PM Modi In Odisha / ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ: ଅମିଲିପାଲି ପଡ଼ିଆରେ ଆୟୋଜିତ ସମାବେଶରେ ଯୋଗଦେବେ

Key Points
ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ।
ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବିମାନବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଗତ କରିଛନ୍ତି।
ଓଡ଼ିଶାକୁ ୧୭୦୦ କୋଟିର ରେଳ ପ୍ରକଳ୍ପ ଭେଟି ଦେବେ ମୋଦି । ଏହା ମଧ୍ୟରେ ରହିଛି 273 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସମ୍ବଲପୁର-ସରଲା ରେଲୱେ ଫ୍ଲାଇଓଭର ପାଇଁ ଭିତ୍ତି ସ୍ଥାପନ । 481 କୋଟିରେ ନିର୍ମିତ 34 କିମି ଦୀର୍ଘ କୋରାପୁଟ - ବାଇଗୁଡ଼ା ରେଳ ଲାଇନର ଦୋହରୀକରଣ ଓ 955 କୋଟିରେ ନିର୍ମିତ 82 କିମି ଦୀର୍ଘ ମାନାବାର - କୋରାପୁଟ - ଗୋରାପୁର ମଧ୍ୟରେ ଦୋହରୀକରଣ ହୋଇଥିବା ରେଳ ଲାଇନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।
📱 Get Argus News App
✨ଝାରସୁଗୁଡ଼ାରେ ଯୁବ ସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ, ଭେଟି ଦେବେ ୧୭୦୦ କୋଟିର ରେଳ ପ୍ରକଳ୍ପ
ଏହାଛଡ଼ା ବ୍ରହ୍ମପୁର ଏବଂ ସୁରଟର ଉଧନା ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିବେ, ଯାହା ସିଧାସଳଖ ଓଡ଼ିଶାକୁ ଗୁଜରାଟ ସହ ସଂଯୋଗ କରିବ। ଅନ୍ତ୍ୟୋଦୟ ଯୋଜନାରେ ଓଡ଼ିଶା ପାଇଁ 50 ହଜାର ଘର ବାଣ୍ଟିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିବ। ସେ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ଭଲପୁରର ଭିମସାରକୁ ବିଶ୍ୱସ୍ତରୀୟ ସୁପର-ସ୍ପେଶାଲିଟି ହସ୍ପିଟାଲରେ ଉନ୍ନୀତ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଉନ୍ନତ ସୁବିଧାଗୁଡ଼ିକରେ ବର୍ଦ୍ଧିତ ଶଯ୍ୟା କ୍ଷମତା, ଟ୍ରମା କେୟାର ୟୁନିଟ୍, ଡେଣ୍ଟାଲ୍ କଲେଜ, ମାତୃ ଏବଂ ଶିଶୁ ଯତ୍ନ ସେବା ଏବଂ ବିସ୍ତାରିତ ଶୈକ୍ଷିକ ଭିତ୍ତିଭୂମି ଅନ୍ତର୍ଭୁକ୍ତ ହେବ, ଯାହା ଓଡ଼ିଶାର ଲୋକଙ୍କ ପାଇଁ ବ୍ୟାପକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବ।
ଏହି କାର୍ଯ୍ୟକ୍ରମରେ ଜନସାଧାରଣ, ମହିଳା, ଛାତ୍ରୀଛାତ୍ର, ଯୁବବର୍ଗଙ୍କ ସମେତ ପ୍ରାୟ ୬୦ହଜାର ଜନସମାବେଶ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର, ପୋଷ୍ଟର ଏବଂ ଫ୍ଲେକ୍ସରେ ଛାଉଣି ହୋଇସାରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପ୍ରଥମେ ବ୍ରହ୍ମପୁରଠାରେ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ପାଣିପାଗ ବିଭାଗ ତରଫରୁ ବର୍ଷା ହେବା ସମ୍ପର୍କରେ ପୂର୍ବାନୁମାନ ଯୋଗୁ ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ କରାଯାଇଛି।
Related Topics
Explore more stories