Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମାଲଦ୍ବୀପର ସ୍ବାଧୀନତା ଦିବସରେ ପିଏମ୍ ମୋଦି ମୁଖ୍ୟ ଅତିଥି

Smruti Parija
Browse all articles by Smruti Parija
·11 months ago·3 min read
ମାଲଦ୍ବୀପର ସ୍ବାଧୀନତା ଦିବସରେ ପିଏମ୍ ମୋଦି ମୁଖ୍ୟ ଅତିଥି

Key Points

ମୋଦିଙ୍କ ଗୋଟିଏ ଫଟୋ ବିଗାଡ଼ି ଦେଲ ମାଲଦ୍ବୀପର ଅର୍ଥବ୍ୟବସ୍ଥା
ବାଧ୍ୟ ହୋଇ ଚୀନ ପ୍ରେମ ଛାଡ଼ି ଭାରତ ଆଗରେ କଲା ଆତ୍ମସମର୍ପଣ
ପର୍ଯ୍ୟଟନରେ ମାଡ଼ ପଡ଼ିବା ପରେ ଔକାତକୁ ଆସିଲେ ମାଲଦ୍ବୀପର ରାଷ୍ଟ୍ରପତି
ଏବେ ମାଲଦ୍ବୀପର ସ୍ବାଧୀନତା ଦିବସରେ ପିଏମ୍ ମୋଦି ମୁଖ୍ୟ ଅତିଥି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାରଠାରୁ ୪ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି। ପ୍ରଥମେ ବ୍ରିଟେନ ଗସ୍ତ ସାରି ୨୫ ଓ ୨୬ ଜୁଲାଇରେ ମାଲଦ୍ବୀପ ଯିବେ ମୋଦି। ପିଏମଙ୍କ ଏହି ମାଲଦ୍ବୀପ ଗସ୍ତର ଗରୁତ୍ବ ଢେର ଅଧିକ । ୨୬ ଜୁଲାଇରେ ମାଲଦ୍ବୀପର ୬୦ ତମ ସ୍ବାଧୀନତା ଦିବସ ସମାରୋହରେ ସାମିଲ ହେବେ ମୋଦି। ମାଲଦ୍ବୀପ ସରକାରଙ୍କ ମୁଖ୍ୟ ଅତିଥୀ ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଏହା ଶୁଣିବାକୁ ହୁଏତ ଏକ ସାଧରଣ କଥା ଲାଗୁଥାଇପାରେ। କିନ୍ତୁ ଏହା ପଛରେ ଲୁଚିଛି ଗୁଢ ରହସ୍ୟ । କାରଣ ମାତ୍ର ଦେଢ ବର୍ଷରେ ସଂପୂର୍ଣ୍ଣ ବଦଳିଯାଇଛି ମାଲଦ୍ବୀପର ଆଭିମୁଖ୍ୟ ।


ଆପଣଙ୍କର ମନେଥିବା ଦେଢବର୍ଷ ତଳେ କିଭଳି ମାଲଦ୍ବୀପରେ ଚାଲିଥିଲା ଭାରତ ବିରୋଧୀ କ୍ୟାମ୍ପେନ୍। ଚୀନର ଇସାରାରେ ଚାଲୁଥିବା ମାଲଦ୍ବୀପ ଭାରତ ସହ ଶତ୍ରୁତା କରିବାର ଦୁଃସାହସ କରିଥିଲା। ଆଉ ତାପରେ ଆସିଥିଲା ପ୍ରଧାନମନ୍ତ୍ରୀଙ୍କ ଏହି ଫଟୋ। ୨୦୨୪ ଜାନୁଆରୀ ୪ରେ ପ୍ରଧାନମନ୍ତ୍ରୀ Xରେ ପୋଷ୍ଟ କରିଥିଲେ ଏହି ଫଟୋ । ମୋଦି ଲକ୍ଷାଦ୍ବୀପ ଯାଇଥିବା ବେଳେ ସକାଳୁ ସମୁଦ୍ର କୂଳରେ ଉଠାଇଥିବା ଏହି ଫଟୋ ଓ ଭିଡିଓ X ରେ କରିଥିଲେ ପୋଷ୍ଟ। ଆଉ ଲେଖିଥିଲେ ସେ କରିବାକୁ ଚାହୁଁଥିବା ଆଡଭେଞ୍ଚରରେ ଲକ୍ଷାଦ୍ବୀପ ଥିବା ନିହାତି ଜରୁରୀ। ଏହି ଫଟୋକୁ ନେଇ ସେତେବେଳ ଖୁବ ଚର୍ଚ୍ଚା ହୋଇଥିଲା। କାରଣ ମାଲଦ୍ବୀପ ବୁଲିବାକୁ ଯାଉଥିବା ଭାରତୀୟଙ୍କୁ ଏହା ପିଏମଙ୍କର ସିଧା ଆହ୍ବାନ ଥିଲା ଯଦି ଆଡଭେଞ୍ଚର ଚାହୁଁଛ ମାଲଦ୍ବୀପ କାହିଁକି ଲକ୍ଷାଦ୍ବୀପ ଆସ। ଆଉ ତାର ପ୍ରଭାବ ଏତେ ବ୍ୟାପକ ହୋଇଥିଲା ଯେ ଭାରତରୁ ମାଲଦ୍ବୀପ ଯାଉଥିବା ଫ୍ଲାଇଟଗୁଡ଼ିକର ସିଟ୍ ସବୁ ଫାଙ୍କା ପଡ଼ିଲା। ମାଲଦ୍ବୀପ ଟ୍ରିପ୍ କ୍ୟାନସେଲ କରିବା ନେଇ ଭାରତରେ ଏକ କ୍ୟାମ୍ପେନ ଯେମିତି ଆରମ୍ଭ ହୋଇଯାଇଥିଲା। ଏହାର ପ୍ରଭାବରେ ମଲଦ୍ବୀପରେ ହଇଚଇ ଖେଳିଗଲା । ମାଲଦ୍ବୀପର ଅର୍ଥନୀତି ଉପରେ ସିଧା ପଡ଼ିଥିଲା ମାଡ। ତାର ପ୍ରମାଣ ହେଉଛି ଏହି ତଥ୍ୟ।


୨୦୨୨ରେ ମାଲଦ୍ବୀପକୁ ଆସିଥିବା ମୋଟ ପର୍ଯ୍ୟଟକଙ୍କ ମଧ୍ୟରୁ ୧୪.୪୦ % ଥିଲେ ଭାରତୀୟ। ଯାହାର ସଂଖ୍ୟ ଥିଲା ୨ଲକ୍ଷ ୪୧ ହଜାର ୨୪୪ । ୨୦୨୩ରେ ମାଲଦ୍ବୀପ ଯାଇଥିଲେ ୨ଲକ୍ଷ ୬୦ ହଜାର ୨୬ ଜଣ ଭାରତୀୟ ଯାହାକି ମୋଟ ପର୍ଯ୍ୟଟକ ସଂଖ୍ୟାର ୧୧.୨% ଥିଲା। ତେବେ ୨୦୨୫ ଜୁଲାଇ ସୁଦ୍ଧା ଏହି ହାର ଖସିଆସି ପହଞ୍ଚିଛି ମାତ୍ର ୫.୯ %ରେ । କେବଳ ୭୨ ହଜାର ୨୦୦ ଜଣ ଭାରତୀୟ ଏବର୍ଷ ଯାଇଛନ୍ତି ମାଲଦ୍ବୀପ। ୨୦୨୩ରେ ଯେଉଁଠି ମାଲଦ୍ବୀପକୁ ଯାଉଥିବା ପର୍ଯ୍ୟଟକଙ୍କ ମଧ୍ୟରେ ସଂଖ୍ୟା ଦୃଷ୍ଟିରୁ ୧ ନମ୍ବର ସ୍ଥାନରେ ଥିଲା ଭାରତ ୨୦୨୫ରେ ତାହା ଷଷ୍ଠ ସ୍ଥାନକୁ ଖସିଆସିଛି। ମୋଦିଙ୍କ ଗୋଟିଏ ଆହ୍ବାନର ପ୍ରଭାବ କେତେ ତାହା ଏଥିରୁ ଅନୁମାନ କରାଯାଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆପଣଙ୍କର ମନେଥିବା ମାଲଦ୍ବୀପ କିଭଳି ଭାରତ ବିରୋଧୀ ଆଭିମୁଖ୍ୟ ଆପଣାଇଥିଲା। ମାଲଦ୍ବୀପର ବର୍ତ୍ତମାନର ରାଷ୍ଟ୍ରପତି ମହମ୍ମଦ ମୋଇଜୁ ଜଣେ ଚୀନ ସମର୍ଥକ ଭାବେ ଜଣାଶୁଣା ସେ ନଭେମ୍ବର ୨୦୨୩ରେ ମାଲଦ୍ବୀପର ରାଷ୍ଟ୍ରପତି ବନିଥିଲେ। ତାଙ୍କ ପୂର୍ବରୁ ରାଷ୍ଟ୍ରପତି ଥିବା ଇବ୍ରାହିମ ସୋଲେଙ୍କ କାର୍ଯ୍ୟକାଳରେ ମାଲଦ୍ବୀପ ସହ ଭାରତର ସମ୍ପର୍କ ଖୁବ୍ ମଜଭୁତ ହୋଇଥିଲା। ଭାରତ ମହାସାଗରରେ ମାଲଦ୍ବୀପର ଲୋକେସନ୍ ରଣନୀତି ଦୃଷ୍ଟିରୁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଚୀନ ତାର ନୌସେନାକୁ ମାଲଦ୍ବୀପରେ ମୁତୟନ କରିବାକୁ ଚାହେଁ ଯାହାର ବିରୋଧ କରୁଛି ଭାରତ। ସେଥିପାଇଁ ଚୀନ ମାଲଦ୍ବୀପକୁ ପ୍ରଚୁର ଋଣ ସହାୟତା ଭାବରେ ଦେବାକୁ ଲାଗିଲା। ଉଦ୍ଦେଶ୍ୟ ଥିଲା ଋଣ ଭାର ଲଦି ମାଲଦ୍ବୀପକୁ ଗୋଲାମ ବନାଇବା। ଅବଶ୍ୟ ଭାରତ ମଧ୍ୟ ମାଲଦ୍ବୀପରେ କିଛି କମ୍ ନିବେଶ କରିନି। କିନ୍ତୁ ଭାରତର ଏହି ସହାୟତାକୁ ମାଲଦ୍ବୀପରେ ସନ୍ଦେହ ଚକ୍ଷୁରେ ଦେଖାଗଲା।


