ଦ୍ୱିତୀୟ ପାଳିର ଶେଷ ଅଧିବେଶନ ପୂର୍ବରୁ ବିରୋଧୀଙ୍କୁ ମୋଦିଙ୍କ ଆହ୍ୱାନ

ଅର୍ଗସ ବ୍ୟୁରୋ: ଗୁରୁବାର ସଂସଦରେ ଉପସ୍ଥାପିତ ହେବ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ୍ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସକରାତ୍ମକ ଆଲୋଚନା ପାଇଁ ବିରୋଧୀଙ୍କୁ ଦେଇଛନ୍ତି ଆହ୍ବାନ। ପିଏମ୍ କହିଛନ୍ତି, ନୂଆ ଭାରତ ଉପରେ ଦୁନିଆର ଭରସା ରହିଛି । ନିର୍ବାଚନ ପୂର୍ବରୁ ଶେଷ ଅଧିବେଶନକୁ ଦେଶ ଦେଖୁଛି । ଏହା ଶେଷ ଅଧିବେଶନ ପଶ୍ଚାତାପର ଶେଷ ସୁଯୋଗ । ସଂସଦରେ ହଙ୍ଗାମାକାରୀଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ହଙ୍ଗାମାକାରୀ ଆତ୍ମସମୀକ୍ଷା କରନ୍ତୁ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ନୂତନ ସରକାର ଗଠନ ପରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ୍ । ଦେଶ ବିକାଶ ଆଡ଼କୁ ଗତି କରୁଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣ ସରକାରଙ୍କ ଦୂରଦୃଷ୍ଟି ଏବଂ ନୀତି ଉପରେ ବ୍ୟାପକ ଦିଗ ଦେବ । ଅନ୍ୟପଟେ ପ୍ରଧାନମନ୍ତ୍ରୀ କହିଛନ୍ତି, 26 ଜାନୁଆରୀରେ ନାରୀ ଶକ୍ତିର ପରାକ୍ରମ ଆମେ ଦେଖିଲୁ । ଲୋକସଭା ତଥା ରାଜ୍ୟସଭାରେ ମହିଳାଙ୍କ ସଂରକ୍ଷଣ ପାଇଁ ବିଲ୍ ପାସ୍ ହେବା ପରେ ନୂତନ ସଂସଦ ଗୃହରେ ଏହା ପ୍ରଥମ ବଜେଟ୍ ଅଧିବେଶନ ଗୁରୁତ୍ବ ବହନ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଗୁରୁବାର ପ୍ରଥମ ଥର ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦର ଏହି ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଅଧିବେଶନ ଫେବୃଆରୀ 9 ପର୍ଯ୍ୟନ୍ତ ଚାଲିବ । ଆଗକୁ ନିର୍ବାଚନ ହେବାକୁ ଥିବାରୁ ଏହି ବଜେଟ ଉପରେ ରହିଛି ଦେଶବାସୀଙ୍କ ନଜର ।
📱 Get Argus News App
✨ଅଧିକ ପଢ଼ନ୍ତୁ ଦେଶ ଖବର: