ଜଣେ ସାଧାରଣ ଲୋକଙ୍କୁ ଜୋତା ପିନ୍ଧାଇ ନିଜ ବଡ଼ପଣର ପରିଚୟ ଦେଲେ ପିଏମ ମୋଦି
·1 year ago·1 min read

ସାରା ଭାରତ ଦେଖିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ହୃଦୟକୁ। ହରିଆଣାର ଯମୁନା ନଗରରେ ପିଏମ ମୋଦି ରାମପାଲ କଶ୍ୟପ ନାମକ ଜଣେ ବ୍ୟକ୍ତିଙ୍କୁ ଜୋତା ପିନ୍ଧାଇ ସମ୍ମାନିତ କରିଛନ୍ତି। ଜଣେ ସାଧାରଣ ଲୋକଙ୍କୁ ଜୋତା ପିନ୍ଧାଇ ଦେଇ ପୁଣି ନିଜ ବଡପଣର ପରିଚୟ ଦେଇଛନ୍ତି ମୋଦି।ପ୍ରଧାନମନ୍ତ୍ରୀ ମୋଦି ହରିୟାଣା ଗସ୍ତରେ ଥିବା ବେଳେ ଏକ ନିଆରା ଚିତ୍ର ଦେଖିବାକୁ ମିଳିଥିଲା ଯେଉଁଠି ମୋଦିଙ୍କୁ ଭଲପାଉଥିବା ଜଣେ ବ୍ୟକ୍ତିଙ୍କୁ ଖୋଦ୍ ପ୍ରଧାନମନ୍ତ୍ରୀ ନିଜେ ଜୋତା ପିନ୍ଧାଇ ଦେଉଥିଲେ।
ହରିୟାଣାର ରାମପାଲ କଶ୍ୟପ ନାମକ ବ୍ୟକ୍ତି ୧୪ ବର୍ଷ ତଳେ ମୋଦିଙ୍କ ପାଇଁ ଜୋତା ପିନ୍ଧିବା ଛାଡି ଦେଇଥିଲେ। ତାଙ୍କର ପଣ ଥିଲା ଯେ ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ, ଯେପର୍ଯ୍ୟନ୍ତ ତାଙ୍କୁ ନ ଭେଟିଛନ୍ତି ସେ ଯାଏଁ ସେ ଜୋତା ପିନ୍ଧିବେ ନାହିଁ। ସେବେଠାରୁ ସେ ଖାଲି ପାଦରେ ଥିଲେ ଆଉ ଗତକାଲି ମୋଦିଙ୍କୁ ଭେଟିବା ପରେ ନିଜେ ମୋଦି ତାଙ୍କୁ ଜୋତା ପିନ୍ଧାଇ ଦେଇ ସବୁ ଦିନ ଜୋତା ପିନ୍ଧିବାକୁ କହିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: