Narendra Modi / କଂଗ୍ରେସ ଉପରେ ବର୍ଷିଲେ ମୋଦି, କହିଲେ ବିଷାକ୍ତ ତୁଷ୍ଟିକରଣ କରୁଛି

Key Points
ଆସାମରୁ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ଟର୍ଗେଟ ! ଆଜି ନାମରୂପର ମାଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିବା ସହ ଦେଶ ବିରୋଧୀ ଚକ୍ରାନ୍ତକୁ ନେଇ ସାରା ଦେଶକୁ ଚେତାଇ ଦେଇଛନ୍ତି। କଂଗ୍ରେସ ଦଳ ଆଜି ବି ଦେଶ ବିରୋଧୀ ବିଚାରଧାରାକୁ ପ୍ରୋତ୍ସାହନ ଦେଉଛି। କେବଳ ନିଜର ଭୋଟ୍ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ଏହି ଲୋକମାନେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆସାମର ଜଙ୍ଗଲ ଏବଂ ଜମିରେ ବସବାସ କରାଇବାକୁ ଚାହୁଁଛନ୍ତି।
କଂଗ୍ରେସର ଆଖି କେବଳ କ୍ଷମତା ଏବଂ ସରକାର ଉପରେ ରହିଛି, ଆସାମର ଅସ୍ମିତା ବା ପରିଚୟ ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ। କଂଗ୍ରେସର ଏହି ବିଷାକ୍ତ ତୁଷ୍ଟିକରଣ ନୀତିରୁ ଆସାମକୁ ରକ୍ଷା କରିବାକୁ ହେବ ଏବଂ ବିଜେପି ପାହାଡ଼ ଭଳି ଠିଆ ହୋଇ ଆସାମର ସମ୍ମାନ ରକ୍ଷା କରିବ ବୋଲି କଡା ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଆଜି ଆସାମ ଗସ୍ତ ସମୟରେ ନାମରୂପ ଠାରେ ଶିଳ୍ପ ଏବଂ କୃଷି କ୍ଷେତ୍ର ପାଇଁ ଏକ ବଡ଼ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ନାମରୂପ ହେଉଛି ଭାରତର ସବୁଠାରୁ ପୁରୁଣା ଗ୍ୟାସ୍ ଆଧାରିତ ସାର କାରଖାନା, ଏବଂ ଏହାର ଆଧୁନିକୀକରଣ ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଆସାମର ବରପେଟା ଜିଲ୍ଲା ରେ ସେ ୫୦୦ କୋଟିରୁ ଅଧିକ ଟଙ୍କାର ଏକ ବିରାଟ ସ୍ୱାସ୍ଥ୍ୟ ସୁବିଧା ପ୍ରକଳ୍ପର ଭୂମିପୂଜା କରିଛନ୍ତି। ଏହା ପରେ ବିଶ୍ୱର ସର୍ବବୃହତ ନଦୀ ଦ୍ୱୀପ ମାଜୁଲୀ ରେ ଏକ ବଡ ସେତୁର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
📱 Get Argus News App
✨Related Topics
Explore more stories