Handloom Day Video / ହସ୍ତତନ୍ତ ଦିବସ ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ,ସ୍ବଦେଶୀ ଆପଣାଇବାକୁ ଦେଶବାସୀଙ୍କୁ ଦେଲେ ଆହ୍ୱାନ
·1 month ago·2 min read

Key Points
ସ୍ବଦେଶୀ ଆପଣାଇବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ
ନିଜ ଇନଷ୍ଟାଗ୍ରାମରେ ଭିଡିଓ ଜାରି କରିଛନ୍ତି ମୋଦି
ଫ୍ରେଣ୍ଡସିପ୍ ଡେ ଭଳି 'ହ୍ୟାଣ୍ଡଲୁମ୍ ଡେ'କୁ ମଧ୍ୟ ପାଳନ କରିବା ଉଚିତ

ନୁଆଦିଲ୍ଲୀ,୦୭/୦୮: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓ ଜରିଆରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସ୍ୱଦେଶୀ ଆପଣାଇବା ଏବଂ ପାରମ୍ପରିକ ବୁଣାକାରମାନଙ୍କୁ ସମର୍ଥନ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେପରି ଆମେ ସମସ୍ତେ ବେଶ୍ ଉତ୍ସାହର ସହିତ 'ଫ୍ରେଣ୍ଡସିପ୍ ଡେ' ପାଳନ କରୁଛେ, ଠିକ୍ ସେହିପରି ଅଗଷ୍ଟ ୭ ତାରିଖରେ 'ହ୍ୟାଣ୍ଡଲୁମ୍ ଡେ'କୁ ମଧ୍ୟ ସମାନ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରିବା ଉଚିତ
୧୯୦୫ ମସିହାର ଅଗଷ୍ଟ ୭ ତାରିଖକୁ ଆମେ କଦାପି ଭୁଲିବା ନାହିଁ। ଏହି ଦିନ ଦେଶର ସ୍ୱାଧୀନତା ପାଇଁ 'ସ୍ୱଦେଶୀ ଆନ୍ଦୋଳନ'ର ଶୁଭାରମ୍ଭ ହୋଇଥିଲା, ଯାହା ଆତ୍ମନିର୍ଭର ଭାରତର ମୂଳଦୁଆ ପକାଇଥିଲା। ହ୍ୟାଣ୍ଡଲୁମ୍ ଡେ ପାଳନ କରିବାର ପ୍ରକୃତ ଅର୍ଥ ହେଉଛି ଦେଶର ସେହି ଗରିବ ବୁଣାକାର ପରିବାରଗୁଡ଼ିକ ସହ ଛିଡ଼ା ହେବା, ଯେଉଁମାନେ ନିଜ ଘରେ ଲୁମ୍ (ଲୁଗା ବୁଣା କରଘା) ସାହାଯ୍ୟରେ ନିଜ ହାତରେ ସୁନ୍ଦର ଓ ବିବିଧତାରେ ଭରା ବସ୍ତ୍ର ପ୍ରସ୍ତୁତ କରନ୍ତି। ଦେଶର ଗରୀବ ବୁଣାକାର ଭାଇ ଓ ଭଉଣୀମାନଙ୍କୁ ଆର୍ଥିକ ଭାବରେ ସମୃଦ୍ଧ କରିବା ଏବଂ 'ଆତ୍ମନିର୍ଭର ଭାରତ'ର ସ୍ୱପ୍ନକୁ ସାକାର କରିବା ପାଇଁ ସେ ନାଗରିକମାନଙ୍କୁ ଏକ ଅପିଲ୍ କରିଛନ୍ତି । ପ୍ରତ୍ୟେକ ନାଗରିକ ହସ୍ତତନ୍ତରେ ପ୍ରସ୍ତୁତ ଅତିକମରେ ଗୋଟିଏ ହେଲେ ସ୍ୱଦେଶୀ ଉତ୍ପାଦ ବା ପୋଷାକ ନିଶ୍ଚିତ କିଣିବାକୁ ସେ କହିଛନ୍ତି
