Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Somnath Swabhiman Parv / ୧୦୦୦ ବର୍ଷ ପାଇଁ ଜାଳିଲେ ହଜାରେ ଦୀପ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
୧୦୦୦ ବର୍ଷ ପାଇଁ ଜାଳିଲେ ହଜାରେ ଦୀପ
Somnath Swabhiman Parv

Key Points

ଝାରସୁଗୁଡ଼ା ସ୍ଥିତ ବାବା ଝାଡେଶ୍ୱର ଶୈବପୀଠରେ ପୂଜାର୍ଚ୍ଚନା ସହ ଦୀପ ପ୍ରଜ୍ଜ୍ୱଳନ କରି ସୋମନାଥ ସ୍ୱାଭିମାନ ପର୍ବ ପାଳନ କରିଥିଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ।

ହର ହର ମହାଦେବ ମନ୍ତ୍ରରେ କମ୍ପିଲା ପରିବେଶ । ସବୁଠି ପାଳନ ହେଲା ସୋମନାଥ ସ୍ୱାଭିମାନ ପର୍ବ । ଗାଁଠୁ ସହର ସବୁ ଶୈବପୀଠରେ ଜଳିଲା ଦୀପ, ମହାଦେବଙ୍କୁ କରାଗଲା ଆରାଧନା । ଗୁଜରାଟର ସୋମନାଥ ମନ୍ଦିର ଉପରେ ମହମୁଦ ଗଜନୀର ପ୍ରଥମ ଆକ୍ରମଣର ହଜାରେ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ସଭ୍ୟତାର ଅଦମ୍ୟ ସାହସ ଓ ନିରନ୍ତରତାକୁ ସ୍ମରଣ ପାଇଁ ସାରା ଦେଶରେ ପାଳନ ହେଉଛି ସୋମନାଥ ସ୍ବାଭିମାନ ପର୍ବ ।

ଗୁଜରାଟର ପ୍ରସିଦ୍ଧ ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣର ହଜାରେ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟରେ କରାଯାଇଛି ମହାଦେବଙ୍କୁ ପୂଜାର୍ଚ୍ଚନା । ଆଧ୍ୟାତ୍ମିକ, ଦିବ୍ୟ ଓ ଭବ୍ୟ ପରିବେଶ ଭିତରେ ଶୈବପୀଠରେ ମହାଦେବଙ୍କୁ କରାଯାଇଛି ଆରାଧନା । ସମ୍ବଲପୁରଠୁ ରାଜଧାନୀ, ଝାରସୁଗୁଡ଼ାରୁ କେନ୍ଦ୍ରାପଡ଼ା ସବୁଠି ଶୁଭିଲା ମହାଦେବଙ୍କ ମହାମନ୍ତ୍ର ।

ସମ୍ବଲପୁର ମାଆ ସମଲେଶ୍ବରୀଙ୍କ ପୀଠରେ ଥିବା ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜଧାନୀ ଭୁବନେଶ୍ବରରେ ସୋମନାଥ ସ୍ୱାଭିମାନ ପର୍ବ ପାଇଁ ଜଳିଲା ହଜାରେ ଦୀପ । ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଏହି ଅବସରରେ ସାମିଲ ହୋଇଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସମୀର ମହାନ୍ତି, ଏକାମ୍ର ବିଧାୟକ ବାବୁ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବହୁ କର୍ମକର୍ତ୍ତା ।

ସେହିପରି ଝାରସୁଗୁଡ଼ା ସ୍ଥିତ ବାବା ଝାଡେଶ୍ୱର ଶୈବପୀଠରେ ପୂଜାର୍ଚ୍ଚନା ସହ ଦୀପ ପ୍ରଜ୍ଜ୍ୱଳନ କରି ସୋମନାଥ ସ୍ୱାଭିମାନ ପର୍ବ ପାଳନ କରିଥିଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ।

କେନ୍ଦ୍ରାପଡାର ବିଭିନ୍ନ ଶୈବପୀଠରେ ହୋଇଥିଲା ସ୍ଵତନ୍ତ୍ର ପୂଜାର୍ଚ୍ଚନା । କଜଳା ସ୍ଥିତ ବେଲେଶ୍ଵର ମନ୍ଦିରରେ ଜିଲ୍ଲା ବିଜେପି ପକ୍ଷରୁ ମହାଦେବଙ୍କୁ ଆରାଧନା କରାଯାଇଥିଲା । କେବଳ କେନ୍ଦ୍ରାପଡ଼ା ନୁହେଁ ବରଗଡ ଜିଲ୍ଲାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ଶୈବ ପୀଠରେ ପୂଜାର୍ଚ୍ଚନା କରିଥିଲେ ଅତାବିରା ବିଧାