Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦେଶର ନିର୍ବାଚନୀ ପ୍ରସଙ୍ଗରେ ଏଣ୍ଟ୍ରି ମାରିଲା ଏମ୍ ଫ୍ୟାକ୍ଟର ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦେଶର ନିର୍ବାଚନୀ ପ୍ରସଙ୍ଗରେ ଏଣ୍ଟ୍ରି ମାରିଲା ଏମ୍ ଫ୍ୟାକ୍ଟର ?

ଅର୍ଗସ ବ୍ୟୁରୋ:  ତେଜସ୍ୱୀ ଯାଦବଙ୍କ ଏହି ଭିଡିଓ ପରେ ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି ମାଛ ଓ ମଟନ୍। 9 ନଭେମ୍ବରରେ ତେଜସ୍ୱୀ ଯାଦବ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏହି ଭିଡିଓ। ପୋଷ୍ଟ ଉପରେ ତେଜସ୍ୱୀ ଲେଖିଥିଲେ ନିର୍ବାଚନୀ ବ୍ୟସ୍ତତା ଭିତରେ ହେଲିକ୍ୟାପଟରରେ ଭୋଜନ। ତାରିଖ 8- 4- 2024। ଏପଟେ ତେଜସ୍ୱୀଙ୍କର ଭିଡିଓ ଆସିଲା ତ ସେପଟେ ଭିଡିଓର ସମୟକୁ ନେଇ ବିଜେପି କଲା ଆକ୍ରମଣ। ଦଳର ଅଭିଯୋଗ ନବରାତ୍ରୀ ପୂର୍ବଦିନ ମାଛ ଖାଇବାର ଭିଡିଓ ପୋଷ୍ଟ କରିବା ପଛରେ ରହିଛି ତୁଷ୍ଟିକରଣ ରାଜନୀତି।

ନବରାତ୍ରୀ ପୂର୍ବଦିନ ମାଛ ଖିଆକୁ ନେଇ ଯେତେବେଳେ ପ୍ରଶ୍ନ ଉଠିଲା ସଫେଇ ରଖିଲେ ତେଜସ୍ୱୀ। କହିଲେ ବିଜେପିର ଆଇ କ୍ୟୁ ଟେଷ୍ଟ କରିବାକୁ ପୋଷ୍ଟ କରିଥିଲି ଏହି ଭିଡିଓ। ଲାଲୁ ନନ୍ଦନଙ୍କୁ କଣ ଜଣାଥିଲା ଆଇ କ୍ୟୁ ଟେଷ୍ଟ କରୁ କରୁ ବିଜେପି ହାତରେ ଧରାଇଦେବେ ଏକ ବଡ଼ ନିର୍ବାଚନୀ ପ୍ରସଙ୍ଗ। ନିଜେ ତ ଫସିଲେ ରାହୁଲ ଗାନ୍ଧିଙ୍କୁ ମଧ୍ୟ ବିବାଦ ଭିତରକୁ ଟାଣି ଆଣିଲେ। ଆଉ ଉଦ୍ଧାମପୁର ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମନେ ପକାଇଦେଲେ କେମିତି ଶ୍ରାବଣରେ ଲାଲୁଙ୍କ ଘରେ ମଟନ ରୋଷେଇ ଶିଖୁଥିଲେ ରାହୁଲ ଗାନ୍ଧି। ଏହା ମୋଗଲ ମାନସିକତା କହି ଉଭୟ ତେଜସ୍ୱୀ ଓ ରାହୁଲଙ୍କୁ ପିଏମ କରିଥିଲେ ଜୋରଦାର ପ୍ରହାର। ବିଜେପି ହାତରେ ତେଜସ୍ୱୀ ଧରାଇଥିବା ନିର୍ବାଚନୀ ମାଛ ପ୍ରସଙ୍ଗ ଏବେ ବିରୋଧୀଙ୍କ ଗଳାରେ କଣ୍ଟା ହୋଇ ଲାଗିଛି ନା ଗିଳି ପାରୁଛନ୍ତି ନା କାଢି ପାରୁଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi Slams Opposition Leaders For Eating Non-Veg During Sawan | Argus News