PM Modi / ପେପର ଲିକ୍ ରୋକିବାକୁ ଆସୁଛି ଆହୁରି କଡ଼ା ଆଇନ: ଛାତ୍ରଛାତ୍ରୀଙ୍କୁ ଭରସା ଦେଲେ ପ୍ରଧାନମନ୍ତ୍ରୀ ମୋଦି
·1 hour ago·2 min read

Key Points
ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା
ପେପର ଲିକ୍ ରୋକିବାକୁ ଆସୁଛି ଆହୁରି କଡ଼ା ଆଇନ
ପେପର ଲିକ୍ ମାମଲା ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରସ୍ତାବ
ଦୋଷୀଙ୍କୁ ମିଳିବ ଆହୁରି କଠୋର ଦଣ୍ଡ
ଆଜି କ୍ୟାବିନେଟରେ ନିଆଯିବ ବଡ଼ ନିଷ୍ପତ୍ତି
ସଂସଦରେ ଶୀଘ୍ର ଉପସ୍ଥାପନ ହେବ ନୂଆ ବିଲ୍

ନୂଆଦିଲ୍ଲୀ:
ଦେଶରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବପିଢ଼ି ଓ ସେମାନଙ୍କ ଅଭିଭାବକଙ୍କୁ
ଏକ ଭରସାର ବାର୍ତ୍ତା ଦେଇଛନ୍ତି । ସୋସିଆଲ ମିଡିଆରେ ଜାରି କରାଯାଇଥିବା ପ୍ରାୟ ତିନି ମିନିଟର ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ପେପର
ଲିକ୍ ଭଳି ଘଟଣା ସାଧାରଣ ବିଷୟ ନୁହେଁ । ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରକୁ
କଷ୍ଟ ଦେଇଛି । ତେଣୁ ଏହାକୁ ରୋକିବା ପାଇଁ ସରକାର ଆହୁରି କଡ଼ା ଆଇନଗତ ପଦକ୍ଷେପ ନେବାକୁ ପ୍ରସ୍ତୁତ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଅଢ଼େଇ ମାସ ମଧ୍ୟରେ ପେପର ଲିକ୍ ଘଟଣାକୁ ରୋକିବା ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନେ ବର୍ତ୍ତମାନ ଜେଲରେ ଅଛନ୍ତି ।
ମୋଦି କହିଛନ୍ତି, ସରକାରଙ୍କ ସବୁଠୁ ବଡ଼ ଲକ୍ଷ୍ୟ ଥିଲା ଯେପରି କୌଣସି ଛାତ୍ରଛାତ୍ରୀଙ୍କ ଗୋଟିଏ ବର୍ଷ ନଷ୍ଟ ନ ହେଉ । ସେଥିପାଇଁ ସବୁଠୁ କମ୍ ସମୟ ମଧ୍ୟରେ ପୁଣିଥରେ ପରୀକ୍ଷା ଆୟୋଜନ କରାଯାଇଥିଲା । ସରକାର ସମସ୍ତ ଶକ୍ତି ଲଗାଇ କମ ସମୟ ମଧ୍ୟରେ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସଫଳତାର ସହ କରାଇଥିଲେ । ଗତ ୧୯ ତାରିଖରେ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି ଏବଂ ଦେଶର ବିଭିନ୍ନ ସ୍ଥାନରୁ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କ ଖୁସିର ଖବର ଆସୁଛି ।
ତେବେ ଏତିକିରେ ସରକାର ସନ୍ତୁଷ୍ଟ ନୁହଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଭବିଷ୍ୟତରେ ଆଉ କୌଣସି ଛାତ୍ରଛାତ୍ରୀଙ୍କ ପରିଶ୍ରମ ସହ ଖେଳିବାକୁ କେହି ସାହସ ନକରୁ, ସେଥିପାଇଁ ସରକାର ଆହୁରି କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି । ଗୁରୁବାର ସେ ସମ୍ପୃକ୍ତ ବିଭାଗଗୁଡ଼ିକୁ ପେପର ଲିକ୍ ମାମଲାର ଶୀଘ୍ର ଶୁଣାଣି ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗଗୁଡ଼ିକ ଦିନସାରା କାମ କରି ରାତି ସୁଦ୍ଧା ଏହାର ଖସଡ଼ା ପ୍ରସ୍ତୁତ କରି ତାଙ୍କ ପାଖକୁ ପଠାଇଛନ୍ତି । ଏହି ଖସଡ଼ାରେ ଫାଷ୍ଟ-ଟ୍ରାକ୍ କୋର୍ଟ ସହ ଦୋଷୀଙ୍କ ପାଇଁ ଆହୁରି କଠୋର ଦଣ୍ଡର ବ୍ୟବସ୍ଥା ରହିଛି ।
ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, ଏହି ଖସଡ଼ା ଉପରେ ଶୁକ୍ରବାର ତଥା ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଆଲୋଚନା କରାଯିବ । କ୍ୟାବିନେଟର ସଦସ୍ୟମାନଙ୍କ ପରାମର୍ଶ ପରେ ବିଲ୍କୁ ଅନ୍ତିମ ରୂପ ଦିଆଯିବ । ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭ ହେଉଥିବାରୁ, ଯଥାଶୀଘ୍ର ଏହି ବିଲ୍କୁ ସଂସଦରେ ଉପସ୍ଥାପନ କରି ପାରିତ କରିବାକୁ ସରକାର ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, ପରିଶ୍ରମ କରି ପରୀକ୍ଷା ଦେଉଥିବା ଯୁବପିଢ଼ିଙ୍କ ସ୍ୱପ୍ନ ସହ ଖେଳୁଥିବା କାହାକୁ ମଧ୍ୟ ଛଡ଼ାଯିବ ନାହିଁ । ପେପର ଲିକ୍ ଭଳି ଘଟଣା କେବଳ ପରୀକ୍ଷା ବ୍ୟବସ୍ଥାକୁ ନୁହେଁ, ଛାତ୍ରଛାତ୍ରୀଙ୍କ ବିଶ୍ୱାସକୁ ମଧ୍ୟ ଆଘାତ କରେ । ତେଣୁ ଦୋଷୀଙ୍କୁ ଶୀଘ୍ର ଓ କଠୋର ଦଣ୍ଡ ମିଳିବା ସହ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ଆଇନକୁ ଆହୁରି ମଜଭୁତ କରାଯିବ ବୋଲି କହିଛନ୍ତି ।
ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପରିଶ୍ରମର ମୂଲ୍ୟ ରହିଛି ଏବଂ ସେମାନଙ୍କ ଭବିଷ୍ୟତ ସହ କୌଣସି ପ୍ରକାର ଖେଳକୁ ସରକାର ସହ୍ୟ କରିବେ ନାହିଁ । ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ବିଶ୍ୱାସ ଓ ନ୍ୟାୟ ରକ୍ଷା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଏହି ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଭରସା ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories