|
logo
Live
Argus News App
GET APP

Argus News - ମନ୍ କୀ ବାତରେ `ସମ୍ବଲପୁରୀ ଶାଢୀ'କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

National

ମନ୍ କୀ ବାତରେ `ସମ୍ବଲପୁରୀ ଶାଢୀ'କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Manini Pattanayak
Browse all articles by Manini Pattanayak
·1 year ago·2 min read
ମନ୍ କୀ ବାତରେ `ସମ୍ବଲପୁରୀ ଶାଢୀ'କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ମନ କି ବାତ୍ କାର୍ଯ୍ୟକ୍ରମର ୧୧୨ତମ ସଂସ୍କରଣରେ `ସମ୍ବଲପୁରୀ ଶାଢୀ'କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ହସ୍ତତନ୍ତ କଥା ଉଠାଇ ବୁଣାକାର ଓ କାରିଗରଙ୍କୁ ଦେଲେ ସମ୍ମାନ । ସୋସିଆଲ୍ ମିଡିଆରେ #MY PRODUCT MY PRIDE ନାଁରେ ଆଞ୍ଚଳିକ ସାମଗ୍ରୀକୁ ପ୍ରମୋଟ ପାଇଁ ଅପିଲ୍ କରିଛନ୍ତି ପିଏମ୍ । ପାରମ୍ପରିକ କଳା ଓ ସାମଗ୍ରୀର ପ୍ରଚାର କରିବ ପିଏମଙ୍କ ବାର୍ତ୍ତା ବୋଲି ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ମନ କି ବାତ୍ କାର୍ଯ୍ୟକ୍ରମର ୧୧୨ତମ ସଂସ୍କରଣରେ ସ୍ବଦେଶୀ ଉତ୍ପାଦନକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ । ହାତବୁଣା କାରିଗରଙ୍କ ପ୍ରଶଂସା ସହ ସମ୍ବଲପୁରୀ ଶାଢୀ କଥା କହିଲେ ମୋଦି । ପିଏମ୍ କହିଛନ୍ତି, ଦେଶରେ ହସ୍ତତନ୍ତ ଶାଢ଼ିର ଚାହିଦା ବଢ଼ିବାରେ ଲାଗିଛି । ଲୋକେ ଖଦୀକୁ ‌ଅଧିକ ପସନ୍ଦ କରୁଛନ୍ତି । ଲୋକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ହସ୍ତତନ୍ତ କାରିଗରୀ । ଅଗଷ୍ଟ ୭ରେ ଦେଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବ । ସୋସିଆଲ ମିଡିଆରେ #MyProductMyPride ନାମରେ ନିଜ ଲୋକାଲ୍  ପ୍ରଡକ୍ଟକୁ ଅପଲୋଡ୍ କରିବାକୁ ଅପିଲ୍ କରିଛନ୍ତି ପିଏମ୍ । ଏହି ଛୋଟ ପ୍ରୟାସ ଅନେକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ମୋଦି ।

ସେପଟେ ନିଜ ଏକ୍ସ ଆକାଉଣ୍ଟରରେ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସମ୍ବଲପୁର ସମେତ ସମଗ୍ର ଭାରତ ବର୍ଷର କାରିଗର ନିଜ ପ୍ରତିଭା ମାଧ୍ୟମରେ ହସ୍ତତନ୍ତ ସାମଗ୍ରୀକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି । ‘ମନ୍ କୀ ବାତ୍’ରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବଲପୁରୀ ହସ୍ତତନ୍ତ ଉପରେ ଆଲୋକପାତ କରି ବୁଣାକାର ଓ କାରିଗରଙ୍କୁ ସମ୍ମାନ ଦେଇଛନ୍ତି । ପିଏମଙ୍କ ପ୍ରେରଣାଦାୟୀ ବାର୍ତ୍ତା ଆମର ପାରମ୍ପରିକ କଳା ଓ ସାମଗ୍ରୀକୁ ଅଧିକ ପ୍ରଚାର ପାଇଁ ପ୍ରେରିତ କରିବ । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ସମସ୍ତେ #MyProductMyPride ନାଁରେ ଆଞ୍ଚଳିକ ସାମଗ୍ରୀକୁ ଲୋକପ୍ରିୟ କରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ । `ମନ୍ କୀ ବାତ'ରେ ଭାରତକୁ ‘ଡ୍ରଗ୍ସ ଫ୍ରି’ କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତ୍ୟେକ ପରିବାର ଚିନ୍ତାରେ ଅଛନ୍ତି ଯେ, ସେମାନଙ୍କ ପିଲା ଡ୍ରଗ୍ସର ଶିକାର ହୋଇପାରନ୍ତି।  ବର୍ତ୍ତମାନ ଏହିପରି ଲୋକଙ୍କୁ ସାହାଯ୍ୟ ପାଇଁ ସରକାର ‘ମାନସ’ ନାମକ ଏକ ସ୍ତତନ୍ତ୍ର କେନ୍ଦ୍ର ଖୋଲିଛନ୍ତି । ଡ୍ରଗ୍ସ ବିରୋଧରେ ଲଢ଼େଇରେ ଏହା ଏକ ବଡ଼ ପଦକ୍ଷେପ । ସେହିପରି ପୂର୍ଚବର୍ଷ ପରି ଚଳିତ ବର୍ଷ ବି http://harghartiranga.com ରେ ତ୍ରିରଙ୍ଗା ସହ ସେଲଫି ଅପଲୋଡ୍ କରିବାକୁ କହିଛନ୍ତି ମୋଦି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମନ୍ କୀ ବାତରେ `ସମ୍ବଲପୁରୀ ଶାଢୀ'କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା | Argus News