ମୋଇଜୁ ଯେତେବେଳେ ୨୦୨୩ରେ ରାଷ୍ଟ୍ରପତି ନିର୍ବାଚନ ଲଢୁଥିଲେ ଇଣ୍ଡିଆ ଆଉଟ୍ ନାଁରେ ସେ କ୍ୟାମ୍ପେନ ଚଳାଇଥିଲେ। ଏହାକୁ ଆଧାର କରି ସେ ଭାରତ ବିରୋଧରେ ମାହୋଲ ବନାଇଥିଲେ। କିନ୍ତୁ ମାଲଦ୍ବୀପକୁ ଔକାତକୁ ଆଣିବାକୁ ପ୍ରଧାନମନ୍ତ୍ରୀ ଯେଉଁ ମାଷ୍ଟର ଷ୍ଟ୍ରୋକ୍ ଖେଳିଲେ ଏହା ପରେ ମୋଇଜୁଙ୍କର ହୃଦବୋଧ ହେଲା ସେ ଭାରତ ବିରୋଧରେ ଯାଇ କେତେବଡ଼ ଭୁଲ କରିଛନ୍ତି। ଯେତେବେଳ ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଇଜୁଙ୍କୁ ଅତିଥୀ ଭାବେ ନିମନ୍ତ୍ରଣ କରିଥିଲେ। ଏପରିକି ଅନ୍ୟ ଦେଶରୁ ଆସିଥିବା ରାଷ୍ଟ୍ରମୁଖ୍ୟଙ୍କ ଉଦ୍ଦେଶ୍ୟରେ ଯେଉଁ ରାତ୍ରି ଭୋଜିର ଆୟୋଜନ କରାଯାଇଥିଲା ସେଥିରେ ମୋଇଜୁଙ୍କୁ ପାଖରେ ବସାଇଥିଲେ ମୋଦି। ଏହାପରଠୁ ଧୀରେ ଧୀରେ ଦୁଇ ଦେଶର ସମ୍ପର୍କରେ ସୁଧାର ଆସିବା ଆରମ୍ଭ ହୋଇଥିଲା। ଆଉ ଆଜି ପରିସ୍ଥିତି ଏପରି ଯେ ମାଲଦ୍ବୀପ ନିଜ ୬୦ ତମ ସ୍ବାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥୀ ଭାବେ ମୋଦିଙ୍କ କରିଛି ଆମନ୍ତ୍ରଣ।

Sponsored
pm-modi-is-the-chief-guest-at-maldives-independence-day | Argus News