Videos
|
National

ନିର୍ବାଚନର ତିନିମାସ ପର୍ଯ୍ୟନ୍ତ ବିଶ୍ରାମ ନେଇନାହାଁନ୍ତି ପିଏମ ମୋଦି  : ଚନ୍ଦ୍ରବାବୁ ନାଇଡୁ

Manini Pattanayak
Browse all articles by Manini Pattanayak
·2 years ago·1 min read
ନିର୍ବାଚନର ତିନିମାସ ପର୍ଯ୍ୟନ୍ତ ବିଶ୍ରାମ ନେଇନାହାଁନ୍ତି ପିଏମ ମୋଦି  : ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ:  ତିନି  ମାସ ପର୍ଯ୍ୟନ୍ତ ପିଏମ ମୋଦି ବିଶ୍ରାମ ନେଇନାହାଁନ୍ତି। ଏହା କହିଛନ୍ତି  ଟିଡିପି ନେତା ଚନ୍ଦ୍ରବାବୁ  ନାଇଡୁ।  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କୁ  ଏନଡିଏ ଦଳର ନେତା ନିର୍ବାଚିତ କରିବାର ପ୍ରସ୍ତାବର ସମର୍ଥନ କରିଛନ୍ତି  ଚନ୍ଦ୍ରବାବୁ ନାଇଡୁ।  ଏନଡିଏ ସଂସଦୀୟ  ଦଳ ବୈଠକରେ  ଟିଡିପିର ମୁଖ୍ୟ  ଚନ୍ଦ୍ରବାବୁ କହିଛନ୍ତି, 'ଯେତେବେଳେ ନିର୍ବାଚନୀ ପ୍ରଚାର ଚାଲିଥିଲା  ସେତେବେଳେ ମୁଁ ଦେଖିଛି  ତିନି ମାସ ପର୍ଯ୍ୟନ୍ତ  ପିଏମ ମୋଦି ଟିକେ ବିଶ୍ରାମ ନେଇନାହାଁନ୍ତି  ।

 ମୋଦି ଦିନ ରାତି ପ୍ରଚାରରେ ଲାଗିଥିଲେ।  ଆନ୍ଧ୍ର ପ୍ରଦେଶରେ ପିଏମଙ୍କର  ୩ଟି  ସାର୍ବଜନିନ ବୈଠକ  ଏବଂ ଗୋଟିଏ  ବଡ ରାଲି କରିଥିଲେ ମୋଦି।  ଯାହା ଆନ୍ଧ୍ର ପ୍ରଦେଶରେ ନିର୍ବାଚନ ଜିତିବାରେ ସହଜ ହୋଇଥିଲା'  ବୋଲି ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।  ସେ ଆହୁରି ମଧ୍ୟ  କହିଛନ୍ତି ପିଏମଙ୍କ କାର୍ଯ୍ୟକାଳରେ  ଦେଶର ଅର୍ଥବ୍ୟବସ୍ଥା  ଦୃଢ ହୋଇଛି।  ଦେଶର ବିକାଶର ଗତି ଆହୁରି ଆଗକୁ ଜାରି ରହିବ।  ସର୍ବାଧିକ ଅଭିବୃଦ୍ଧି ହାର ସହିତ ଭାରତ  ଆଗକୁ ବଢୁଛି ବୋଲି କହିଛନ୍ତି ଚନ୍ଦ୍ରବାବୁ ନାଇଡୁ।   
ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pm modi never rested for three months chandrababu naidu said the country s development will continue | Argus News