Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୁଁ ୧.୪ ଆରବ ଭାରତୀୟଙ୍କ ତରଫରୁ ବିନମ୍ରତାର ସହ ସ୍ବୀକାର କରୁଛି: ମୋଦି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମୁଁ ୧.୪ ଆରବ ଭାରତୀୟଙ୍କ ତରଫରୁ ବିନମ୍ରତାର ସହ ସ୍ବୀକାର କରୁଛି: ମୋଦି

Key Points

ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ

`ଅଫିସର ଅଫ ଦି ଅର୍ଡ଼ର ଅଫ ଦି ଷ୍ଟାର ଅଫ ଘାନା' ସମ୍ମାନରେ ସମ୍ମାନିତ

ମୁଁ ୧.୪ ଆରବ ଭାରତୀୟଙ୍କ ତରଫରୁ ବିନମ୍ରତାର ସହ ସ୍ବୀକାର କରୁଛି

ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ । ଘାନା ରାଷ୍ଟ୍ରପତି ଜନ ମହାମା ଦ୍ବାରା ମୋଦିଙ୍କୁ ଘାନା ର ସର୍ବୋଚ୍ଚ ନାଗରିକ ସମ୍ମାନ `ଅଫିସର ଅଫ ଦି ଅର୍ଡ଼ର ଅଫ ଦି ଷ୍ଟାର ଅଫ ଘାନା' ସମ୍ମାନରେ ସମ୍ମାନିତ କରାଯାଇଛି । ମୋଦି କହିଛନ୍ତି ଏହି ସମ୍ମାନ ମୁଁ ୧.୪ ଆରବ ଭାରତୀୟଙ୍କ ତରଫରୁ ବିନମ୍ରତାର ସହ ସ୍ବୀକାର କରୁଛି ।ଘାନା ସହ ୫ଟି ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଘାନା ଗସ୍ତ ହୋଇଥିବାବେଳେ ୩୦ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା ଗସ୍ତ କରିଛନ୍ତି। ଘାନା ରାଷ୍ଟ୍ରପତିଙ୍କ ସହ ପ୍ରତିରକ୍ଷା, ଶକ୍ତି, ଅର୍ଥନୈତିକ , ଏବଂ ବିକାଶ ସହଯୋଗ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୋଦି। 


ଆଜି ତ୍ରିନିଦାଦ ଓ ଟୋବାଗୋ ଗସ୍ତ କରିବେ ପିଏମ୍ ମୋଦି। ରାଷ୍ଟ୍ରପତି କ୍ରିଷ୍ଟିନ୍ ବାର୍ଲା କାଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଲା ପ୍ରସାଦ ବିସେସାରଙ୍କୁ ଭେଟିବେ ପିଏମ ମୋଦି ।ଏହାପରେ ଜୁଲାଇ ୪ ଓ ୫ ରେ ଆର୍ଜେଣ୍ଟିନା ଗସ୍ତ କରି ରାଷ୍ଟ୍ରପତି ଜାଭିୟର ମାଇଲିଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିବେ । ୫ ତାରିଖରେ ବ୍ରାଜିଲରେ ୧୭ତମ ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବେ ପିଏମ୍ ମୋଦି । ଗସ୍ତର ଶେଷ ପର୍ଯ୍ୟାୟରେ ଜୁଲାଇ ୯ରେ ନାମିବ୍ୟା ଗସ୍ତ କରି ରାଷ୍ଟ୍ରପତି ନେତୁମ୍ବୋ ନଦୀ ନଦାଇଟ୍ବ ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pm-modi-says-matter-of-immense-pride-on-receiving-ghanas-highest-civilian-honour | Argus News