ସେ ଅପିଲ କରିଛନ୍ତି ଯେ ପ୍ରତ୍ୟେକ ନାଗରିକ ନିଜେ ହସ୍ତତନ୍ତରୁ ତିଆରି କୌଣସି ନା କୌଣସି ସାମଗ୍ରୀ କିମ୍ବା ବସ୍ତ୍ର ନିଶ୍ଚିତ କିଣନ୍ତୁ। ସେହି ହ୍ୟାଣ୍ଡଲୁମ୍ ସାମଗ୍ରୀ ସହିତ ଏକ ଛୋଟ ଭିଡିଓ କିମ୍ବା ରିଲ୍ ତିଆରି କରି ସାରା ଦୁନିଆ ସାମ୍ନାରେ ସୋସିଆଲ୍ ମିଡିଆରେ ରଖନ୍ତୁ। ଏହି ଅଭିଯାନ ଜରିଆରେ ଭାରତୀୟ ବୁଣାକାରମାନଙ୍କ ଦକ୍ଷତା, ସାମର୍ଥ୍ୟ ଏବଂ ପରିଶ୍ରମର ପରିଚୟ ସାରା ବିଶ୍ୱକୁ କରାଯାଇ ପାରିବ। ପ୍ରଧାନମନ୍ତ୍ରୀ ମୋଦି ଶେଷରେ ସମସ୍ତ ଦେଶବାସୀଙ୍କୁ ଅଗଷ୍ଟ ୭ 'ଜାତୀୟ ହସ୍ତତନ୍ତ ଦିବସ'ର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ପଢନ୍ତୁ ଏହି ଖବର: ମୋଦିଙ୍କ ଭିଡ଼ିଓ ବାର୍ତ୍ତା: ମୋ ମା'ଙ୍କୁ ଗାଳିଦେଲେ, ପିଲାମାନଙ୍କୁ ମୁଁ କ୍ଷମା ଦେଉଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହସ୍ତତନ୍ତ କ୍ଷେତ୍ରରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ରହିଛି। ସମ୍ବଲପୁରୀ ଇକତ୍, ବୋମକାଇ, କୋଟପାଡ଼ ଓ ଗୋପାଳପୁର ଟସର ଭଳି ଜିଆଇ ଟ୍ୟାଗ୍ ପ୍ରାପ୍ତ ବସ୍ତ୍ର ସାରା ଦେଶରେ ଲୋକପ୍ରିୟ। କୋଟପାଡ଼,ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର ହସ୍ତତନ୍ତ ଉତ୍ପାଦନର ପ୍ରମୁଖ କେନ୍ଦ୍ର। ଗତ ପାଞ୍ଚ ବର୍ଷରେ ଓଡ଼ିଶାର ହସ୍ତତନ୍ତ ବିକ୍ରି ପ୍ରାୟ ୧,୫୪୪ କୋଟି ଟଙ୍କାରେ ପହଞ୍ଚିଛି। ବୁଣାକାରଙ୍କ ଆୟ ବଢ଼ାଇବା, ଡିଜାଇନ୍ , ବ୍ରାଣ୍ଡିଂ ଓ ବଜାର ସୁବିଧାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ହସ୍ତତନ୍ତ ବିକାଶ ଯୋଜନା, କ୍ଲଷ୍ଟର ବିକାଶ, ସୂତା ସବସିଡି, କୌଶଳ ବିକାଶ ଓ ଭିତ୍ତିଭୂମି ସହାୟତା ଭଳି ଅନେକ ପଦକ୍ଷେପ ନେଉଛନ୍ତି। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଦେଶ ସେହି ଲକ୍ଷ ଲକ୍ଷ ବୁଣାକାରଙ୍କୁ ଶ୍ରଦ୍ଧା ଜଣାଉଛି, ଯାହାଙ୍କ ହାତର ସୃଜନଶୀଳତା ଓ ପରିଶ୍ରମ ଭାରତର ବସ୍ତ୍ର ପରମ୍ପରାକୁ ଆଜି ମଧ୍ୟ ଜୀବନ୍ତ ରଖିଛି।
`
`
Related Topics
Explore more stories