|
logo
Live

Argus News - ଓଡିଶାର ଐତିହ୍ୟ ଜାଣୁଛି ବିଶ୍ୱ

National

ଓଡିଶାର ଐତିହ୍ୟ ଜାଣୁଛି ବିଶ୍ୱ

Smruti Parija
Browse all articles by Smruti Parija
·2 years ago·2 min read
ଓଡିଶାର ଐତିହ୍ୟ ଜାଣୁଛି ବିଶ୍ୱ

Key Points

  • ମୋଦିଙ୍କ ହାତରେ ଓଡିଶାର କଳସ
  • ବିଶ୍ୱ ଦରବାରରେ ପ୍ରସ୍ଫୁଟିତ ହେଉଛି ଓଡିଶାର କଳା, ସଂସ୍କୃତି ଓ ପରମ୍ପରା 
  • ଓଡିଶାର ଐତିହ୍ୟ ଜାଣୁଛି ବିଶ୍ୱ
  • ପ୍ରଧାନମନ୍ତ୍ରୀଙ୍କ ହାତରେ ଓଡିଶାର ସଂସ୍କୃତି ଓ ପରମ୍ପରାର କଳସ
  • ପୁଣି ଥରେ ଚର୍ଚ୍ଚାରେ ଓଡିଶାର କଳା ଓ ଓଡିଆ ଶିଳ୍ପୀଙ୍କ ଚିତ୍ରକଳା

ଅର୍ଗସ ବ୍ୟୁରୋ:  ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ହାତରେ ଥିଲା  ଓଡ଼ିଶାର ସଂସ୍କୃତି ଓ ପରମ୍ପରାର କଳସ । ଯେଉଁଥିରେ ରହିଛି ଓଡ଼ିଶାର ଚିତା ଏବଂ ଝୋଟିର କଳା । ଏହି କଳସକୁ ତିଆରି କରିଥିଲେ ଓଡ଼ିଶାର ଭିଜୁଆଲ ଆର୍ଟିଷ୍ଟ ସୂର୍ଯ୍ୟସ୍ନାତ ମହାନ୍ତି । 

ଲଳିତା କଳା ଏକାଡେମୀ ତରଫରୁ ଦେଶର 30 କଳାକାରଙ୍କୁ ଚୟନ କରାଯାଇଥିଲା । ଏବଂ ପ୍ରତି କଳାକାରକୁ  50 ଟି କଳସ ଡିଜାଇନ୍ କରିବାକୁ କୁହାଯାଇଥିଲା । ଯାହା ମଧ୍ୟରୁ ଚୁଡାନ୍ତ ହୋଇଥିଲା 10 କଳସ । ସେହି କଳସ ମଧ୍ୟରୁ ଓଡ଼ିଶାର ଡିଜାଇନ୍ ଥିବା କଳସକୁ ହାତରେ ଧରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ଝୋଟି ଏବଂ ଚିତାର ଏହି କଳସକୁ କର୍ତ୍ତବ୍ୟ ପଥରେ ସ୍ମାରକୀ ଭାବେ ସ୍ଥାପନା କରାଯିବ । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଡ.ସୂର୍ଯ୍ୟସ୍ନାତ ମହାନ୍ତି ।

ମୋଦିଙ୍କ ଦୂରଦୃଷ୍ଟି, କୂଟନୀତି ଓ ଦକ୍ଷ ନେତୃତ୍ୱ ଯୋଗୁଁ ଦୁଇଦିନିଆ G-20 ବୈଠକ ସଫଳ

ପୂର୍ବରୁ ଜି20ରେ ସମ୍ମିଳନୀରେ କୋଣାର୍କ ଚକ୍ରର ମହତ୍ୱ ଜାଣିଥିଲେ ବିଶ୍ୱନେତା । ଏହା କେମିତି ସମୟକୁ ଦର୍ଶାଏ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ବାଇଡେନଙ୍କଠୁ ଆରମ୍ଭ କରି ସୁନକ । ବିଶ୍ୱ ନେତାଙ୍କୁ ଗୋଟି ଗୋଟି କରି କୋଣାର୍କ ଚକ୍ରର ମହତ୍ୱ ବିଷୟରେ ବୁଝାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିପରି କୋଣାର୍କ ଚକ୍ରକୁ ଜୀବନର ଗାଡି ବୋଲି କୁହାଯାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସରିଲା ଜି-20 ସମ୍ମିଳନୀ; ବିଶ୍ୱ ଦେଖିଲା ଭାରତର ନେତୃତ୍ୱ

କୋଣାର୍କ ଚକ ସମୟର ଗତି ସହ କାଳଚକ୍ର ଓ ପ୍ରଗତୀ ଏବଂ ନିରନ୍ତର ପରିବର୍ତ୍ତନର ପ୍ରତୀକ ବୋଲି ବିଶ୍ୱନେତାଙ୍କୁ ବୁଝାଇଥିଲେ ମୋଦି ।  ସବୁବେଳେ ଓଡିଆ, ଓଡିଶା ଓ ଓଡିଶାର କଳା-ସଂସ୍କୃତିକୁ ପ୍ରାଧାନ୍ୟ ଦିଅନ୍ତି ପ୍ରେଧାନମନ୍ତ୍ରୀ ମୋଦି । ଯାହା ପ୍ରତିଟି ଓଡିଆଙ୍କୁ ବିଶ୍ୱ ଦରବାରରେ ପରିଚିତ କରାଉଛି । 


 

Sponsored
ଓଡିଶାର ଐତିହ୍ୟ ଜାଣୁଛି ବିଶ୍ୱ | Argus News