Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସକାଳୁ ସକାଳୁ ଆଦମପୁର ଏୟାରବେସ୍ ରେ ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·2 min read
ସକାଳୁ ସକାଳୁ ଆଦମପୁର ଏୟାରବେସ୍ ରେ ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ଆଦମପୁର ଏୟାରବେସ୍ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ବର୍ତ୍ତମାନର ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛି ବାୟୁସେନା । ଏହି ସମୟରେ ସେ ଯବାନଙ୍କୁ ଭେଟି ଆଲୋଚନା କରିଥିବା ଦେଖିବାକୁ ମିଳିଛି ।



ଅପରେସନ ସିନ୍ଦୂରରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରିବାରେ ଆଦମପୁର ବାୟୁସେନା ଘାଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାକିସ୍ତାନ ମେ 9 ଏବଂ 10 ମଧ୍ୟରାତ୍ରିରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଆଦମପୁର ବାୟୁସେନା ଘାଟିକୁ ଟାର୍ଗେଟ କରିଥିଲା। ଯାହାର ଦୃଢ ଯବାବ ଦେଇଥିଲା ଭାରତୀୟ ବାୟୁସେନା । ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦି ଆଦମପୁର ବାୟୁସେନା ଘାଟିକୁ ଯାଇଥିଲେ । ସେଠାରେ ବାୟୁସେନା କର୍ମଚାରୀମାନେ ତାଙ୍କୁ ବର୍ତ୍ତମାନର ସ୍ଥିତି ସଂପର୍କରେ ସମସ୍ତ ସୂଚନା ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ସାହସୀ ଯବାନମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।


ଗତକାଲି ଅପରେସନ ସିନ୍ଦୂରକୁ ନେଇ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ମୋଦି । ଯେଉଁଥିରେ ଭାରତର ପରାକ୍ରମୀ ସେନାକୁ ସାଲ୍ୟୁଟ କରିବା ସହ ଗୁଇନ୍ଦା ସଂସ୍ଥା ଓ ବୈଜ୍ଞାନିକଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଏହାସହ ପାକ୍ କୁ କଡା ଚେତାବନୀ ଦେଇଥିଲେ ପ୍ରଧାନମନ୍ତ୍ରୀ । ଯେ ପାଣି ଓ ରକ୍ତ ଏକା ସାଙ୍ଗରେ ବହିପାରିବନି । ସେହିପରି ଆତଙ୍କବାଦ ଓ ଆଲୋଚନା ଏକା ସଙ୍ଗେ ହୋଇପାରିବ ନାହିଁ । ଟିକ୍ ସେହିପରି ଆତଙ୍କବାଦ ଓ ବାଣିଜ୍ୟ ଏକାଠି ଚାଲିପାରିବନି । ପାକିସ୍ତାନ ସେନା ଓ ପାକିସ୍ତାନ ସରକାର ଯେଉଁଭଳି ଭାବରେ ଆତଙ୍କବାଦକୁ ପୋଷଣ କରିଚାଲିଛନ୍ତି ତାହା ଗୋଟିଏ ଦିନ ପାକିସ୍ତାନକୁ ବିନାସ ମୁହଁକୁ ନେଇଯିବ । ଖାଲି ଏତିକି ନୁହେଁ ଭାରତ ପରମାଣୁ ଧମକକୁ ଡରୁନି ବୋଲି ସଫା ସଫା କହିଥିଲେ ପ୍ରଧାନମନ୍ତ୍ରୀ ।


Sponsored
pm-modi-interacted-with-the-brave-jawans-at-adampur-air-base | Argus News