Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀରେ ଦୁଇଟି ଏକ୍ସପ୍ରେସ ୱେର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

Rashmita Mishra
Browse all articles by Rashmita Mishra
·11 months ago·1 min read
ଦିଲ୍ଲୀରେ ଦୁଇଟି ଏକ୍ସପ୍ରେସ ୱେର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

Key Points

ଦିଲ୍ଲୀରେ ଦୁଇଟି ଏକ୍ସପ୍ରେସ ୱେର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ସହରାଞ୍ଚଳ ସମ୍ପ୍ରସାରଣ ରାସ୍ତା UER-୨ ଏବଂ ଦ୍ଵାରକା ଏକ୍ସପ୍ରେସ ୱେର ଉଦଘାଟନ

ଦୁଇଟି ରାସ୍ତା ପାଇଁ ଖର୍ଚ୍ଚ ହୋଇଛି ୧୧ ହଜାର କୋଟି ଟଙ୍କା

ଦିଲ୍ଲୀରେ ଦୁଇଟି ଏକ୍ସପ୍ରେସ ୱେର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସହରାଞ୍ଚଳ ସମ୍ପ୍ରସାରଣ ରାସ୍ତା UER-୨ ଏବଂ ଦ୍ଵାରକା ଏକ୍ସପ୍ରେସ ୱେର ଉଦଘାଟନ କରିଛନ୍ତି ମୋଦି । ଦୁଇଟି ସ୍ଥାନରେ ଚାରିସ୍ତରୀୟ ଇଣ୍ଟର ଚେଞ୍ଜ ବ୍ୟବସ୍ଥା ଥିବା ଦୁଇଟି ରାସ୍ତା ପାଇଁ ଖର୍ଚ୍ଚ ହୋଇଛି ୧୧ ହଜାର କୋଟି ଟଙ୍କା । ଏହି ଏକ୍ସପ୍ରେସ ୱେରେ ରହିଛି ୩.୬ କିଲୋମିଟର ଲମ୍ବା ଟନେଲ।

ଏକ୍ସପ୍ରେସ ୱେର ଉଭୟ ପାର୍ଶ୍ଵରେ ୩ ଲେନ ବିଶିଷ୍ଟ ସର୍ଭିସ ରୋଡ ରହିଛି । ଏକ୍ସପ୍ରେସ ୱେ ତିଆରିରେ ସାମିଲ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏହାସହ ନିଜେ ସେ ଏକ୍ସପ୍ରେସ ୱେରେ କିଛି ବାଟ ଚାଲି ଚାଲି ଯାଇଥିଲେ । ଏହି ଦ୍ବାରିକା ଏକ୍ସପ୍ରେସ ଓ୍ବେର ଏହାର ଦୈର୍ଘ୍ୟ-୨୯ କିଲୋମିଟର । ୧୦.୧ କିଲୋମିଟର ଦିଲ୍ଲୀରେ, ୧୯ କିଲୋମିଟର ହରିୟାଣାରେ । ଏଥିପାଇଁ ବ୍ୟୟ ହୋଇଛି ୮୬୧୧ କୋଟି । କେବଳ ଦିଲ୍ଲୀ ପାଇଁ ୫୩୬୦ କୋଟି ଖର୍ଚ୍ଚ ହୋଇଛି ।

ଏଥିରେ ଅଛି ୫.୧ କିଲୋମିଟର ଟନେଲ । ଯାହାକି IGI ବିମାନବନ୍ଦରକୁ ସଂଯୋଗ କରୁଛି । ଗୁରୁଗ୍ରାମକୁ ସୁବିଧା ସଂଯୋଗୀକରଣ ହୋଇଛି ଆଉ କମିଛି ଯାତ୍ରା ସମୟ । ଅର୍ବାନ ଏକ୍ସଟେନସନ ରୋଡ-2 । ଏହାର ଦୌର୍ଘ୍ୟ-75.71 କିଲୋମିଟର । ଏଥିପାଇଁ ବ୍ୟୟ ହୋଇଛି 6445 କୋଟି । ଦିଲ୍ଲୀର ତୃତୀୟ ରିଂ ରୋଡ ପରି ଡିଜାଇନ ହୋଇଛି । ଗୁରୁଗ୍ରାମ, ପଶ୍ଚିମ ଓ ଦକ୍ଷିଣ ଦିଲ୍ଲୀ, NH-44, ଚଣ୍ଡିଗଡ଼, ପଞ୍ଜାବ, ଓ ଜାମ୍ମୁ କାଶ୍ମୀର ମଧ୍ୟରେ ଯାତାୟତ ସୁବିଧା ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi Inaugurates Two New Expressways in Delhi | Argus News | Argus News