Champions Trophy 2025: ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ, ମୋହନ-ଧର୍ମେନ୍ଦ୍ର ବି କଲେ ପୋଷ୍ଟ

ଚାମ୍ପିଅନ୍ସ ଟ୍ରଫି ବିଜୟୀ ଟିମ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏକ୍ସ' ପୋଷ୍ଟରେ ବିଜୟୀ ଦଳକୁ ଜଣାଇଛନ୍ତି ଅଭିନନ୍ଦନ । ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ୪ ଓ୍ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଛି। ଏହାପରେ ଭାରତୀୟ ଦଳକୁ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି।
Heartiest congratulations to Team India for winning the ICC Champions Trophy, 2025. India becomes the only team to win the Trophy thrice. The players, the management and the support staff deserve highest accolades for creating cricketing history. I wish Indian cricket a very…
— President of India (@rashtrapatibhvn) March 9, 2025
ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତ୍ତମ ଆଦାନୀଙ୍କ ସହ ଦେଶର ବହୁ ଶିଳ୍ପପତି, ଉଦ୍ୟୋଗୀ, ସେଲିବ୍ରିଟି, କ୍ରୀଡ଼ାବିତ ମଧ୍ୟ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି, ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିବା ପାଇଁ ଭାରତୀୟ ଦଳକୁ ହୃଦୟରୁ ଅଭିନନ୍ଦନ। ଭାରତ ଏକମାତ୍ର ଦଳ ଭାବେ ଏହି ଟ୍ରଫିକୁ ତୃତୀୟ ଥର ଜିତିଛି। ଇତିହାସ ରଚିବା ପାଇଁ ଖେଳାଳି, ମ୍ୟାନେଜମେଣ୍ଟ ଓ ସପୋର୍ଟ ଷ୍ଟାଫ ସର୍ବାଧିକ ପ୍ରଶଂସାର ଅଧିକାରୀ। ଭାରତୀୟ କ୍ରିକେଟର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ରାଷ୍ଟ୍ରପତି ।
ପ୍ରଧାନମନ୍ତ୍ରୀ ମୋଦି ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇବା ସହ ଅବିଶ୍ୱସନୀୟ ମ୍ୟାଚ ଓ ଅବିଶ୍ୱସନୀୟ ଫଳାଫଳ ବୋଲି ଲେଖିଛନ୍ତି। ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତି ଘରକୁ ଆଣୁଥିବା ଆମ କ୍ରିକେଟ ଦଳ ପାଇଁ ଗର୍ବିତ। ପୂରା ଟୁର୍ନାମେଣ୍ଟରେ ଚମତ୍କାର ଖେଳିଥିବାରୁ ଓ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପିଏମ ମୋଦି ।
📱 Get Argus News App
✨An exceptional game and an exceptional result!
— Narendra Modi (@narendramodi) March 9, 2025
Proud of our cricket team for bringing home the ICC Champions Trophy. They’ve played wonderfully through the tournament. Congratulations to our team for the splendid all round display.
ସେହିପରି ଟିମ ଇଣ୍ଡିଆକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଟିମ ଇଣ୍ଡିଆର ସଫଳତା ପାଇଁ ପୂରା ଦେଶ ଗର୍ବିତ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଉଚ୍ଚ ପ୍ରଦର୍ଶନକାରୀ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇବା ସହ ଦଳର ବିଜୟ ପାଇଁ ଭାରତ ଆଜି ଗର୍ବିତ ବୋଲି ଏକ୍ସ ପୋଷ୍ଟରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Heartiest congratulations to Team India on their spectacular victory in the Champions Trophy 2025 final. A commanding performance against New Zealand, reflecting sheer skill, determination and sportsmanship. The entire nation is proud of this glorious achievement.#TeamIndia…
— Mohan Charan Majhi (@MohanMOdisha) March 9, 2025
The cup 🏆is fantastic!
— Dharmendra Pradhan (@dpradhanbjp) March 9, 2025
A fitting culmination to an outstanding campaign, a cherished victory that brings immense pride to all Indians and fans of the #IndianCricketTeam. Deserved winners of the #ChampionsTrophy. @ImRo45 @imVkohli @imjadeja @BCCI pic.twitter.com/OHfuhzVj9k