ମରିସସରେ୨ ଦିନିଆ ଗସ୍ତ ସାରି ସ୍ୱଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ

ମରିସସ୍ ଗସ୍ତର ୨ୟ ଦିନରେ ମରିସସର 57ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ମିଳିତ ପରେଡରେ ଅଭିବାଦନ । ତୋପ ସଲାମୀ ସହ ଆକାଶ ମାର୍ଗରୁ ମୋଦିଙ୍କୁ ସମ୍ମାନିତ କରାଯାଇଛି। ମରିସସ ପାର୍ଲାମେଣ୍ଟ ଭବନ ନିର୍ମାଣ ପାଇଁ ସ୍ବାକ୍ଷରିତ ହୋଇଛି ରାଜିନାମା । ଏହି ଅବସରରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଭାରତ-ମରିସସ୍ ସହଭାଗିତାକୁ ଉନ୍ନତ ରଣନୈତିକ ସହଭାଗିତା'ର ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ ମରିସସ୍ରେ ନୂତନ ସଂସଦ ଭବନ ନିର୍ମାଣରେ ସହଯୋଗ କରିବ। ଏହା ଗଣତନ୍ତ୍ରର ଜନନୀ ଭାରତ ଠାରୁ ମରିସସ୍କୁ ଏକ ଉପହାର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି 140 କୋଟି ଭାରତୀୟଙ୍କ ତରଫରୁ ମରିସସବାସୀଙ୍କୁ 57ତମ ରାଷ୍ଟ୍ରୀୟ ଦିବସ ଶୁଭେଚ୍ଛା ଜଣାଇଛନ୍ତି ।
ଗ୍ଲୋବାଲ ସାଉଥ ହେଉ, ଭାରତ ମହାସାଗର ହେଉ କିମ୍ବା ଆଫ୍ରିକୀୟ ମହାଦ୍ୱୀପ, ମରିସସ୍ ସୱୁବେଳେ ଭାରତର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଦଶ ବର୍ଷ ପୂର୍ବେ ଭିଜନ ସାଗର- ଅଞ୍ଚଳର ସମସ୍ତଙ୍କ ପାଇଁ ସୁରକ୍ଷା ଏବଂ ବିକାଶର ମୂଳଦୁଆ ମରିସସରେ ସ୍ଥାପିତ ହୋଇଥିଲା। ଗ୍ଲୋବାଲ ସାଉଥ୍ ପାଇଁ ଆମର ଭିଜନ ହେବ- MAHASAGAR- ଅଞ୍ଚଳରେ ସୁରକ୍ଷା ଏବଂ ବିକାଶ ପାଇଁ ପାରସ୍ପରିକ ଓ ସାମଗ୍ରିକ ଉନ୍ନତି ବେୋଲି ସମ୍ବେୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ଓ ମରିସସ ପିଏମଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ସହ ସ୍ବାକ୍ଷରିତ ହୋଇଛି ଗୁରୁତ୍ବପୂର୍ଣ୍ଣ 8 ଚୁକ୍ତି ।
ମରିସସରେ ୨ ଦିନିଆ ଗସ୍ତ କରି ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମରିସସ୍ ପ୍ରଧାନମନ୍ତ୍ରୀ ରାମଗୁଲାମ ଏବଂ ତାଙ୍କର ପତ୍ନୀ ପ୍ରଧାନମନ୍ତ୍ରୀଙ୍କୁ ସସମ୍ମାନେ ବିମାନ ବନ୍ଦର ଠାରେ ବିଦାୟ ସମ୍ବର୍ଦ୍ଧ୍ୱନା ଜଣାଇଛନ୍ତି ।