Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତପସ୍ୟାରେ ନିମଗ୍ନ ମୋଦି, ସାମ୍ନାକୁ ଆସିଲା ଫଟୋ

National

ତପସ୍ୟାରେ ନିମଗ୍ନ ମୋଦି, ସାମ୍ନାକୁ ଆସିଲା ଫଟୋ

Manini Pattanayak
Browse all articles by Manini Pattanayak
·1 year ago·2 min read
ତପସ୍ୟାରେ ନିମଗ୍ନ ମୋଦି, ସାମ୍ନାକୁ ଆସିଲା  ଫଟୋ

ନୂଆଦିଲ୍ଲୀ: ଦେଶରେ  ସପ୍ତମ ପର୍ଯ୍ୟାୟ  ଅର୍ଥାତ ଶେଷ ପର୍ଯ୍ୟାୟ  ଲୋକସଭା ନିର୍ବାଚନ  ପାଇଁ ଭୋଟିଙ୍ଗ ହେବ  ଜୁନ୍‌ ୧ ତାରିଖରେ।   ତେବେ ଭୋଟ୍‌ ପାଇଁ ପ୍ରଚାର ମଧ୍ୟ ଶେଷ ହୋଇଛି।  ପ୍ରଚାର ଶେଷ ହେବା ପରେ ପିଏମ ମୋଦି  ପହଞ୍ଚିଛନ୍ତି  କନ୍ୟାକୁମାରୀରେ। ବର୍ତ୍ତମାନ ମୋଦି ସେଠାରେ  ସମୁଦ୍ର ଭିତରେ ନିର୍ମାଣ ହୋଇଥିବା ବିବେକାନନ୍ଦ ରକ ମେମୋରିଆଲ ରେ ୪୫ ଘଣ୍ଟା ଅର୍ଥାତ  ଜୁନ୍‌ ୧ର ସନ୍ଧ୍ୟା  ପର୍ଯ୍ୟନ୍ତ ଧ୍ୟାନମଗ୍ନ  ରହିବେ। ତେବେ  ଆଜି ମୋଦିଙ୍କ ଧ୍ୟାନର ଦ୍ୱିତୀୟ ଦିନ।  ପିଏମ ମୋଦି  ତପସ୍ୟାର କିଛି ଫଟୋ ସାମ୍ନାକୁ ଆସିଛି। 

ଫଟୋରେ ପିଏମ ମୋଦି ଗେରୁଆ ରଙ୍ଗର କୁର୍ତ୍ତା ଏବଂ ଗାମୁଛାରେ ନଜର ଆସିଛନ୍ତି।  ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମା  ସାମ୍ନାରେ   ପିଏମ ମୋଦି ବସି ଧ୍ୟାନ କରୁଛନ୍ତି। ତାଙ୍କ ହାତରେ  ଜପ ମାଳା ଥିବାର ଦେଖାଯାଉଛି।   

କନ୍ୟାକୁମାରୀରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଛନ୍ତି ପିଏମ ମୋଦି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାଳା ଜପ କରୁଛନ୍ତି ପିଏମ

 ଦକ୍ଷୀଣ ଭାରତର ପାରମ୍ପରିକ ପୋଷାକରେ ମୋଦି 
 

ଧ୍ୟାନ ମଣ୍ଡପରେ ମୋଦି ।  ସ୍ୱାମୀ ବିବେକାନନ୍ଦ ଦେଶ ଭ୍ରମଣ ପରେ  ଏଠାରେ  ଧ୍ୟାନ କରିଥିଲେ। 

ପିଏମ ମୋଦିଙ୍କ ଏହି ଆଧ୍ୟାତ୍ମିକ ଗସ୍ତକୁ  ନେଇ କନ୍ୟାକୁମାରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମୋଦିଙ୍କ ସୁରକ୍ଷାରେ  ୨୦୦୦ ହଜାର ରୁ ଅଧିକ ପୋଲିସ୍‌ ଯବାନ ମୁତୟନ ଅଛନ୍ତି। ଯେତେ ସମୟ ପର୍ଯ୍ୟନ୍ତ ମୋଦି  ବିବେକାନନ୍ଦ ରକ ମେମୋରିଆଲ ରେ ରହିବେ ସେପର୍ଯ୍ୟନ୍ତ କେହି ପର୍ଯ୍ୟଟକ  ସେଠାକୁ ଯାଇପାରିବେ ନାହିଁ।  ୧ ଜୁନ୍‌ ରେ  ସନ୍ଧ୍ୟା ଯାଏ ଯୋଗ ଧ୍ୟାନରେ ରହିବେ ମୋଦି। 
ଅଧିକ ଦେଖନ୍ତୁ :

Sponsored
pm modi meditates at vivekananda rock memorial in kanyakumari see latest pics | Argus News