Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବନ୍‌ତାରା ବୁଲିଲେ... ସିଂହ ଛୁଆକୁ କ୍ଷୀର ପିଆଇଲେ, ସାପ ବି ଧରିଲେ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
ବନ୍‌ତାରା ବୁଲିଲେ... ସିଂହ ଛୁଆକୁ କ୍ଷୀର ପିଆଇଲେ, ସାପ ବି ଧରିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମନଗରରେ ବନ୍‌ତାରା ପଶୁ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ରର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ତିନି ଦିନିଆ ଗୁଜରାଟ ଗସ୍ତରେ ଥିଲେ। ବନ୍‌ତାରା ହେଉଛି ୨୦୦୦ରୁ ଅଧିକ ପ୍ରଜାତି ଏବଂ ୧.୫ ଲକ୍ଷରୁ ଅଧିକ ପ୍ରାଣୀ ଉଦ୍ଧାର ହୋଇଥିବା, ଲୁପ୍ତପ୍ରାୟ ଏବଂ ବିପଦପୂର୍ଣ୍ଣ ପ୍ରାଣୀଙ୍କ ବାସଗୃହ। ପ୍ରଧାନମନ୍ତ୍ରୀ ଏଠାରେ ପୁନଃଥଇଥାନ ହୋଇଥିବା ବିଭିନ୍ନ ପ୍ରଜାତିର ପ୍ରାଣୀମାନଙ୍କ ସହିତ ମିଶିଛନ୍ତି ।

ପ୍ରଧାନମନ୍ତ୍ରୀ ୩,୦୦୦ ଏକର ପରିମିତ ବନ୍‌ତାରାରେ ବେଶ କିଛି ସମୟ ବିତାଇଥିଲେ ଏବଂ ପଶୁମାନଙ୍କ ପାଇଁ ସେଠାରେ ନିର୍ମିତ ବିଶ୍ୱସ୍ତରୀୟ ସୁବିଧାଗୁଡ଼ିକର ନିରୀକ୍ଷଣ କରିଥିଲେ। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ଉଦ୍ୟମରେ ବନ୍‌ତାରା ନିର୍ମାଣ କରାଯାଇଛି। ବନ୍‌ତାରାରେ ପହଞ୍ଚିବା ପରେ, ଅମ୍ବାନୀ ପରିବାର ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ରୀତିରେ ସ୍ୱାଗତ କରିଥିଲେ। ଶଙ୍ଖ ଧ୍ୱନି, ମନ୍ତ୍ର ଉଚ୍ଚାରଣ ଏବଂ ଲୋକ କଳାକାରଙ୍କ ଗୀତ-ସଂଗୀତ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍‌ତାରାର ଉଦଘାଟନ କରିଥିଲେ।



ବନ୍‌ତାରାରେ ପ୍ରାଣୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ମଲ୍ଟି-ସ୍ପେଶାଲିଟି ହସ୍ପିଟାଲର ନିରୀକ୍ଷଣ କରିବା ସମୟରେ, ପ୍ରଧାନମନ୍ତ୍ରୀ ଡାଏଗ୍ନୋଷ୍ଟିକ୍ ସୁଟ୍‌ରେ ସିଟି ସ୍କାନ, ଏମଆରଆଇ, ଅଲ୍ଟ୍ରାସାଉଣ୍ଡ ଏବଂ ଏଣ୍ଡୋସ୍କୋପି ଭଳି ସ୍ୱତନ୍ତ୍ର ଚିକିତ୍ସା ଉପକରଣର ଲାଇଭ୍ ପ୍ରଦର୍ଶନ ଦେଖିଥିଲେ। ସେ ପଶୁମାନଙ୍କ ପାଇଁ ନିର୍ମିତ ଆଇସିୟୁ ଏବଂ ଅପରେସନ ଥିଏଟର ପ୍ରତି ମଧ୍ୟ ଆଗ୍ରହ ଦେଖାଇଥିଲେ। ନିକଟରେ ଜନ୍ମ ନେଇଥିବା ନବଜାତ ପଶୁ ଶାବକଙ୍କ ପାଇଁ ବନ୍‌ତାରାରେ ଏକ ନର୍ସରୀ ମଧ୍ୟ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ବନ୍‌ତାରାରେ କାର୍ଯ୍ୟରତ କର୍ମଚାରୀଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମର ପ୍ରଶଂସା କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Narendra Modi (@narendramodi) March 4, 2025


ପ୍ରଧାନମନ୍ତ୍ରୀ ଏସୀୟ ସିଂହ ଶାବକ, ଧଳା ସିଂହ ଶାବକ, ବିରଳ ଏବଂ ଲୁପ୍ତପ୍ରାୟ ପ୍ରଜାତିର ମେଘୁଆ (କ୍ଲାଉଡେଡ଼) ଚିତାବାଘ ଶାବକମାନଙ୍କୁ ଦେଖିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜ ହାତରେ ଧଳା ସିଂହ, ବାଘ ଏବଂ ଗଣ୍ଡାର ଶାବକମାନଙ୍କୁ କ୍ଷୀର ପିଆଇଥିଲେ। କେନ୍ଦ୍ରରେ ଏସୀୟ ସିଂହ, ହିମ ଚିତାବାଘ, ଏକ-ଶିଙ୍ଗିଆ ଗଣ୍ଡା ଭଳି ପ୍ରାଣୀମାନଙ୍କ ସଂରକ୍ଷଣ କରାଯାଉଛି। ପ୍ରଧାନମନ୍ତ୍ରୀ ଅନେକ ବିପଦଜନକ ପଶୁଙ୍କୁ ନିକଟରୁ ମଧ୍ୟ ଦେଖିଥିଲେ। ଏଥିମଧ୍ୟରେ ରହିଥିଲେ ସୁନେଲି ବାଘ, ଧଳା ସିଂହ ଏବଂ ହିମ (ତୁଷାର) ଚିତାବାଘ। 



ବିଶାଳ ବନ୍‌ତାରାରେ ପ୍ରତ୍ୟେକ ପଶୁକୁ ନିଜର ଆବଶ୍ୟକତା ହିସାବରେ ଘର ମିଳିଛି। ପ୍ରାଣୀମାନଙ୍କୁ ସିଂହ ରାଜ୍ୟ, ସରୀସୃପ ରାଜ୍ୟ, ସିଲ୍ ରାଜ୍ୟ, ଚିତା ପ୍ରଜନନ କେନ୍ଦ୍ର ଭଳି ଅନେକ କେନ୍ଦ୍ରଗୁଡିକରେ ରଖାଯାଇଛି। କିନ୍ତୁ ସବୁଠାରୁ ବଡ଼ ଆକର୍ଷଣର କେନ୍ଦ୍ର ହେଉଛି ହାତୀମାନଙ୍କ ପାଇଁ ପ୍ରାୟ ୧ ହଜାର ଏକର ପରିସରରେ ନିର୍ମିତ ଗଜନଗରୀ। ଏଠାରେ ୨୪୦ ରୁ ଅଧିକ ଉଦ୍ଧାର ହୋଇଥିବା କିମ୍ବା ଅସୁସ୍ଥ ହାତୀଙ୍କୁ ରଖାଯାଇଛି। ଅବହେଳା ଏବଂ ନିର୍ଯାତନାର ଶିକାର ହୋଇଥିବା ଏହି ହାତୀମାନଙ୍କୁ ବନ୍‌ତାରାରେ ବିଶ୍ୱସ୍ତରୀୟ ପଶୁଚିକିତ୍ସା ଏବଂ ଯତ୍ନ ମିଳୁଛି। ବନ୍‌ତାରାରେ ହାତୀଙ୍କ ପାଇଁ ବିଶ୍ୱର ସର୍ବବୃହତ ଡାକ୍ତରଖାନା ମଧ୍ୟ ରହିଛି। ହାତୀମାନଙ୍କ ପାଇଁ ପୋଖରୀ ଏବଂ ଜାକୁଜି ଭଳି ସୁବିଧା ମଧ୍ୟ ରହିଛି।

Sponsored
PM Modi interacted with lions and tigers, played with cubs at Jamnagar's Vantara | Argus News