Videos
|
National

ରାମେଶ୍ଵରମରେ ଏସିଆର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ରେଲୱେ ବ୍ରିଜ୍‌ର ଉଦଘାଟନ କଲେ ପିଏମ୍ ମୋଦି

Sushanta Sahoo
Browse all articles by Sushanta Sahoo
·1 year ago·2 min read
ରାମେଶ୍ଵରମରେ ଏସିଆର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ରେଲୱେ ବ୍ରିଜ୍‌ର ଉଦଘାଟନ କଲେ ପିଏମ୍ ମୋଦି

ରାମନବମୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଉପହାର । ଦେଶର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସମୁଦ୍ର ବ୍ରିଜର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ପମ୍ବନ ବ୍ରିଜର ଲମ୍ବ ୨.୦୮ କିଲୋମିଟର । ଏହି ବ୍ରିଜ୍ ୫ ମିନିଟ୍‌ରେ ୨୨ ମିଟର ଉପରକୁ ଉଠିବ । ଏହା ଏସିଆର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସ୍ପାନ ରେଲୱେ ବ୍ରିଜ୍ । ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ୨୦୧୯ରେ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।


ଏହି ବ୍ରିଜ୍‌ଟି ରାମେଶ୍ଵରମ (ପମ୍ବନ ଦ୍ଵୀପ)କୁ ତାମିଲନାଡ଼ୁର ମଣ୍ଡପମ ସହ ଯୋଡ଼ିବ । ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାକୁ ଡବଲ୍ ଟ୍ରାକ୍ ଓ ହାଇ ସ୍ପିଡ୍ ଟ୍ରେନ୍ ପାଇଁ ଡିଜାଇନ୍ କରାଯାଇଛି । ଷ୍ଟିଲ୍‌ରେ ତିଆରି ଏହି ବ୍ରିଜ୍‌ରେ ପଲିସିଲୋକ୍ସେନ୍ କୋଟିଂ ଦିଆଯାଇଛି । ଯାହାକି ବ୍ରିଜ୍‌କୁ ଜଙ୍କ୍ ସହ ସମୁଦ୍ରର ଲୁଣି ପାଣିରୁ ରକ୍ଷା କରିବ । ପୁରୁଣା ପୋଲକୁ ୨୦୨୨ରେ ଜଙ୍କ୍ ଲାଗିବା ଲାଗି ବନ୍ଦ କରି ଦିଆ ଯାଇଥିଲା । ଏହା ପରେ ରାମେଶ୍ଵରମ ଓ ମଣ୍ଡପମ ମଧ୍ୟରେ ରେଳ ଚଳାଚଳ ବନ୍ଦ ହୋଇ ଯାଇଥିଲା ।


ରାମାୟଣ ଅନୁସାରେ, ରାମସେତୁ ନିର୍ମାଣ ରାମେଶ୍ଵରମ ନିକଟ ଧନୁଷକୋଡିରୁ ଆରମ୍ଭ ହୋଇଥିଲା । ଏଥିପାଇଁ ଆସ୍ଥା ଦୃଷ୍ଟିରୁ ଏହି ସ୍ଥାନ ମହତ୍ତ୍ଵପୂର୍ଣ୍ଣ । ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡ଼ୁରେ ୮୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।


ନୂଆ ପମ୍ବନ ବ୍ରିଜ୍ ୧୦୦ଟି ଅଂଶକୁ ମିଶାଇ ତିଆରି କରାଯାଇଛି । ସମୁଦ୍ରରେ ଯେତେବେଳେ ଜାହାଜ ଯିବ ତ ଏହି ନ୍ୟାଭିଗେସନ୍ ବ୍ରିଜର ମଝି ଅଂଶ ଉପରକୁ ଉଠିଯିବ । ଏହା ଇଲେକ୍ଟ୍ରୋ-ମେକେନିକାଲ୍ ସିଷ୍ଟମରେ କାମ କରିବ । ବ୍ରିଜ୍‌ର ମଝି ଅଂଶ ମାତ୍ର ୫ ମିନିଟ୍‌ରେ ୨୨ ମିଟର ପର୍ଯ୍ୟନ୍ତ ଉପରକୁ ଉଠି ପାରିବ । ଆଉ ଏଥିପାଇଁ ମାତ୍ର ଜଣେ କର୍ମଚାରୀଙ୍କ ଆବଶ୍ୟକତା ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୁରୁଣା ବ୍ରିଜ୍ କ୍ୟାଣ୍ଟିଲିଭର ପୋଲ ଥିଲା । ତେଣୁ ତାହାକୁ ଲିବର ଜରିଆରେ ଖୋଲା ଯାଉଥିଲା । ଯେଉଁଥିପାଇଁ ୧୪ ଲୋକଙ୍କ ଆବଶ୍ୟକତା ରହୁଥିଲା । ଏବେ ହୋଇଥିବା ନୂଆ ବ୍ରିଜ୍‌ରେ ସମୁଦ୍ର ପବନର ବେଗ ଘଣ୍ଟାପ୍ରତି ୫୮ କିମିରୁ ଅଧିକ ହେଲେ ଭର୍ଟିକାଲ୍ ସିଷ୍ଟମ କାମ କରିବ ନାହିଁ । ସ୍ଵୟଂଚାଳିତ ଭାବେ ରେଡ୍ ସିଗନାଲ୍ ଆସିବ । ଆଉ ପବନ କମିବା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବନ୍ଦ ରହିବ । ଏ ସ୍ଥିତି ମୁଖ୍ୟତଃ ଅକ୍ଟୋବରରୁ ଫେବ୍ରୁଆରୀ ଯାଏଁ ରହିବ ।