ଭାସ୍କର୍ଯ୍ୟର ପ୍ରତିଛବି।   ଅଯୋଧ୍ୟାରୁ ଆବୁଧାବି ସବୁଠି ଭକ୍ତିର ପରିବେଶ। ଜୟ ଶ୍ରୀରାମ ନାରା କମ୍ପିଲା ଉଠିଲା ଆବୁଧାବି। ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ୟୁଏଇ ଏବଂ ଭାରତର ସଂସ୍କୃତି ଓ ବନ୍ଧୁତ୍ୱର ପ୍ରତୀକ ବାପ୍ସ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର 

Sponsored
PM Modi inaugurates grand BAPS Hindu temple in Abu Dhabi | Argus News