Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭିକ୍ଟ୍ରି ଡେ ପରେଡରେ ଭାଗ ନେବେନି ମୋଦି

Smruti Parija
Browse all articles by Smruti Parija
·1 year ago·1 min read
ଭିକ୍ଟ୍ରି ଡେ ପରେଡରେ ଭାଗ ନେବେନି ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କ ଋଷିଆ ଗସ୍ତ ବାତିଲ । ମେ ୯ରେ ମସ୍କୋରେ ହେବାକୁ ଥିବା ଭିକ୍ଟ୍ରି ଡେ ପରେଡରେ ଭାଗ ନେବେନି ମୋଦି । କ୍ରେମଲିନ ମୁଖପାତ୍ର ପେସକୋଭ୍‌ଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପହଲଗାମ୍ ରେ ଆତଙ୍କୀ ହମଲା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଦେଶ ନିଜ ସୁରକ୍ଷାକୁ ଅଧିକ ଗୁରୁତ୍ତ୍ୱ ଦେଉଛି । ଭାରତ ପହଲଗାମ୍ ଆକ୍ରମଣକୁ ଖୁବ ଗମ୍ଭୀରତାର ସହ ନେଇଛି । ଦେଶରେ ବର୍ତ୍ତମାନ ସ୍ଥିତିକୁ ସମ୍ଭାଳିବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଯେ କୌଣସି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଠାରୁ ଅଧିକ ଜରୁରୀ ହୋଇପଡିଛି ।


ଅନ୍ୟପଟେ ବଡ଼ ଆକ୍ସନର ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ଘୋଷଣାକୁ ବାକି । ଆଉ କିଛି ସମୟ ପରେ ଆସିପାରେ ବଡ଼ ଘୋଷଣା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା CCS ମିଟିଂ ଶେଷ ହୋଇଛି । ପଲିଟିକାଲ୍ ଆଫେୟାର କ୍ୟାବିନେଟ୍ କମିଟି ମିଟିଂ ବି ଶେଷ ହୋଇଛି । ଏ ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି । ପହଲଗାମ ଦୋଷୀଙ୍କୁ ପ୍ରହାର ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆକ୍ସନ ପାଇଁ ସେନାକୁ ଗ୍ରୀନ ସିଗନାଲ୍ ଦିଆଯାଇଛି । ଅପରେସନର ଟାର୍ଗେଟ୍ ଓ ସମୟ ସ୍ଥିର କରିବ ସେନା । ପରବର୍ତ୍ତୀ ପଦକ୍ଷେପ ପାଇଁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ସେନା ଉପରେ ଦେଶର ଭରସା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Sponsored
pm-modi-skips-russias-victory-day-parade-security-concerns | Argus News