Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / '୨୦୧୦ ପରେ NDAକୁ ସବୁଠାରୁ ବଡ଼ ଜନାଦେଶ'

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·3 min read
'୨୦୧୦ ପରେ NDAକୁ ସବୁଠାରୁ ବଡ଼ ଜନାଦେଶ'

Key Points

୧୯୯୫ ଓ ୨୦୦୦ରେ ଦେଢ଼ ହଜାରରୁ ଅଧିକ ସ୍ଥାନରେ ରିପୁଲିଂ ହୋଇଥିଲା ।
ଏଥର ୨ଟି ପର୍ଯ୍ୟାୟ ନିର୍ବାଚନରେ ରିପୁଲିଂର ଆବଶ୍ୟକତା ପଡ଼ିନାହିଁ' ।

ବିହାରରେ ବିପୁଳ ବିଜୟ ପରେ ମୋଦିଙ୍କ ସମ୍ବୋଧନ । କହିଲେ, 'ପ୍ରଚଣ୍ଡ ବିଜୟ ଦେଇ ବିହାରବାସୀ ଗର୍ଦ୍ଦା ଉଡ଼ାଇ ଦେଇଛନ୍ତି । ସାରା ବିହାର କହିଛି, ପୁଣି ଥରେ NDA ସରକାର । ଜଙ୍ଗଲରାଜର କଥା କହିଲେ କଂଗ୍ରେସ ଲୋକେ ଚିଡୁଥିଲେ । ବିହାରରେ ଆଉ ଆସିବ ନାହିଁ ଜଙ୍ଗଲରାଜ୍ । ବିହାରବାସୀ ବିକଶିତ ବିହାର ପାଇଁ ମତଦାନ କରିଛନ୍ତି । ବିହାରବାସୀ ସମୃଦ୍ଧ ବିହାର ପାଇଁ ଭୋଟିଂ କରିଛନ୍ତି । ବିହାରବାସୀଙ୍କୁ ରେକର୍ଡ ମତଦାନ ପାଇଁ ଅପିଲ୍ କରିଥିଲି । ବିହାରବାସୀ ସବୁ ରେକର୍ଡ ଭାଙ୍ଗିଦେଲେ । NDAକୁ ପ୍ରଚଣ୍ଡ ବିଜୟ ଦେବାକୁ ଅପିଲ୍ କରିଥିଲି । ବିହାରବାସୀ ୨୦୧୦ ପରେ ସବୁଠାରୁ ବଡ଼ ଜନାଦେଶ NDAକୁ ଦେଇଛନ୍ତି । ବିହାର ବିକାଶକୁ ନୂଆ ଉଚ୍ଚତାକୁ ନେବା ପାଇଁ ଆମେ ସଂକଳ୍ପବଦ୍ଧ' ।

'ବିହାରରେ ଜଙ୍ଗଲରାଜ ଥିବା ବେଳେ କଣ କଣ ହେଉଥିଲା ସମସ୍ତେ ଜାଣନ୍ତି । ସର୍ବ ସମ୍ମୁଖରେ ମତଦାନ କେନ୍ଦ୍ରରେ ହିଂସା ହେଉଥିଲା । ଜଙ୍ଗଲରାଜରେ ସର୍ବସାଧାରଣରେ ଭୋଟ୍ ବାକ୍ସ ଲୁଟ୍ ହେଉଥିଲା । ଏବେ ବିହାର ରେକର୍ଡ ଓ ଶାନ୍ତିପୂର୍ଣ୍ଣ ମତଦାନ କରିଛି । ୨୦୦୫ ପୂର୍ବରୁ ଶହ ଶହ ସ୍ଥାନରେ ରିପୁଲିଂ ହେଉଥିଲା । ୧୯୯୫ ଓ ୨୦୦୦ରେ ଦେଢ଼ ହଜାରରୁ ଅଧିକ ସ୍ଥାନରେ ରିପୁଲିଂ ହୋଇଥିଲା । ଏଥର ୨ଟି ପର୍ଯ୍ୟାୟ ନିର୍ବାଚନରେ ରିପୁଲିଂର ଆବଶ୍ୟକତା ପଡ଼ିନାହିଁ' ।

'ଏବେ ଦେଶର ଯୁବ ମତଦାତା SIRକୁ ସମର୍ଥନ କରୁଛନ୍ତି । ସବୁ ସ୍ଥାନରେ ଭୋଟର ଲିଷ୍ଟର ଶୁଦ୍ଧିକରଣ କରାଯାଉ । ବିହାର ଭାରତକୁ ଗଣତନ୍ତ୍ରର ଜନନୀ ହେବାର ଗୌରବ ଦେଇଛି । ଗଣତନ୍ତ୍ର ଉପରେ ଆକ୍ରମଣ କରୁଥିବା ଲୋକଙ୍କୁ ଧୂଳି ଚଟାଇଛି ବିହାର । ବିହାର ଦେଖାଇ ଦେଇଛି, ମିଛ ପରାଜିତ ହୁଏ । ବିହାର ପ୍ରମାଣିତ କରିଛି, ଜନବିଶ୍ବାସର ବିଜୟ ହୁଏ । ଜାମିନରେ ଥିବା ଲୋକଙ୍କର ଜନତା ସାଥ୍ ଦେବ ନାହିଁ । ଏବେ ଭାରତରେ ତୁଷ୍ଟୀକରଣର କୌଣସି ସ୍ଥାନ ନାହିଁ । ଏବେ ତୁଷ୍ଟୀକରଣର ସ୍ଥାନ ନେଇଛି ସନ୍ତୁଷ୍ଟୀକରଣ । ସନ୍ତୁଷ୍ଟୀକରଣ ସବୁଠାରୁ ବଡ଼ ସମ୍ମାନ । ଦେଶର ସବୁ ଅଂଶରେ, ସବୁ ପରମ୍ପରାରେ ଲୋକେ NDAକୁ ବିଶ୍ବାସ ଓ ଆଶାର ସହ ଦେଖୁଛନ୍ତି । ମହାନଗରରୁ, ଗ୍ରାମାଞ୍ଚଳ ଯାଏଁ ଲୋକେ ସବୁଠି NDA ଉପରେ ଆସ୍ଥା ପ୍ରକଟ କରିଛନ୍ତି' ।

'୨୦ ବର୍ଷ ପରେ ବି NDA ସରକାରକୁ ବାଛୁଛନ୍ତି । ଭାରତୀୟ ରାଜନୀତିର ନୂଆ ଆଧାର ପ୍ରୋ ପିପୁଲ୍ ଧାରା । ଦଶକ ଦଶକ ଧରି ଦେଶ ଶାସନ କରିଥିବା ଦଳ ଉପରୁ ଲୋକଙ୍କ ଭରସା ଉଠିଯାଉଛି । ବହୁ ରାଜ୍ୟରେ ଦୀର୍ଘ ଦଶନ୍ଧି ଧରି କଂଗ୍ରେସ ଶାସନକୁ ଆସିନାହିଁ । ଗତ ୩ଟି ଲୋକସଭା ନିର୍ବାଚନରେ କଂଗ୍ରେସ ୩ ଅଙ୍କ ଛୁଇଁପାରି ନାହିଁ । ୨୦୨୪ ପରେ ୬ଟି ବିଧାନସଭା ନିର୍ବାଚନରେ କଂଗ୍ରେସ ୧୦୦ଟି ବି ସିଟ୍ ଜିତିନାହିଁ । ଏଥର ବିହାରରେ ବିଜେପି ଜିତିଥିବା ଆସନଠାରୁ କଂଗ୍ରେସ ୬ଟି ନିର୍ବାଚନରେ କମ୍ ଜିତିଛି । କଂଗ୍ରେସର ରାଜନୀତିର ଆଧାର କେବଳ ନିଗେଟିଭ୍ ପଲିଟିକ୍ସ ହୋଇଯାଇଛି' ।

