Videos
|
National

ବିଭିନ୍ନ ପ୍ରସଙ୍ଗରେ ଜର୍ମାନ ଚାନସେଲର ଓଲାଫ ସ୍କୋଲ୍ଜଙ୍କ ସହ ଆଲୋଚନା କରିଛନ୍ତି ମୋଦି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଭିନ୍ନ ପ୍ରସଙ୍ଗରେ ଜର୍ମାନ ଚାନସେଲର ଓଲାଫ ସ୍କୋଲ୍ଜଙ୍କ ସହ ଆଲୋଚନା କରିଛନ୍ତି ମୋଦି

ଅର୍ଗସ ବ୍ୟୁରୋ:  ନୂଆଦିଲ୍ଲୀ ହାଇଦ୍ରାବାଦ ହାଉସରେ ମୋଦି-ଓଲାଫ ଆଲୋଚନା । ଯୁଦ୍ଧ ପ୍ରସଙ୍ଗ ସମେତ ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗରେ ଜର୍ମାନ ଚାନସେଲର ଓଲାଫ ସ୍କୋଲ୍ଜଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 3 ଦିନିଆ ଭାରତ ଗସ୍ତରେ ଆସିଥିବା ଜର୍ମାନ ଚାନସେଲର ମୋଦିଙ୍କୁ ଭେଟିଥିଲେ । ଉଭୟ ଦେଶର ସ୍ବର୍ଥ ସମ୍ପର୍କିତ ଦ୍ବିପାକ୍ଷିକ ଆଲୋଚନା ସହ ମିଳିତ ପ୍ରେସ ବିବୃତ୍ତିରେ ଉଭୟ ନେତା ବିଶ୍ବକୁ ଶାନ୍ତି ସନ୍ଦେଶ ଦେଇଥିଲେ । 18 ତମ ଏସିଆ ପାସିଫିକ କନଫରେନ୍ସ ଅଫ ଜର୍ମାନ ବିଜନେସକୁ ସମ୍ବୋଧନରେ ମୋଦି ବିକଶିତ ଭାରତ ଗଠନ ପାଇଁ ପ୍ରସ୍ତୁତ ବ୍ଲୁବ୍ରିଣ୍ଟ ଉପସ୍ଥାପନ କରିଥିଲେ ।

ଭାରତ- ଜର୍ମାନ ସମ୍ପର୍କକୁ ଅଧିକ ଦୃଢ଼ କରିବାକୁ ଜର୍ମାନ ଚାନସେଲର ଭାରତୀୟଙ୍କ ପାଇଁ ଭିସା ବୃଦ୍ଧି ଘୋଷଣା କରିଛନ୍ତି । ଭାରତୀୟଙ୍କ ପାଇଁ 20 ହଜାର ବଦଳରେ ଏଣିକି ମିଳିବ 90 ହଜାର ଜର୍ମାନ ଭିସା । ଭାରତ ସରକାରଙ୍କ ମେକ ଇନ ଇଣ୍ଡିଆ ଅଭିଯାନ ସହ ବିଶ୍ବ ଶାନ୍ତି ପାଇଁ ଭାରତର ପଦକ୍ଷେପ ଓ ସହାୟତାକୁ ପ୍ରଶଂସା କରିଛନ୍ତି ଓଲାଫ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi raises Ukraine, Gaza conflicts in meet with German Chancellor Olaf Scholz | Argus News