Bihar Election / 'କଂଗ୍ରେସ ବେକରେ ଛୁରି ଲଗାଇ CM ପଦ ନେଇଯାଇଛି RJD'

Key Points
ବିହାର ଆରାରେ ମହାଗଠବନ୍ଧନ ଉପରେ ବର୍ଷିଲେ ପିଏମ୍ ମୋଦି । କହିଲେ- କଂଗ୍ରେସ ଓ ଆରଜେଡି ଭିତରେ ଅନେକ ବିବାଦ । ଛୁରି ଲଗାଇ ସିଏମ୍ ପଦ ଛଡାଇ ନେଇଛି ଆରଜେଡି । କଂଗ୍ରେସ ବେକରେ ଛୁରି ଲଗାଇ ଆରଜେଡି ଏଭଳି କରିଛି । RJDର ଜଙ୍ଗଲରାଜ୍ ବିହାରକୁ ଫମ୍ପା କରିଦେଇଛି । କଂଗ୍ରେସକୁ ଧମକ ଦେଇ ଘୋଷଣା କରାଇଲା ଆରଜେଡି । ବିହାରରେ ପୁଣି ଜଙ୍ଗଲରାଜ୍ ଆସବାକୁ ଦେବୁ ନାହିଁ ।
ସେପଟେ ମୁଜାଫରପୁର ଜନସଭାରେ ଲାଲୁ ଓ ସୋନିଆଙ୍କ ଉପରେ ବର୍ଷିଲେ କେନ୍ଦ୍ର ଗହୃମନ୍ତ୍ରୀ ଅମିତ ଶାହ । କହିଲେ, ଲାଲୁ ଏବଂ ସୋନିଆ ଦେଶ ବିଷୟରେ ଚିନ୍ତା କରନ୍ତି ନାହିଁ । ଲାଲୁ ତାଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଏବଂ ସୋନିଆ ତାଙ୍କ ପୁଅକୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଏବଂ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇଥିବାରୁ ସେମାନଙ୍କର ଇଚ୍ଛା କେବେ ପୂରଣ ହେବ ନାହିଁ ।
ତେବେ ଏହାରି ଭିତରେ ଶନିବାର ଜେଭିସି ସଂସ୍ଥା ପକ୍ଷରୁ ବିହାର ବିଧାନସଭା ନିର୍ବାଚନ ରେଜଲ୍ଟ ବାବଦରେ ସର୍ଭେ କରାଯାଇଛି । ଏଥିରେ ଏନ୍ଡିଏ କ୍ଷମତା ବଜାୟ ରଖିବ ରିପୋର୍ଟ ପ୍ରକାଶ ପାଇଛି । ସର୍ଭେ ରିପୋର୍ଟ ଅନୁଯାୟୀ, ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଏନ୍ଡିଏ ୧୨୦ରୁ ୧୪୦ ଆସନ ପାଇବ ବୋଲି ଆକଳନ କରାଯାଇଥିବା ବେଳେ ମହାମେଣ୍ଟ ୯୩ରୁ ୧୧୨ ଆସନ ଜିତିପାରେ।
ଅନ୍ୟପକ୍ଷରେ ବିଜେପି ୭୦ରୁ ୮୧ଟି ଆସନ ସହ ବିଧାନସଭାରେ ସବୁଠାରୁ ବଡ଼ ଦଳ ହେବ ବୋଲି ଆଶା କରାଯାଉଛି। ଜେଡିୟୁ ୪୨ରୁ ୪୮, ଏଲ୍ଜେପି (ଆର୍ଭି) ୫ରୁ ୭, ଏଚ୍ଏଏମ୍ (ଏସ୍) ୨ ଏବଂ ଆର୍ଏଲ୍ଏମ୍ ୧ରୁ ୨ଟି ଆସନ ଜିତିପାରେ। ମହାମେଣ୍ଟରେ ଆର୍ଜେଡି ୬୯ରୁ ୭୮, କଂଗ୍ରେସ ୯ରୁ ୧୭, ସିପିଆଇ(ଏମ୍ଏଲ୍) ୧୨ରୁ ୧୪, ସିପିଆଇ ୧ ଓ ସିପିଏମ୍ ୧ରୁ ୨ଟି ଆସନ ପାଇପାରେ।
ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ହୋଇଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି କେବଳ ଗୋଟିଏ ଆସନ ସହ ଖାତା ଖୋଲିପାରେ। ଅନ୍ୟପକ୍ଷରେ ଏଆଇଏମ୍ଆଇଏମ୍, ବିଏସ୍ପି ଓ ଅନ୍ୟମାନେ ୮ରୁ ୧୦ଟି ଆସନ ପାଇବା ସମ୍ଭାବନା ରହିଛି।
ଜେଭିସି ପୋଲ୍ ସର୍ଭେ ଅନୁଯାୟୀ, ତେଜସ୍ୱୀ ଯାଦବ ୩୩ ପ୍ରତିଶତ ସମର୍ଥନ ସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ପସନ୍ଦର ଚେହେରା। ନୀତୀଶ କୁମାର ୨୯ ପ୍ରତିଶତ ସହ ଦ୍ୱିତୀୟ ଏବଂ ଚିରାଗ ପାସୱାନ ଓ ପ୍ରଶାନ୍ତ କିଶୋର ପ୍ରତ୍ୟେକ ୧୦ ପ୍ରତିଶତ ସହ ତୃତୀୟ ସ୍ଥାନରେ ଅଛନ୍ତି।
📱 Get Argus News App
✨Related Topics
Explore more stories