Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଉ କିଛି ଘଣ୍ଟାର ଅପେକ୍ଷା...ଇତିହାସ ରଚିବେ ମୋଦି

Smruti Parija
Browse all articles by Smruti Parija
·2 years ago·2 min read
ଆଉ କିଛି ଘଣ୍ଟାର ଅପେକ୍ଷା...ଇତିହାସ ରଚିବେ ମୋଦି

Key Points

  • ପୁଣି  ଶପଥ ନେବେ ନରେନ୍ଦ୍ର ମୋଦି
  • ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ପଦରେ ବସିବେ ମୋଦି
  • ନେହେରୁଙ୍କ ପରେ କ୍ରମାଗତ  ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ରଚିବେ ଇତିହାସ

ଅର୍ଗସ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା । ଦେଶର ପ୍ରଧାନମନ୍ତ୍ରୀ ପଦରେ ଅଭିଷିକ୍ତ ହେବେ ମୋଦି । ଭାରତର କ୍ଷମତାର ଡୋର ପୁଣି ସମ୍ଭାଳବେ ପ୍ରଧାନମନ୍ତ୍ରୀ ମୋଦି । ଜୁନ୍ ୯ ତାରିଖ ସଂଧ୍ୟା ୭:୧୫ ରେ ଶପଥ ଗ୍ରହଣ ଉତ୍ସବରେ ପୁଣି ଥରେ, ମେ ନରେନ୍ଦ୍ର ଦାମୋଦର ମୋଦି ଶପଥ ନେତା ହୁଁ..ର ଧ୍ବନିରେ ପ୍ରକମ୍ପିତ ହେବ ରାଷ୍ଟ୍ରପତି ଭବନ । 

୨୦୧୪ ରେ ୩୦ ବର୍ଷର ଝୁଲା ପାର୍ଲିଆମେଣ୍ଟର ପରମ୍ପରାକୁ ଭାଂଗି ପୂର୍ଣ ସଂଖ୍ୟା ଗରିଷ୍ଠତା ସହ ଇତିହାସ ରଚିଲେ ମୋଦି । ସେହି ବିଜୟ ଧାରାକୁ ବଜାୟ ରଖି ୨୦୧୯ ରେ ପୁଣିଥରେ ଦେଶରେ ଭାରି ସମର୍ଥନ ସହିତ ଦେଶର କ୍ଷମତାର ଶୀର୍ଷ ରେ ପହଂଚିଥିଲେ ମୋଦି । ଏହି ୧୦ ବର୍ଷର ସୁଶାସନ, ଅର୍ଥନୈତିକ ଅଭିବୃଦ୍ଧି , ଜନ କଲ୍ୟାଣ, ଦୃଢ ପ୍ରତିରକ୍ଷା ତଥା ବୈଦେଶିକ ନିତୀ ର ସଂକଳ୍ପ କୁ ପୂରଣ କରିବା ପରେ ୨୦୨୪ ରେ ପୁଣିଥରେ ଜନତାଙ୍କ ଭରସା ଜିତିଛନ୍ତି ପ୍ରଧାନମନ୍ତ୍ରୀ । 

ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଏଯାଏଁ ନେହେରୁ ଏକମାତ୍ର ପ୍ରଧାନମନ୍ତ୍ରୀ ଥିଲେ ଯିଏ ଲଗାତାର ୩ଥର ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ । 

ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ୭ ହଜାର ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଛି । ବାଂଲାଦେଶ, ଶ୍ରୀଲଙ୍କା, ମାଳଦ୍ୱୀପ, ଭୁଟାନ, ନେପାଳ, ମରିସସ୍ ଏବଂ ସେସେଲ୍ସର ପ୍ରମୁଖ ନେତାମାନେ ଯୋଗଦେବେ ।  ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଦିଲ୍ଲୀରେ  ହାଇ ଆଲର୍ଟ ଜାରୀ । ଅର୍ଧ ସାମରିକ ବାହିନୀ, ଏନଏସଜି କମାଣ୍ଡୋ, ଡ୍ରୋନ୍ ଏବଂ ସ୍ନାଇପରଙ୍କର ପରି ବହୁ ଉଚ୍ଚ ସ୍ତରୀୟ ସୁରକ୍ଷା ଏହି କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତି ଭବନରେ ନି‌ୟୋଜିତ ହେବ ବୋଲି ସୂଚନା ଦିଆଯାଇଛି । ୧୦ ବର୍ଷ ପରେ ଆଉ ୫ ବର୍ଷର ଦାଯିତ୍ବ...ଛୁଟି ନନେଇ ଦିର୍ଘ ସମଯ  କାମ କରିବାର କେବଳ ରେକର୍ଡ ନୁହେଁ ବରଂ ଜନସମର୍ଥନର ରେକର୍ଡ ଭାଙ୍ଗିଛନ୍ତି ମୋଦି । 

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pm-modi-oath-taking-ceremony-to-be-held-tomorrow | Argus News