Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Narendra Modi On Somnath Temple / ୧୦୨୬ ଖ୍ରୀଷ୍ଟାବ୍ଦରେ ଆକ୍ରମଣ କରିଥିଲା ଗଜନୀର ମାମୁଦ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
୧୦୨୬ ଖ୍ରୀଷ୍ଟାବ୍ଦରେ ଆକ୍ରମଣ କରିଥିଲା ଗଜନୀର ମାମୁଦ
Narendra Modi On Somnath Temple

Key Points

ବାରମ୍ବାର ଆକ୍ରମଣ ସତ୍ବେ ଧ୍ବଂସସ୍ତୂପ ଭିତରୁ ପୁଣି ମୁଣ୍ଡ ଟେକିଛି ।
'ସୋମନାଥ ସ୍ବାଭିମାନ ପର୍ବ'ରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ।

ସୋମନାଥ ମନ୍ଦିରରେ ବାରମ୍ବାର ଆକ୍ରମଣ ଓ ଲୁଣ୍ଠନ ହୋଇଛି । ପ୍ରଥମେ ୧୦୨୬ ଖ୍ରୀଷ୍ଟାବ୍ଦରେ ଆକ୍ରମଣ କରିଥିଲା ଗଜନୀର ମାମୁଦ । ସେହି କଳଙ୍କିତ ଅଧ୍ୟାୟକୁ ହଜାରେ ବର୍ଷ ପୂରିଥିବା ବେଳେ ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲେଖ୍ୟ । ମୋଦି ବର୍ଣ୍ଣନା କରିଛନ୍ତି- 'ସୋମନାଥ ମନ୍ଦିର ଭାରତୀୟ ସଭ୍ୟତାର ଅଦମ୍ୟ ଆତ୍ମା'। ବାରମ୍ବାର ଆକ୍ରମଣ ସତ୍ବେ ଧ୍ବଂସ ସ୍ତୂପ ତଳୁ ପୁଣି ମୁଣ୍ଡ ଟେକି ଉଠିଛି ସୋମନାଥ ମନ୍ଦିର । ଆଗାମୀ ୧୧ ତାରିଖରେ 'ସୋମନାଥ ସ୍ବାଭିମାନ ପର୍ବ'ରେ ସାମିଲ ହେବାକୁ ଗୁଜରାଟ ଯିବେ ପ୍ରଧାନମନ୍ତ୍ରୀ । ୮ରୁ ୧୧ ତାରିଖ ଯାଏଁ ତିନିଦିନ ଧରି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

ପ୍ରଭୁ ସୋମନାଥଙ୍କ ପରମ ଭକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟରେ ଥିବା ସୋମନାଥ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ ପାଇଁ ବାରମ୍ବାର ଯାଇଛନ୍ତି ପ୍ରଧାନମନ୍ତ୍ରୀ । ସୋମନାଥ ମନ୍ଦିର ଭବ୍ୟତାର ସୁରକ୍ଷା ପାଇଁ ଏକାଧିକ ପ୍ରକଳ୍ପ ହାତକୁ ନେଇଛନ୍ତି କେନ୍ଦ୍ର ସରକାର । ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣକୁ ପୂରିଛି ହଜାରେ ବର୍ଷ । ଏହି ଅବସରରେ ସୋମନାଥ ମନ୍ଦିର ସଂପର୍କରେ ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲେଖ୍ୟ ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି ୧୦୨୬ ଖ୍ରୀଷ୍ଟାବ୍ଦରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣ ହୋଇଥିଲା । ଏହି ନଗରୀର ଲୋକଙ୍କ ଉପରେ ନିଷ୍ଠୁର ଆକ୍ରମଣ ସହ ମନ୍ଦିରକୁ ବିଭତ୍ସ ଭାବରେ ଧ୍ବଂସ କରାଯାଇଥିଲା । ଏହାର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ଐତିହାସିକ ଗ୍ରନ୍ଥାଗାରରେ ଲିପିବଦ୍ଧ ରହିଛି । ମଧ୍ୟଯୁଗୀୟ ବର୍ବରତା ପରବର୍ତ୍ତୀ ସମୟରେ ବାରମ୍ବାର ଆକ୍ରମଣ କରିବାକୁ ପ୍ରେରଣା ଦେଇଥିଲା । ହେଲେ ପ୍ରତ୍ୟେକ ଥର ଏହାକୁ ସୁରକ୍ଷା ଦେବା ପାଇଁ ଆମ ଦେଶରେ ବୀର ଓ ବୀରାଙ୍ଗନା ଉପଲବ୍ଧ ଥିଲେ । ପିଢ଼ି ପରେ ପିଢ଼ି ଏହି ମହାନ ସଭ୍ୟତାର ସୁରକ୍ଷା ପାଇଁ ଲୋକମାନେ ଆକ୍ରମଣକାରୀଙ୍କ ଆଗରେ ଠିଆ ହୋଇଥିଲେ । ଧ୍ବଂସସ୍ତୂପରେ ପରିଣତ ହୋଇଥିବା ମନ୍ଦିରର ପୁନର୍ଗଠନ କରି ପୁଣି ଠିଆ କରାଇଥିଲେ ।

୧୯୪୭ ଦୀପାବଳିରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସୋମନାଥ ମନ୍ଦିରର ଧ୍ବଂସାବଶେଷ ଦେଖି ମ୍ରିୟମାଣ ହେବା ସହ, ଏହାର ପୁନଃନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ୧୯୫୧ ମସିହା ମେ' ୧୧ ତାରିଖରେ ଭବ୍ୟ ସୋମନାଥ ମନ୍ଦିର ନିର୍ମାଣ ହୋଇ ଶ୍ରଦ୍ଧାଳୁଙ୍କ ପାଇଁ ଦ୍ବାର ଖୋଲି ଦିଆଗଲା । ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଏଭଳି ଘଟଣାକ୍ରମରେ ବିଶେଷ ଖୁସି ନଥିଲେ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି । ବାରମ୍ବାର ଆକ୍ରମଣ ସତ୍ବେ ଧ୍ବଂସସ୍ତୂପ ଭିତରୁ ପୁଣି ମୁଣ୍ଡ ଟେକିଛି ସୋମନାଥ ମନ୍ଦିର । ତେଣୁ 'ସୋମନାଥ ମନ୍ଦିର ଭାରତୀୟ ସଭ୍ୟତାର ଅଦମ୍ୟ ଆତ୍ମା' ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଆଲେଖ୍ୟରେ ସୂଚନା ଦେଇଛନ୍ତି ।

ସୋମନାଥ ସ୍ବାଭିମାନ ପର୍ବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଆଗାମୀ ୧୧ ତାରିଖରେ ଗୁଜରାଟ ଗସ୍ତ କରିବେ ବୋଲି ଜଣାପଡିଛି । ଏହି ଅବସରରେ ୮ରୁ ୧୧ ତାରିଖ ଯାଏଁ ବିଭିନ୍ନ ସାମାଜିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

ଶହଶ୍ରାବ୍ଦିର ଉତ୍ଥାନ-ପତ୍ତନ ଭିତରେ ସୋମନାଥ ଭାରତୀୟ ଆଧ୍ୟାତ୍ମିକ ସ୍ମୁତି ଓ ସାମୁହିକ ସଂକଳ୍ପକୁ ନିରନ୍ତର ସୁଦୃଢ଼ କରିଆସିଛି । ସୋମନାଥ ମନ୍ଦିରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଆଲେଖ୍ୟ ପ୍ରକାଶ ପାଇବା ପରେ ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Narendra Modi On Somnath Temple | PM Modi Reflects On Somnath Temple’s 1,000-Year Legacy Of Resilience And Revival | Argus News