'କଂଗ୍ରେସ ପାଖରେ ଦେଶ ପାଇଁ କୌଣସି ପଜିଟିଭ୍ ଭିଜନ ନାହିଁ । ଏବେ କଂଗ୍ରେସ ମୁସଲିମ ଲିଗ, ମାଓବାଦୀ କଂଗ୍ରେସ(MMC) ପାଲଟିଯାଇଛି । କଂଗ୍ରେସର ପୁରା ଏଜେଣ୍ଡା ଏହି ଆଧାରରେ ଚାଲିଛି । ଏବେ କଂଗ୍ରେସ ଭିତରେ ବି ଏହା ବିରୋଧରେ ବିରୋଧ ସୃଷ୍ଟି ହେଉଛି । କଂଗ୍ରେସ ବିରୋଧରେ ବି ଦଳର ଏଜେଣ୍ଡା ବିରୋଧରେ ଅସନ୍ତୋଷ ବଢୁଛି । ଆଗକୁ କଂଗ୍ରେସର ଆଉ ଏକ ବିଭାଜନ ହୋଇପାରେ । କଂଗ୍ରେସ ନିଗେଟିଭ୍ ପଲିଟିକ୍ସରେ ସମସ୍ତଙ୍କୁ ବୁଡ଼ାଉଛି । କଂଗ୍ରେସର ସହଯୋଗୀ ଦଳ ବି ଏକଥା ବୁଝିଲେଣି । କଂଗ୍ରେସ ନେତା ବିହାରରେ ନିଜେ ବୁଡ଼ିବା ଓ ଅନ୍ୟକୁ ବୁଡ଼ାଇବାର ଅଭ୍ୟାସ କଲେ' ।

'ମୁଁ କଂଗ୍ରେସର ସହଯୋଗୀଙ୍କୁ ଚେତାଇ ଦେଇଥିଲି । କଂଗ୍ରେସ ଏକ ପରଜୀବୀ ବୋଲି ପୂର୍ବରୁ କହିଥିଲି । ନିଜ ସହଯୋଗୀଙ୍କ ଭୋଟ୍ ବ୍ୟାଙ୍କ ବୁଡ଼ାଇ ନିଜେ ତିଷ୍ଠି ରହିବାକୁ ଉଦ୍ୟମ କରିଛି । କଂଗ୍ରେସ ପ୍ରତି ସାବଧାନ ରହିବା ଆବଶ୍ୟକ । କଂଗ୍ରେସ ଓ RJDର ଝଗଡ଼ା ଖୁବଶୀଘ୍ର ସାମ୍ନାକୁ ଆସିବ । ବିହାର ବିଜୟ ଏକ ନୂଆ ଆଶା ଆଣିଛି । ବିହାର ବିଜୟ ଆମକୁ ନୂଆ ଦାୟିତ୍ବ ଦେଇଛି । ବିହାର ଆଗାମୀ ୫ ବର୍ଷ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ । ବିଜେପିର କର୍ମଠ କର୍ମକର୍ତ୍ତା ଦୃଢ଼ ନିଷ୍ପତ୍ତି ନେଲେ କିଛି ବି ଅସମ୍ଭବ ହୁଏ ନାହିଁ । କେରଳ, ପୁଡୁଚେରୀ, ପଶ୍ଚିମବଙ୍ଗ, ତାମିଲନାଡୁ ବିଜେପି କର୍ମକର୍ତ୍ତାଙ୍କୁ ଉତ୍ସାହ ମିଳିଛି । ବିହାର ବେଙ୍ଗଲ ବିଜୟର ରାସ୍ତା ତିଆରି କରିଛି । ପଶ୍ଚିମବଙ୍ଗରୁ ବି ଜଙ୍ଗଲରାଜର ମୂଳୋତ୍ପାଟନ କରାଯିବ । ଅନ୍ୟପଟେ ଜମ୍ମୁ-କାଶ୍ମୀର ଏବଂ ଓଡ଼ିଶାର ନୂଆପଡ଼ାବାସୀଙ୍କୁ ବି କୃତଜ୍ଞତା ଜଣାଇଛନ୍ତି ମୋଦି' ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election | PM Modi says Bihar supported SIR, calls for ‘purification’ of voter rolls | Argus News