Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିରୋଧୀଙ୍କ ଉପରେ ବର୍ଷିଲେ ପିଏମ ମୋଦି 

Manini Pattanayak
Browse all articles by Manini Pattanayak
·1 year ago·1 min read
ବିରୋଧୀଙ୍କ ଉପରେ ବର୍ଷିଲେ ପିଏମ ମୋଦି 

ନୂଆଦିଲ୍ଲୀ:  ଜମଶେଦପୁରରେ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଲେ ପିଏମ ମୋଦି । ଝାଡ଼ଖଣ୍ଡରେ ବର୍ଷା କାରଣରୁ ରୋଡ ସୋ ବାତିଲ ହେବା ପରେ ପିଏମ ମୋଦି ନିର୍ବାଚନୀ ସଭା ମଞ୍ଚରୁ ଝାଡ଼ଖଣ୍ଡର 3 ଶତ୍ରୁଙ୍କ ପର୍ଦ୍ଦାଫାସ କରିଛନ୍ତି । JMM , RJD ଓ କଂଗ୍ରେସକୁ ଝାଡ଼ଖଣ୍ଡର ମୁଖ୍ୟ ଶତ୍ରୁ ବୋଲି କହି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦି । RJDକୁ ସୁବିଧାବାଦୀ ଦଳ କହିବା ସହ, JMM ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ କରିଛନ୍ତି ପିଏମ । ଏହାସହିତ କଂଗ୍ରେସର ରାଜ୍ୟ ବିକାଶ ନୁହେଁ ବରଂ ଲୋକଙ୍କୁ ଲୁଟ କରିବାକୁ ଚାହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 

 କିଛିଦିନ ପୂର୍ବରୁ ନିଯୁକ୍ତି ରାଲିରେ ରାଞ୍ଚିରେ 15 ରୁ ଅଧିକ ଯୁବକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଦୋଷୀ କରିଛନ୍ତି ପିଏମ ମୋଦି । ରାଜ୍ୟରେ ବିଜେପି ସରକାର ଗଢ଼ିଲେ ଏନେଇ ସ୍ବତନ୍ତ୍ର ଆଇନ ଅଣାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପିଏମ ମୋଦି । ଆଜି ରାଞ୍ଚିରୁ 6 ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି  ପ୍ରଧାନମନ୍ତ୍ରୀ ମୋଦି । ଏହାସହିତ ରାଜ୍ୟବାସୀଙ୍କୁ କରମା ପର୍ବ ଅସବରରେ ଅଭିନନ୍ଦନ ଜଣାଇଥିଲେ ମୋଦି ।
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi slams RJD, JMM & Congress, calls them three enemies of Jharkhand at Jamshedpur rally | Argus News