Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

PM Modi in Japan: ଦୁନିଆରେ ଛାଇ ଯିବାକୁ ଜାପାନରୁ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Sushanta Sahoo
Browse all articles by Sushanta Sahoo
·10 months ago·2 min read
PM Modi in Japan: ଦୁନିଆରେ ଛାଇ ଯିବାକୁ ଜାପାନରୁ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Key Points

ଜାପାନ ପାଖେ ନୂଆ ଟେକ୍ନୋଲୋଜି ଆଉ ଭାରତ ପାଖେ ଭରପୂର ଟ୍ୟାଲେଣ୍ଟ ମିଶି ଏଆଇ, ସେମିକଣ୍ଡକ୍ଟର, କ୍ଵାଣ୍ଟମ କମ୍ପ୍ୟୁଣ୍ଟିଂ ଓ ମହାକାଶ କ୍ଷେତ୍ରର ଦୁନିଆ ବଦଳାଇବ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ନୂଆଦିଲ୍ଲୀ: ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତ-ଜାପାନ ଇକୋନୋମିକ ଫୋରମକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଜାପାନର ଟେକ୍ନୋଲୋଜି ଓ ଭାରତର ଟ୍ୟାଲେଣ୍ଟ ମିଶି ଚିତ୍ର ବଦଳାଇ ପାରିବେ । ଭାରତର ବିକାଶ ଯାତ୍ରାରେ ଜାପାନର ସହଯୋଗ ବେଶ୍ ଗୁରୁତ୍ଵପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।


ମେଟ୍ରୋରୁ ନେଇ ମ୍ୟାନୁଫ୍ୟାକଚରିଂ, ସେମିକଣ୍ଡକ୍ଟରରୁ ନେଇ ଷ୍ଟାର୍ଟଅପ୍ ସବୁକ୍ଷେତ୍ରରେ ଜାପାନ ସହ ଭାରତର ସମ୍ପର୍କ ବଢ଼ିଛି । ଜାପାନର କମ୍ପାନୀ ଭାରତରେ ୪୦ ବିଲିଅନ ଡଲାରରୁ ଅଧିକ ପୁଞ୍ଜି ନିବେଶ କରିଛନ୍ତି । ବିଗତ ୨ ବର୍ଷରେ ୧୩ ବିଲିଅନ୍ ଡଲାରର ଘରୋଇ ନିବେଶ ହୋଇଛି । ଭାରତ ପାଇଁ ଜାପାନ ହେଉଛି ପ୍ରତିଶ୍ରୁତିବଦ୍ଧ । ୮୦ ପ୍ରତିଶତ କମ୍ପାନୀ ଭାରତ ଆସିବାକୁ ଚାହୁଁଛନ୍ତି, ୭୫ ପ୍ରତିଶତ ଲାଭରେ ଅଛନ୍ତି ।


ଭାରତରେ ଅଦ୍ଭୂତପୂର୍ବ ରୂପାନ୍ତରଣ ହେଉଛି । ଭାରତରେ ରାଜନୈତିକ ଓ ଆର୍ଥିକ ସ୍ଥିରତା ରହିଛି । ଭାରତ ହେଉଛି ବିଶ୍ଵର ସବୁଠୁ ଦ୍ରୁତ ଅର୍ଥନୀତି । ଖୁବଶୀଘ୍ର ଭାରତ, ବିଶ୍ଵର ତୃତୀୟ ବଡ଼ ଅର୍ଥନୀତି ହେବାକୁ ଯାଉଛି । ବିଶ୍ଵ ଅର୍ଥନୀତିରେ ଏବେ ଭାରତର ଯୋଗଦାନ ୧୮ ପ୍ରତିଶତ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରଧାନମନ୍ତ୍ରୀ କହିଛନ୍ତି, ଅଟୋମୋବାଇଲ୍ କ୍ଷେତ୍ରରେ ଆମର ଅଂଶୀଦାର ସଫଳ ରହିଛି । ଏବେ ମିଳିତ ଭାବେ ମ୍ୟାଜିକ୍ ବ୍ୟାଟେରୀ, ସେମିକଣ୍ଡକ୍ଟର, ଜାହାଜ ଓ ପରମାଣୁ ଶକ୍ତି କ୍ଷେତ୍ରରେ ବଡ଼ କାମ କରିହେବ । ଗ୍ଲୋବାଲ ସାଉଥ ବିକାଶରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ରହିବ । ଭାରତକୁ ଆସ, ବିଶ୍ଵ ପାଇଁ ବନାଅ ଆହ୍ଵାନ ଦେଇଛନ୍ତି ପିଏମ୍ ମୋଦି । ଜାପାନ ପାଖେ ନୂଆ ଟେକ୍ନୋଲୋଜି ଆଉ ଭାରତ ପାଖେ ଭରପୂର ଟ୍ୟାଲେଣ୍ଟ ମିଶି ଏଆଇ, ସେମିକଣ୍ଡକ୍ଟର, କ୍ଵାଣ୍ଟମ କମ୍ପ୍ୟୁଣ୍ଟିଂ ଓ ମହାକାଶ କ୍ଷେତ୍ରର ଦୁନିଆ ବଦଳାଇବ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଅଗଷ୍ଟ ୩୦ରେ ମିୟାଗି ସ୍ଥିତ ବୁଲେଟ୍ ଟ୍ରେନ୍ କାରଖାନା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଜାପାନ, ଭାରତରେ ୧୦ ଟ୍ରିଲିୟନ୍ ଅର୍ଥାତ ୫.୯୩ ଲକ୍ଷ କୋଟି ଟଙ୍କା ନିବେଶ ଘୋଷଣା କରିବା ନେଇ ଜାପାନ ଗଣମାଧ୍ୟମରେ ପ୍ରକାଶ ପାଇଛି ।


Sponsored
PM Modi Highlights India-Japan Tech Collaboration at Economic Forum in Tokyo | Argus News | Argus News