Nasha Mukt Bharat Sankalp Abhiyan / 'ନିଶାମୁକ୍ତ ଭାରତ ସଂକଳ୍ପ ଅଭିଯାନ'ର ଶୁଭାରମ୍ଭ କଲେ ମୋଦି
·1 hour ago·2 min read

Key Points
ନିଶାମୁକ୍ତ ଭାରତ ସଂକଳ୍ପ ଅଭିଯାନ ଶୁଭାରମ୍ଭ
ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
ଯୁବପିଢ଼ିଙ୍କୁ ନିଶାରୁ ଦୂରେଇବାକୁ ସଚେତନତା ଜରୁରୀ: ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ, ୦୨/୦୮: ଆଜି ଦେଶର ଯୁବ ଶକ୍ତିକୁ ଏକ ନୂଆ ଦିଗ୍ଦର୍ଶନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶକୁ ନିଶାମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ବୃହତ ଜାତୀୟ ଅଭିଯାନ 'ନିଶାମୁକ୍ତ ଭାରତ ସଂକଳ୍ପ ଅଭିଯାନ'। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ସବୁଠାରୁ ବଡ଼ ସାମର୍ଥ୍ୟ। ଏହା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହାକୁ ଏକ ବୃହତ 'ଜନ ଆନ୍ଦୋଳନ'ରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ଏ ଅବସରରେ ମୋଦି କହିଛନ୍ତି, ଯୁବବର୍ଗ ନିଶାଠାରୁ ଦୂରେଇ ରହନ୍ତୁ। ପଡ଼ୋଶୀ ଦେଶରୁ ନିଶା ସାମଗ୍ରୀ ଭାରତକୁ ଆସୁଛି। ଏହା ପଡ଼ୋଶୀ ଦେଶଙ୍କର ଷଡ଼ଯନ୍ତ୍ର। ଏ ଅବସରରେ ଡ୍ରଗ୍ସ ମାଫିଆଙ୍କୁ କଡ଼ା ଚେତାବନୀ କହିଛନ୍ତି ନିଶା କାରବାର ବିରୋଧରେ କେନ୍ଦ୍ର ସରକାରଙ୍କ ‘ଜିରୋ ଟଲେରାନ୍ସ’ ନୀତି। ଏହି କାର୍ଯ୍ୟକ୍ରମରେ ୧୦୦ ସପ୍ତାହର ବୃହତ ଜନ ଆନ୍ଦୋଳନ। ଆଦି ଦେଶବ୍ୟାପୀ ଏକ ସମୟରେ ଏକ କୋଟିରୁ ଅଧିକ ଯୁବକ ନେଲେ ‘ନିଶାମୁକ୍ତି ଶପଥ’, ସାମିଲ ହେଲେ ୧୨୫ରୁ ଅଧିକ ଆଧ୍ୟାତ୍ମିକ ସଂଗଠନ।
ଯୁବପିଢ଼ିଙ୍କୁ ନିଶାରୁ ଦୂରେଇବାକୁ ସଚେତନତା ଜରୁରୀ
ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁ-ପ୍ରଭାବରୁ ଦୂରେଇ ରଖିବା ପାଇଁ ସଚେତନତା, ଶିକ୍ଷା ଓ ସାମୂହିକ ପ୍ରୟାସ ଅତ୍ୟନ୍ତ ଜରୁରୀ। ନିଶା ବିରୋଧୀ ଲଢ଼େଇ କେବଳ ସରକାରୀ ଅଭିଯାନ ହୋଇ ନରହି ଏହା ଏକ ଜନଆନ୍ଦୋଳନର ରୂପ ନେବା ଆବଶ୍ୟକ ବୋଲି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ଦେଶର ପ୍ରତ୍ୟେକ ନାଗରିକ, ବିଶେଷକରି ଯୁବବର୍ଗଙ୍କୁ ନିଶାମୁକ୍ତ ଭାରତ ଗଠନ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ସେ ଅପିଲ୍ କରିଛନ୍ତି। ସମାଜର ପ୍ରତ୍ୟେକ ବର୍ଗ ଏକଜୁଟ ହୋଇ ଏହି ଦିଗରେ ନିଜର ଭୂମିକା ନିର୍ବାହ କଲେ ଦେଶକୁ ନିଶାମୁକ୍ତ କରିବାର ଲକ୍ଷ୍ୟ ହାସଲ କରିବା ସମ୍ଭବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ନିଶାର କୁ-ପ୍ରଭାବ ବିଷୟରେ ସଚେତନ କରାନ୍ତୁ
ପ୍ରଧାନମନ୍ତ୍ରୀ କହିଛନ୍ତି, ନିଜ ଆଖପାଖରେ ଥିବା ଯୁବପିଢ଼ିଙ୍କୁ ନିଶାର କୁ-ପ୍ରଭାବ ବିଷୟରେ ସଚେତନ କରିବା ସହ ସେମାନଙ୍କୁ ସକାରାତ୍ମକ କାର୍ଯ୍ୟକଳାପ ଓ ସୃଜନଶୀଳ କାର୍ଯ୍ୟ ପ୍ରତି ପ୍ରେରିତ କରିବା ଆବଶ୍ୟକ। ନିଶା ବିରୋଧରେ ଲଢ଼େଇରେ ପରିବାର, ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ଓ ସାଧାରଣ ନାଗରିକଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ନିଶାମୁକ୍ତ ସମାଜ ଗଠନ କେବଳ ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବ ନାହିଁ, ବରଂ ବିକଶିତ ଭାରତର ସଂକଳ୍ପକୁ ମଧ୍ୟ ଆହୁରି ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି। ତେଣୁ ଦେଶର ସମସ୍ତ ନାଗରିକ ଓ ଯୁବବର୍ଗ ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇ ନିଶାମୁକ୍ତ ଭାରତ ଗଠନରେ ଯୋଗଦାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories