Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏକତାର ମହାକୁମ୍ଭ, ଯୁଗ ପରିବର୍ତ୍ତନର ସ୍ଵର: ପ୍ରଧାନମନ୍ତ୍ରୀ ମୋଦି

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଏକତାର ମହାକୁମ୍ଭ, ଯୁଗ ପରିବର୍ତ୍ତନର ସ୍ଵର: ପ୍ରଧାନମନ୍ତ୍ରୀ ମୋଦି

Key Points

୪୫ ଦିନ ଧରି ଚାଲିଥିବା ମହାକୁମ୍ଭରେ ୧୪୦ କୋଟି ଦେଶବାସୀଙ୍କର ଆସ୍ଥା ଏକ ସଙ୍ଗରେ ଯୋଡି ହୋଇଥିଲା ।

ସମ୍ପନ୍ନ ହୋଇଛି ଏକତାର ମହାକୁମ୍ଭ । ୪୫ ଦିନ ଧରି ଚାଲିଥିବା ମହାକୁମ୍ଭରେ ୧୪୦ କୋଟି ଦେଶବାସୀଙ୍କର ଆସ୍ଥା ଏକ ସଙ୍ଗରେ ଯୋଡି ହୋଇଥିଲା । ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭାଗିଦାରୀ କେବଳ ଏକ ରେକର୍ଡ ନୁହେଁ, ଏହା ଆମର ସଂସ୍କୃତି ଓ ଐତିହ୍ୟକୁ ସମୃଦ୍ଧ କରିବା ପାଇଁ ଏକ ଦୃଢ ସ୍ତମ୍ଭ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ।



ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପ୍ରୟାଗରାଜର ମହାକୁମ୍ଭ ଆଜି ସାରା ଦୁନିଆର ମ୍ୟାନେଜମେଣ୍ଟ ପ୍ରଫେସନାଲ ଓ ପ୍ଲାନିଂ ଏକ୍ସପର୍ଟ ମାନଙ୍କ ପାଇଁ ଗବେଷଣାର ବିଷୟ ବସ୍ତୁ ପାଲଟିଛି । ଭାରତ ଏବେ ନୂଆ ଉତ୍ସାହର ସହ ଆଗକୁ ବଢୁଛି । ଏହି ଯୁଗ ପରିବର୍ତ୍ତନର ସମୟରେ ନୂଆ ଭବିଷ୍ୟତ ଲେଖା ଯାଉଛି । ସମାଜର ପ୍ରତ୍ୟେକ ବର୍ଗ ଓ କ୍ଷେତ୍ରର ଲୋକମାନେ ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରତ୍ୟେକ ସମାଜର, ବିଭାଗ ଏବଂ ପ୍ରତ୍ୟେକ ଅଞ୍ଚଳର ଲୋକମାନେ ଏହି ମହାକୁମ୍ବରେ ଏକତ୍ରିତ ହୋଇଥିଲେ । ଏହା ଭାରତର ଶ୍ରେଷ୍ଠ ସ୍ମରଣୀୟ ଦୃଶ୍ୟ । ଯାହା କୋଟି କୋଟି ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇଥିଲା । ଆସ୍ଥା, ଏକତା ଓ ସମତାର ମହାପର୍ବ ମହାକୁମ୍ଭର ସମାପନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ମାନବତାର ମହାଯଜ୍ଞ ପ୍ରତ୍ୟହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା ।


ପୌଷପୂର୍ଣ୍ଣିମାରରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମହାଶିବରାତ୍ରିରେ ସମାପନ ହୋଇଛି । ୪୫ ଦିନ ଭିତରେ ଦେଶ ବିଦେଶର କୋଣ ଅନୁକୋଣରୁ ୬୬କୋଟି ୨୧ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ତ୍ରିବେଣୀ ସଂଗମରେ ସ୍ନାନ କରିଥିଲେ । ବିଶ୍ଵ ଇତିହାସରେ ଏହା ଅଭୂତପୂର୍ବ ଓ ଅବିସ୍ମରଣୀୟ । ବିଭିନ୍ନ ଆଖଡା, ସାଧୁସନ୍ଥ, ମହାମଣ୍ଡଳେଶ୍ଵର ଓ ଧର୍ମାଚାର୍ଯ୍ୟଙ୍କ ଆଶୀର୍ବାଦରେ ମହାକୁମ୍ଭର ସଫଳ ଆୟୋଜନ ସହ ସାରା ବିଶ୍ଵକୁ ଏକତାର ସନ୍ଦେଶ ଦିଆଯାଇଛି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ।


ଏହି ଅବସରରେ ସେ ମହାକୁମ୍ଭରେ ଯୋଗ ଦେଇଥିବା ଦେଶ ବିଦେଶର ଶ୍ରଦ୍ଧାଳୁ ଓ କଳ୍ପବାସୀଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି । ମହାକୁମ୍ଭର ସୁବ୍ୟବସ୍ଥିତ ଆୟୋଜନ ପାଇଁ ମେଳା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ପୋଲିସ , ସଫେଇ କର୍ମୀ, ସ୍ବଚ୍ଛାସେବୀ, ଗଙ୍ଗାଦୂତ, ଧାର୍ମିକ ସଂସ୍ଥା, ନାବିକ ଏବଂ ସହାୟତା ଯୋଗାଇଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ ବିଭିନ୍ନ ସଂସ୍ଥାକୁ ସାଧୁବାଦ ଜଣାଇଛନ୍ତି । ପ୍ରୟାଗରାଜ ବାସୀଙ୍କ ଧୈର୍ଯ୍ୟ ଓ ଆତିଥ୍ୟ ଆଗନ୍ତୁକ ମାନଙ୍କୁ ସମ୍ମୋହିତ କରିଥିଲା ବୋଲି ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି ।

Sponsored
PM Modi Said Impact Of Maha Kumbh On World | Argus News