Operation Sindoor: ରାତି ଅଧିଆ ପାକିସ୍ତାନକୁ ଆଟାକ୍, ରାତି ସାରା ନଜର ରଖିଥିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାତି ସାରା ଉଜାଗର ରହି ଅପରେସନ୍ ସିନ୍ଦୂର ଉପରେ ନଜର ରଖିଥିଲେ ପ୍ରଧାନମନ୍ତ୍ରୀ। ରାତି ଅଧିଆ ପାକିସ୍ତାନ ଉପରେ ଆଟାକ୍ ହୋଇଛି। ୯ ଟି ସ୍ଥାନରେ ଏହି ଆଟାକ୍ ହୋଇଥିବାବେଳେ ଅନେକ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣର ନାଁ ଦିଆଯାଇଛି ‘ଅପରେସନ ସିନ୍ଦୂର’। ପହଲଗାମ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ସୁରକ୍ଷା ବାହିନୀ ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପିଓକେରେ ନଅଟି ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ। ଏଥିରେ ଜୈଶ-ଏ-ମହମ୍ମଦର ଆଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ ଅପରେସନ ସମୟରେ ନଅଟି ନିର୍ଦ୍ଦିଷ୍ଟ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ବାହାୱଲପୁରରେ ଥିବା ଜୈଶ-ଏ-ମହମ୍ମଦ (JeM) ମୁଖ୍ୟାଳୟ ଏବଂ ମୁରିଦକେରେ ଥିବା ଲସ୍କର-ଏ-ତୋଇବା (LeT) ମୁଖ୍ୟାଳୟ ଅନ୍ତର୍ଭୁକ୍ତ। ଏହି ମିଶନରେ ପ୍ରଧାନମନ୍ତ୍ରୀ ମୋଦି ରାତିସାରା ନଜର ରଖିଥିଲେ।
📱 Get Argus News App
✨ପ୍ରଧାନମନ୍ତ୍ରୀ ମୋଦି ଏୟାର ଷ୍ଟ୍ରାଇକ ପୂର୍ବରୁ ଅନେକ ବୈଠକ କରିଥିଲେ । ସେ ସମସ୍ତ କାର୍ଯ୍ୟ ଉପରେ ନଜର ରଖିଥିଲେ। ପ୍ରତିରକ୍ଷା ବିଭାଗ ମୁଖ୍ୟ, ବରିଷ୍ଠ ଗୁଇନ୍ଦା ଅଧିକାରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କୁ ନିରନ୍ତର ଏନେଇ ସୂଚନା ଦେଉଥିଲେ। ମଙ୍ଗଳବାର ବିଳମ୍ବିତ ସାରୁ ଆରମ୍ଭ ହୋଇ ବୁଧବାର ଭୋର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏବଂ ସ୍ଥଳସେନା, ନୌସେନା ଏବଂ ବାୟୁସେନା ମୁଖ୍ୟଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଥିଲା।ପାକିସ୍ତାନରେ ଆତଙ୍କବାଦ ବିରୋଧରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ପରେ ସାରା ବିଶ୍ବକୁ ଅବଗତ କରିଛି ଭାରତ । ଆମେରିକା, ବ୍ରିଟେନ, ରୁଷିଆ, ସାଉଦି ଆରବକୁ ଜଣାଇଛି । ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଅବଗତ କରାଇଛନ୍ତି ଏନଏସଏ ଅଜିତ ଡୋଭାଲ ।