Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତେଲେଙ୍ଗାନାରେ ରାହୁଲ ଗାନ୍ଧିଙ୍କୁ ମୋଦିଙ୍କ ଟାର୍ଗେଟ୍

National

ତେଲେଙ୍ଗାନାରେ ରାହୁଲ ଗାନ୍ଧିଙ୍କୁ ମୋଦିଙ୍କ ଟାର୍ଗେଟ୍

Banajyotshna Ray
Browse all articles by Banajyotshna Ray
·2 years ago·1 min read
ତେଲେଙ୍ଗାନାରେ ରାହୁଲ ଗାନ୍ଧିଙ୍କୁ ମୋଦିଙ୍କ ଟାର୍ଗେଟ୍

ଅର୍ଗସ ବ୍ୟୁରୋ: ତେଲେଙ୍ଗାନା ମାଟିରୁ ବିରୋଧୀ INDI ମେଣ୍ଟ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ଗର୍ଜନ। ରାହୁଲ ଗାନ୍ଧିଙ୍କ ନାରୀ ଶକ୍ତି ବିରୋଧୀ ବୟାନ ନେଇ ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଆକ୍ରମଣ। ମୋଦି କହିଲେ ଗୋଟିଏ ପଟେ ଶକ୍ତିକୁ ବିନାଶ କରିବା କଥା କହୁଥିବା ଲୋକେ, ଅନ୍ୟପଟେ ନାରୀ ଶକ୍ତିକୁ ପୂଜା କରୁଥିବା ଲୋକ ଅଛନ୍ତି । ମୋ ପାଇଁ ସବୁ ମା ଶକ୍ତିର ରୂପ। ସବୁ ଝିଅ ଶକ୍ତିର ରୂପ। ମୁଁ ସବୁ ମା ଓ ଭଉଣୀଙ୍କୁ ଶକ୍ତି ରୂପରେ ପୂଜା କରେ।3 ଦିନ ଧରି ଦକ୍ଷିଣ ଭାରତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ। କେରଳ, ଆନ୍ଧ୍ରପ୍ରଦେଶରୁ ନେଇ କର୍ଣ୍ଣାଟକ, ତାମିଲନାଡୁରୁ ନେଇ ତେଲେଙ୍ଗାନା ମୋଦିଙ୍କ ମାରାଥନ୍ କ୍ୟାମ୍ପେନ୍। ପ୍ରଧାନମନ୍ତ୍ରୀ ବିଶାଳ ଜନସଭାକୁ କରୁଛନ୍ତି ସମ୍ବୋଧନ। ଆଉ ପୁରା ପିଏମଙ୍କ ଏ କାର୍ଯ୍ୟକ୍ରମ ମାଧ୍ୟମରେ ପୁରା ଦକ୍ଷିଣ ଭାରତରେ ଦେଖିବାକୁ ମିଳୁଛି ବିଜେପି ପ୍ରତି ପ୍ରବଳ ଜନସମର୍ଥନ ।

ପ୍ରଧାନମନ୍ତ୍ରୀଙ୍କ ଜନସଭା ଆୟୋଜିତ ହେଉଥିବା ଏ ସବୁ ସ୍ଥାନ ବିଜେପିର ପାରମ୍ପରିକ ଆସନ ନୁହେଁ। କିନ୍ତୁ ପିଏମଙ୍କ ରାଲିରେ ଏ ଭିଡ଼ ଦର୍ଶାଉଛି ଦକ୍ଷିଣ ଭାରତରେ ବଦଳୁଛି ପଲିଟିକାଲ୍ ଇକ୍ବେସନ୍। ଇଏ ମୋଦିଙ୍କ 400 ପାର୍ ନାରାର ଦମ୍। ଦକ୍ଷିଣ ଭାରତରେ ବଢୁଛି ବିଜେପିର ଶକ୍ତି । କେରଳ, କର୍ଣ୍ଣାଟକ, ଆନ୍ଧ୍ର, ତାମିଲନାଡୁ ଓ ତେଲେଙ୍ଗାନାରେ ବିଜେପି ଅଭୂତପୂର୍ବ ସଫଳତା ପାଇବ ବୋଲି କରାଯାଉଛି ଆକଳନ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi targets INDIA bloc over 'Shakti remark; twisted meaning, says Rahul | Argus News