Videos
|
National

ଧନଖଡ଼ଙ୍କ ଇସ୍ତଫା, ଉତ୍ତମ ସ୍ୱାସ୍ଥ୍ୟ କାମନା କଲେ ମୋଦୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଧନଖଡ଼ଙ୍କ ଇସ୍ତଫା, ଉତ୍ତମ ସ୍ୱାସ୍ଥ୍ୟ କାମନା କଲେ ମୋଦୀ

Key Points

ଇସ୍ତଫା ଦେଲେ ଜଗଦୀପ ଧନଖଡ଼

ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଇସ୍ତଫା ଦେଇଥିବା ଜଣାପଡିଛି

ଇସ୍ତଫା ଦେଲେ ଜଗଦୀପ ଧନଖଡ଼ । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଇସ୍ତଫା ଦେଇଥିବା ଜଣାପଡିଛି। ରାଷ୍ଟ୍ରପତି ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଧନଖଡ଼। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନଖଡ଼ଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ଜଗଦୀପ ଧନଖଡ଼, ଯିଏ ୨୦୨୨ ମସିହା ଅଗଷ୍ଟରେ ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ସୋମବାର ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାର ଅଧ୍ୟକ୍ଷତା କରିଥିଲେ। 


କିନ୍ତୁ ସନ୍ଧ୍ୟାରେ ସେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା ଅନୁଭବ କରିଥିଲେ। ପରେ ଇସ୍ତଫା ଘୋଷଣା କରିଥିଲେ। ଯେଉଁଥିରେ ସେ ସ୍ୱାସ୍ଥ୍ୟ ସମସ୍ୟା ଓ ଡାକ୍ତରୀ ପରାମର୍ଶକୁ ପାଳନ କରିବା ପାଇଁ ଏହି ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଥିଲେ । ତାଙ୍କ ଇସ୍ତଫା ପତ୍ରରେ ସେ ଲେଖିଥିଲେ, “ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଓ ଡାକ୍ତରୀ ପରାମର୍ଶ ପାଳନ କରିବା ପାଇଁ ମୁଁ ଭାରତର ଉପରାଷ୍ଟ୍ରପତି ପଦରୁ ତୁରନ୍ତ ପ୍ରଭାବରୁ ଇସ୍ତଫା ଦେଉଛି, ଯାହା ସମ୍ବିଧାନର ଅନୁଚ୍ଛେଦ ୬୭(କ) ଅନୁଯାୟୀ।”

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: