Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Narendra Modi / ସମ୍ବଲପୁରରେ ୧୦୦ କୋଟି ଖର୍ଚ୍ଚରେ ହେବ ଅତ୍ୟାଧୁନିକ ଆକ୍ୱା ପାର୍କ !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ସମ୍ବଲପୁରରେ ୧୦୦ କୋଟି ଖର୍ଚ୍ଚରେ ହେବ ଅତ୍ୟାଧୁନିକ ଆକ୍ୱା ପାର୍କ !

Key Points

ସମ୍ବଲପୁରରେ ୧୦୦ କୋଟି ବିନିଯୋଗରେ ହେବ ଅତ୍ୟାଧୁନିକ ଆକ୍ବା ପାର୍କ ।
ଭୁବନେଶ୍ୱର ପାଣ୍ଡରାରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ।

ଚାଷୀଙ୍କ ମନରେ ଖୁସି । ଦେଶର କୃଷକଙ୍କୁ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । କୃଷକ ସମୃଦ୍ଧିରେ ନୂଆ ଅଧ୍ୟାୟ । ପିଏମ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ୪୨ ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଓ ଯୋଜନା ଉଦଘାଟନ କରି ଫସଲର ଉଚିତ ମୂଲ୍ୟ ଓ ଚାଷୀଙ୍କ ଉନ୍ନତ ଭବିଷ୍ୟତର ଗ୍ୟାରେଣ୍ଟି ଦେଇଛନ୍ତି ମୋଦି । କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡ଼ା ଜିଲ୍ଲା ସମେତ ଦେଶର ୧୦୦ ଜିଲ୍ଲାରେ କାର୍ଯ୍ୟକାରୀ ହେବ ଯୋଜନା । ସମ୍ବଲପୁରରେ ହେବ ଅତ୍ୟାଧୁନିକ ଆକ୍ବା ପାର୍କ । ଭୁବନେଶ୍ବର ପାଣ୍ଡରାରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବଲପୁରରେ ୧୦୦ କୋଟି ଟଙ୍କା ବିନିଯୋଗରେ ହେବ ଅତ୍ୟାଧୁନିକ ଆକ୍ବା ପାର୍କ । ଭୁବନେଶ୍ବର ପାଣ୍ଡରାରେ ୬୦ କୋଟି ବ୍ୟୟରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପିଏମ୍ । ଧନ ଧାନ୍ୟ କୃଷି ଯୋଜନା, ଖାଦ୍ୟାନ୍ନ, ଡାଲି, ତୈଳ ଓ ଉଦ୍ୟାନ ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନକୁ ନୂଆ ସୋପାନରେ ପହଞ୍ଚାଇବ ବୋଲି କହିଛନ୍ତି ପିଏମ ମୋଦି ।

ଯୋଜନା କାର୍ଯ୍ୟକାରୀ ହେବା ଦ୍ବାରା ଚାଷୀ କେବଳ ଧାନ ଉପରେ ନିର୍ଭରଶୀଳ ନହୋଇ ଡାଲି, ତୈଳବୀଜ ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଉତ୍ପାଦନ କରି ହେବେ ଲାଭବାନ । କୃଷକଙ୍କ ଆୟ ଦୁଇ ଗୁଣ ବୃଦ୍ଧି ହେବା ସହ ଇଣ୍ଟିଗ୍ରେଟେଡ୍ ଆକ୍ୱା ପାର୍କ, ହୋଲସେଲ୍ ମାଛ ବିକ୍ରୟ କେନ୍ଦ୍ର ଏକ ଭେଲ୍ୟୁ ଚେନ୍ ସୃଷ୍ଟି କରିବ । ପ୍ରଧାନମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱରେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ସ୍ତରରେ ପହଞ୍ଚିଛି ।

- ୨୦୧୩-୧୪ରେ ଖାଦ୍ୟାନ୍ନ ଉତ୍ପାଦନ ୨୫୨.୦୨ ମିଲିୟନ ଟନ୍ ଥିବାବେଳେ ୨୦୨୪-୨୫ରେ ୩୫୩.୯୬ ମିଲିୟନ ଟନରେ ପହଞ୍ଚିଛି ।

- ଉଦ୍ୟାନ କୃଷିରେ ୨୦୧୩-୧୪ରେ ୨୭୭.୩୬ ମିଲିୟନ ଟନ ଉତ୍ପାଦନ ହୋଇଥିବାବେଳେ ୨୦୨୪-୨୫ରେ ୩୬୭.୭୨ ମିଲିୟନ ଟନ୍ ହୋଇଛି ।

- ୨୦୧୩-୧୪ରେ ଜାଲି ଜାତୀୟ ଫସଲ ୧୯.୨୫ ମିଲିୟନ ଟନ ହୋଇଥିବାବେଳେ ୨୦୨୪-୨୫ରେ ଉତତ୍ପାଦନ ୨୫.୨୪ ମିଲିୟନ ଟନରେ ପହଞ୍ଚିଛି ।

-ସେହିପରି ୨୦୧୩-୧୪ରେ ତୈଳବୀଜ ଜାତୀୟ ଫସଲ ୧୯.୨୫ ମିଲିୟନ ଟନ ଉତ୍ପାଦନ ଥିବାବେଳେ ୨୦୨୪-୨୫ରେ ୪୨.୬୧ ମିଲିୟନ ଟନରେ ପହଞ୍ଚିଛି ।

କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ମାଛ ଚାଷୀଙ୍କ ଆୟ ଦୁଇ ଦୁଣା କରିବାକୁ ପଦକ୍ଷେପ ନେଇଥିବା ପୂର୍ବରୁ କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୪୨ ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଓ ଯୋଜନା ଦେଶକୁ ସମସ୍ତ ପ୍ରକାର ଖାଦ୍ୟ ଉତ୍ସାଦନରେ କରିବ ଆତ୍ମନିର୍ଭରଶୀଳ । ଆସନ୍ତା ୬ ବର୍ଷ ପାଇଁ ଦେଶରେ ଜାରି ରହିବ ପିଏମ ଧନ ଧାନ୍ୟ ଯୋଜନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Narendra Modi | PM Modi Launches PM Dhan Dhaanya Krishi Yojana and Pulses Mission to Strengthen Farmer Prosperity | Argus News