Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

`ଫିର୍ ଏକ ବାର୍ ମୋଦି ସରକାର' ନାରାରେ କମ୍ପିଲା ସଭାସ୍ଥଳ

Smruti Parija
Browse all articles by Smruti Parija
·2 years ago·2 min read
`ଫିର୍ ଏକ ବାର୍ ମୋଦି ସରକାର' ନାରାରେ କମ୍ପିଲା ସଭାସ୍ଥଳ

Key Points

  • ତିନି ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ପ୍ରଚାର
  • ବିହାର, ପଶ୍ଚିମବଙ୍ଗ ପରେ ମଧ୍ୟପ୍ରଦେଶରେ ବିଶାଳ ରୋଡ ଶୋ'
  • `ଫିର୍ ଏକ ବାର୍ ମୋଦି ସରକାର' ନାରାରେ କମ୍ପିଲା ସଭାସ୍ଥଳ
  • `ସନାତନ ବିରୋଧୀ ଦୁର୍ନୀତିଗ୍ରସ୍ତ ଇଣ୍ଡିଆ ବ୍ଲକ୍'
  • ରାଷ୍ଟ୍ର ବିରୋଧୀଙ୍କୁ ଜବାବ ଦେବାକୁ ମୋଦି ଲୋଡ଼ିଲେ ଜନତାଙ୍କ ସମର୍ଥନ

ଅର୍ଗସ ବ୍ୟୁରୋ: ମିଶନ ମୋଡରେ ପ୍ରଧାନମନ୍ତ୍ରୀ ମୋଦି । ବିହାରର ନୱାଦ ଓ ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ଇଣ୍ଡି ମେଣ୍ଟର ପୋଲ୍ ଖୋଲିବା ପରେ ମଧ୍ୟପ୍ରଦେଶର ଜବଲପୁରରେ ବିଶାଳ ରୋଡ ଶୋ କରି ବିରୋଧୀଙ୍କ ନିଦ ହଜାଇଛନ୍ତି । 24 ନିର୍ବାଚନରେ ରାଷ୍ଟ୍ରବିରୋଧୀଙ୍କ ଅହଂକାର ଭାଙ୍ଗିବା ସହ କଂଗ୍ରେସର ମୂଳପୋଛ କରିବାକୁ ଜନତାଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସକାଳେ ପ୍ରଥମେ ନୱାଦ ରାଲିରେ କଂଗ୍ରେସର ଜାତିଆଣ ଓ ବିଭାଜନ ରାଜନୀତିକୁ ନିଶାନା କରିବା ସହ ଇଣ୍ଡି ମେଣ୍ଟକୁ ଦେଶ ବିରୋଧୀ ଶକ୍ତିର ଠିକଣା କହି ଆକ୍ଷେପ କରିଥିଲେ ପ୍ରଧାନମନ୍ତ୍ରୀ ।

ଏନଡିଏ ସରକାରରେ ଗତ 10 ବର୍ଷ ମଧ୍ୟରେ ହୋଇଥିବା ବିକାଶ କାର୍ଯ୍ୟ ଗଣାଇବା ସହ ଜନତାଙ୍କୁ ଆଗାମୀ ରାମନବମୀର ଆଗୁଆ ଶୁଭେଚ୍ଛା ଜଣାଇଥିଲେ । ଉତ୍ସବ ସମୟ ପାଖେଇ ଆସୁଥିବାବେଳେ ପାପୀଙ୍କ ଅପକର୍ମକୁ ଭୁଲି ନଯିବା ପାଇଁ ଚେତାଇ ଦେଇଛନ୍ତି ମୋଦି । ସେହିପରି ଜଲପାଇଗୁଡ଼ି ରାଲିରେ ପିଏମ ମୋଦି ମମତା ସରକାରଙ୍କ ଭୋଟବ୍ୟାଙ୍କ ରାଜନୀତିକୁ ତୀବ୍ର ସମାଲୋଚନା କରିଥିଲେ । ମୋଦି ଗ୍ୟାରେଣ୍ଟି ଉପରେ ଇଣ୍ଡି ମେଣ୍ଟ ବ୍ୟାନ୍ ଲଗାଇବାକୁ ଚାହୁଁଥିବାରୁ ଆଗାମୀ ନିର୍ବାଚନରେ ଜନତା ଦୁର୍ନୀତିଗ୍ରସ୍ତଙ୍କୁ ଜବାବ ଦେବାକୁ ଲୋକଙ୍କ ସମର୍ଥନ ଲୋଡ଼ିଛନ୍ତି ମୋଦି ।

ତିନି ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମାରାଥନ ପ୍ରଚାର କରିଛନ୍ତି ପିଏମ ମୋଦି । ଦେଶରୁ ଗରିବୀ ଦୂର କରିବାକୁ ଏନଡିଏ ସରକାର ମିଶନ ମୋଡରେ କାମ କରୁଛି । କନ୍ତୁ ଘୋଷଣା ପତ୍ର ନୁହେଁ ତୁଷ୍ଟିକରଣ ପତ୍ର ଜାରି କରି ଦେଶକୁ ଖଣ୍ଡଖଣ୍ଡ କରିବାକୁ ଚାହୁଁଛି କଂଗ୍ରେସ ।  ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ନେବା ଇଣ୍ଡି ମେଣ୍ଟର ଅସଲ ପରିଚୟ । କିନ୍ତୁ ଗରିବ ଘରର ପୁଅ ମୋଦି ଗରିବଙ୍କ ସେବକ ବୋଲି କହି ଜନତାଙ୍କ ହୃଦୟ ଜିତିଛନ୍ତି ପିଏମ ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜଲପାଇଗୁଡିରେ ପୁଣି ଥରେ ସନ୍ଦେଶଖାଲି ଘଟଣାରେ ଟିଏମସିକୁ ମୋଦି ଟାର୍ଗେଟ୍ କରିଥିବାବେଳେ ନୱାଦରେ ଦୁର୍ନୀତିଗ୍ରସ୍ତ ଆରଜେଡି ଓ କଂଗ୍ରେସ ନେତାଙ୍କ କଳା କାରନାମାକୁ ମନେପକାଇ ଦେଇଛନ୍ତି ମୋଦି । ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ପରେ ସାରା ବିଶ୍ବ ନୂଆ ଭାରତର ଶକ୍ତି ଦେଖୁଛି । 10 ବର୍ଷ ମଧ୍ୟରେ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ, ଟ୍ରିପିଲ ତଲାକ୍ ପ୍ରଥା ଉପରେ ରୋକ୍ ପରି ବଡ଼ ଘଟଣାକୁ ରାଷ୍ଟ୍ର ବିକାଶର ଟ୍ରେଲର ବୋଲି କହିଛନ୍ତି ମୋଦି । ଆଗାନୀ ନିର୍ବାଚନରେ ପୁଣିଥରେ ଏନଡିଏକୁ ସମର୍ଥନ ଦେଇ ଦେଶ ବିକାଶରେ ଭାଗିଦାର ହେବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଆହୁରି ପଢନ୍ତୁ ଭାରତ ଖବର...

Sponsored
pm-modi-rally-in-west-bengal | Argus News