Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜୟନ୍ତୀରେ ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କୁ ମୋଦିଙ୍କ ନମନ

National

ଜୟନ୍ତୀରେ ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କୁ ମୋଦିଙ୍କ ନମନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଜୟନ୍ତୀରେ ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କୁ ମୋଦିଙ୍କ ନମନ
  • ଜୟନ୍ତୀରେ ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କୁ ମୋଦିଙ୍କ ନମନ
  • ଆଦିବାସୀଙ୍କ ଭଗବାନଙ୍କ ଜନ୍ମଭୂଇଁରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଆରମ୍ଭ 
  • ଝାଡ଼ଖଣ୍ଡରୁ ଆଦିବାସୀଙ୍କ ପାଇଁ 24 ହଜାର କୋଟିର ଉପହାର ଦେଲେ ପ୍ରଧାନମନ୍ତ୍ରୀ
  • ଦେଶର 8 କୋଟିରୁ ଅଧିକ ଚାଷୀଙ୍କୁ ପଠାଇଲେ ପିଏମ୍ କିଷାନ ନିଧିର 15 ତମ କିସ୍ତି

ଅର୍ଗସ ବ୍ୟୁରୋ:  ଆଦିବାସୀଙ୍କ ଭଗବାନ, ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ। ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ବିର୍ସା ମୁଣ୍ଡାଙ୍କ ଜନ୍ମଭୂଇଁ ଝାଡ଼ଖଣ୍ଡର ଉଲିହାତୁରେ ପହଞ୍ଚିଲେ ନରେନ୍ଦ୍ର ମୋଦି। ଆଦିବାସୀଙ୍କୁ ହଜାର ମେଗା ଉପହାର ଦେଲେ। ଆଉ ବିକଶିତ ଭାରତ ସଂକଳ୍ପ ଯାତ୍ରାର କଲେ ଶୁଭାରମ୍ଭ।ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଝାଡ଼ଖଣ୍ଡର ରାଜଧାନୀରୁ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ। ରାଞ୍ଚିରେ ଥିବା ବିର୍ସା ମୁଣ୍ଡା ମେମୋରିଆଲ୍ ପାର୍କ ଏବଂ ସ୍ବାଧୀନତା ସଂଗ୍ରାମୀ ସଂଗ୍ରହାଳୟରେ ପହଞ୍ଚିଲେ ନରେନ୍ଦ୍ର ମୋଦି । ସାଙ୍ଗରେ ଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଝାଡ଼ଖଣ୍ଡ ରାଜ୍ୟପାଳ । ସ୍ବାଧୀନତା ସଂଗ୍ରାମୀ ଓ ସହିଦଙ୍କୁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ।

ସେଠାରୁ ବିର୍ସାମୁଣ୍ଡାଙ୍କ ଜନ୍ମସ୍ଥାନ ଖୁଣ୍ଟି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ। ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଉଲିହାତୁରେ ହୋଇଥିଲା ବିଶାଳ ଜନସଭାର ଆୟୋଜନ। ପ୍ରଥମେ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇ ନମନ କଲେ ମୋଦି। ଝାଡ଼ଖଣ୍ଡ ମାଟିରୁ ଦେଶ ଉଦ୍ଦେଶ୍ୟରେ 24 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିସ୍ଥାପନ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ। ଏଥିରେ ଆଦିବାସୀଙ୍କ ଉନ୍ନତି ଉଦ୍ଦେଶ୍ୟରେ 22 ହଜାର ଗାଁରେ ଜନଜାତି ନ୍ୟାୟ ଅଭିଯାନ ଚାଲିବ। 36 ହଜାର ଆଦିବାସୀ ଗାଁର ବିକାଶ ହେବ। ଏଥିସହ ଦେଶର 8 କୋଟିରୁ ଅଧିକ ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ପଠାଇଲେ 18 ହଜାର କୋଟି ଟଙ୍କାର ପିଏମ୍ କିସାନ ସମ୍ମାନ ନିଧିର 15 ତମ କିସ୍ତି।

ସମ୍ବୋଧନରେ କହିଲେ ଅମୃତ କାଳର ଆଗାମୀ 25 ବର୍ଷ ଭିତରେ ଦେଶକୁ ବିକଶିତ କରିବାକୁ ହେଲେ ଆମକୁ ଦେଶର ଚାରିଟି ଅମୃତ ସ୍ତମ୍ଭକୁ ଆହୁରି ସଶକ୍ତ କରିବାକୁ ହେବ। ର୍ସାମୁଣ୍ଡାଙ୍କ ମାଟିରେ ପ୍ରଧାନମନ୍ତ୍ରୀଙ୍କୁ ସବାଇ ଘାସରେ ପ୍ରସ୍ତୁତ ଟୋପି ସମେତ ବିର୍ସାମୁଣ୍ଡାଙ୍କ  ଚିତ୍ରକଳା ଉପହାର ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା। ସେହିପରି ମୋଦିଙ୍କୁ ବିର୍ସା ମୁଣ୍ଡାଙ୍କ ପ୍ରତିକୃତି ଉପହର ଦେଇଥିଲେ ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
PM Modi pays tribute to Birsa Munda on his birth anniversary in Jharkhand | Argus News