Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସ୍ୱାଧୀନତାର ମହାପର୍ବ, ମୋଦିଙ୍କ ଶବ୍ଦବାଣ ଗମ୍ଭୀର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସ୍ୱାଧୀନତାର ମହାପର୍ବ, ମୋଦିଙ୍କ ଶବ୍ଦବାଣ ଗମ୍ଭୀର

ଅର୍ଗସ ବ୍ୟୁରୋ:  ସ୍ବାଧୀନତା ଦିବସର ନିଶାନ ତ୍ରିରଙ୍ଗା ଆଉ ୭୮ତମ ସ୍ବାଧୀନତା ଦିବସ ଅବସରରେ ତ୍ରିରଙ୍ଗା ଉଡ଼ାଇ ଲାଲକିଲ୍ଲାର ପ୍ରାଚୀରରୁ ବେଶ ଷ୍ଟ୍ରଙ୍ଗ ମେସେଜ୍ ଦେଇଛନ୍ତି ପିଏମ୍ ମୋଦି ।  ଭ୍ରଷ୍ଟାଚାର ପ୍ରସଙ୍ଗରେ ବିରୋଧୀଙ୍କୁ ନାଁ ନେଇ ଟାର୍ଗେଟ୍ କରିବା ସହ ଭ୍ରଷ୍ଟାଚାର ମହିମାମଣ୍ଡନ କରାଯିବା ଚିନ୍ତାଜନକ ବିଷୟ ଓ ଏହା ସମାଜ ପାଇଁ ବଡ଼ ପ୍ରସଙ୍ଗ ନିଶ୍ଚୟ । ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ ମୋତେ ମୂଲ୍ୟ ଦେବାକୁ ପଡ଼ିବ, ମୋର ପ୍ରତିଷ୍ଠା ଉପରେ ବି ପ୍ରଶ୍ନବାଚୀ ଲାଗିବ, ତଥାପି ରାଷ୍ଟ୍ରୀୟ ହିତ ବ୍ୟକ୍ତିଗତ ପ୍ରତିଷ୍ଠା ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ବୋଲି ମୋଦି କହିଛନ୍ତି ।

ଦେଶରେ ଗଣତନ୍ତ୍ରର ମୂଲ୍ୟବୋଧ ଉପରେ ବି ପିଏମ୍ ଗୁରୁତ୍ବ ଦେଇଛନ୍ତି । ଲୋକତସ୍ତ୍ର ମଜବୁତ ହେବାର ଅର୍ଥ ହେଉଛି ସମ୍ବିଧାନ ମଜବୁତ ହେବା ।ମହିଳା ବିରୋଧୀ ଅପରାଧକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପିଏମ୍ । କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ମାମଲାରେ ଧୁମ୍ ବର୍ଷିବା ସହ ଅପରାଧ ରୋକିବାକୁ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରାଯିବା ଉଚିତ । ତେଣୁ ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ମିଳିବା ବ୍ୟବସ୍ଥା ଉପରେ ବି ଲାଲକିଲ୍ଲାରୁ ଜୋର୍ ଦେଇଛନ୍ତି ପିଏମ୍ ।ବାରମ୍ବାର ନିର୍ବାଚନ ଦ୍ବାରା ଦେଶର ଅନେକ ଟଙ୍କା ନଷ୍ଟ ହେଉଛି । ସେଥିପାଇଁ ଏକକ ନିର୍ବାଚନ ଅର୍ଥାତ୍ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଉପରେ ମଧ୍ୟ ପିଏମ୍ ଗୁରୁତ୍ବାରୋପ କରିଛନ୍ତି । 

ବାଂଲାଦେଶ ସ୍ଥିତିକୁ ନେଇ ଲାଲକିଲ୍ଲାରୁ ଚିନ୍ତା ପ୍ରକଟକରିଛନ୍ତି ପ୍ରଧାନମନ୍ତ୍ରୀ । ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ଉପରେ ହେଉଥିବା ହିଂସାକୁ ନେଇ ଚିନ୍ତା ପ୍ରକାଶ ସହ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ ହେବା ଉଚିତ । ଖୁବଶୀଘ୍ର ବାଂଲାଦେଶ ବିକାଶ ପଥରେ ଆଗେଇବ ବୋଲି ଆଶା ପ୍ରକାଶ କରିବା ସହ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଦେଶରେ ଏକକ ଆଇନ ବା UCC ଲାଗୁ କରିବାର ଆବଶ୍ୟକତା ଥିବା ସ୍ବାଧୀନତା ଦିବସରେ ଉଦବୋଧନରେ କହିଛନ୍ତି ମୋଦୀ । ଧାର୍ମିକ ପାତରଅନ୍ତରୁ ଦେଶକୁ ମୁକ୍ତ କରିବା ସହ ସମସ୍ତଙ୍କ ପାଇଁ ସମାନ ଆଇନ ଲାଗୁ କରିବାକୁ ସିକ୍ୟୁଲାର ସିଭିଲ କୋର୍ଡ ଲାଗୁ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ଜାତିବାଦ ଓ ପରିବାରବାଦ ଦେଶ ପାଇଁ ବହୁତ କ୍ଷତିକାରକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପରିବାରବାଦ ପାଇଁ ଯୋଗ୍ୟ ଲୋକଙ୍କୁ ଅବସର ମିଳିପାରୁନାହିଁ । ସେଥିପାଇଁ ଆଗକୁ ପରିବାରବାଦ ବାହାରେ ଏକ ଲକ୍ଷ ଯୁବବର୍ଗଙ୍କୁ ରାଜନୀତିରେ ଏଣ୍ଟ୍ରି ପାଇଁ ଆହ୍ବାନ ଜଣାଇଛନ୍ତି ପିଏମ୍ । ଭାରତର ବଡ଼ବଡ଼ ଇଭେଣ୍ଟ ଆୟୋଜନ କରି ବିଶ୍ବକୁ ଚକିତ କରିଛି । ସେଥିପାଇଁ ୨୦୩୬ ଅଲିମ୍ପିକ୍ସ ଭାରତରେ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ପ୍ରୟାସ କରାଯାଉଥିବା ଆଜି ମୋଦି କହିଛନ୍ତି । ନେହରୁ ଓ ଇନ୍ଦିରାଙ୍କ ପରେ ଲଗାତାର ୧୧ ଥର ପାଇଁ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବାର ରେକର୍ଡ କରିଛନ୍ତି ମୋଦି । 98 ମିନିଟ ଧରି ପିଏମ୍ ମୋଦିଙ୍କ ଆଜିର ଅଭିଭାଷଣ ମଧ୍ୟ ସର୍ବାଧିକ ସମୟ ଅଭିଭାଷଣ ରଖିବା ମାମଲାରେ ରେକର୍ଡ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
PM Modi Independence Day 2024 Speech | Argus News