Videos
|
National

ଭାରତ-ମରିସସ୍ ସମ୍ପର୍କରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ ପାଇଁ ଆଲୋଚନା

Sushanta Sahoo
Browse all articles by Sushanta Sahoo
·10 months ago·2 min read
ଭାରତ-ମରିସସ୍ ସମ୍ପର୍କରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ ପାଇଁ ଆଲୋଚନା

Key Points

ନୂଆଦିଲ୍ଲୀରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା ହେଉଥିବା ବେଳେ ପ୍ରଥମଥର ପାଇଁ ଆଧ୍ୟାତ୍ମିକ ସହର କାଶୀରେ ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାଣସୀ ହେଉଛି ଭାରତୀୟ ସଭ୍ୟତା ଓ ସଂସ୍କୃତିର ଆତ୍ମା ।

ନୂଆଦିଲ୍ଲୀ: ଆଧ୍ୟାତ୍ମିକ ସହର କାଶୀରେ ମରିସସ୍ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ମରିସସ୍ ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୧୫ ମିଲିୟନ୍ ଡଲାରର ସହାୟତା ଘୋଷଣା କରାଯାଇଛି । କିନ୍ତୁ ଏହା ସହାୟତା ନୁହେଁ, ମରିସସରେ ଭାରତରେ ବଡ଼ ପୁଞ୍ଜି ନିବେଶ । ଆଗାମୀ ଦିନରେ ଏହାର ସୁଫଳ ମିଳିବ । ଭାରତ ଓ ମରିସସ୍ ଦୁଇଟି ଦେଶ ହେଲେ ମଧ୍ୟ ଗୋଟିଏ ସ୍ଵପ୍ନ ଓ ଲକ୍ଷ୍ୟ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ବିଜ୍ଞାନ ଓ ପ୍ରଯୁକ୍ତି, ବରିଷ୍ଠ ଅଧିକାରୀଙ୍କୁ ତାଲିମ୍ କ୍ଷେତ୍ରରେ ସ୍ଵାକ୍ଷରିତ ହୋଇଛି ରାଜିନାମା । ଶକ୍ତି ସୁରକ୍ଷା ହେଉଛି ଦ୍ଵିପାକ୍ଷିକ ସମ୍ପର୍କର ଏକ ଅଭିନ୍ନ ଅଙ୍ଗ । ପ୍ରଥମଥର ପାଇଁ ଭାରତ ବାହାରେ ମରିସସରେ ଜନ ଔଷଧୀ କେନ୍ଦ୍ର ଖୋଲାଯିବ । ଆଇଆଇଟି ମାଦ୍ରାସ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଣ୍ଟେସନ ମ୍ୟାନେଜମେଣ୍ଟ ପକ୍ଷରୁ ୟୁନିଭର୍ସିଟି ଅଫ୍ ମରିସସ୍ ସହ ସ୍ଵାକ୍ଷରିତ ହୋଇଛି ରାଜିନାମା ।

ପୂର୍ବରୁ ନୂଆଦିଲ୍ଲୀରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା ହେଉଥିବା ବେଳେ ପ୍ରଥମଥର ପାଇଁ ଆଧ୍ୟାତ୍ମିକ ସହର କାଶୀରେ ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାଣସୀ ହେଉଛି ଭାରତୀୟ ସଭ୍ୟତା ଓ ସଂସ୍କୃତିର ଆତ୍ମା । ନିଜର ନିର୍ବାଚନ ମଣ୍ଡଳୀ ବାରାଣସୀରେ ନଭିଚନ୍ଦ୍ର ରାମଗୁଲାମଙ୍କୁ ଅତିଥି ଭାବେ ପାଇ ସେ ଅତ୍ୟନ୍ତ ଗର୍ବିତ ବୋଲି କହିଛନ୍ତି । ଦୁଇ ଦେଶ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ ପାଇଁ ମଧ୍ୟ ହୋଇଛି ଆଲୋଚନା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀରେ ପହଞ୍ଚିବା ପରେ ତାଙ୍କୁ ଅଭୂତପୂର୍ବ ସମ୍ବର୍ଦ୍ଧନା ମିଳିଥିଲା । ରାସ୍ତାର ଦୁଇ ପାର୍ଶ୍ଵରେ ହଜାର ହଜାର ଜନତା ଛିଡ଼ା ହୋଇ ତାଙ୍କୁ ସ୍ବାଗତ କରିଥିଲେ । ବେଦମନ୍ତ୍ର ଉଚ୍ଚାରଣ ସହ ସାଧୁସନ୍ଥମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: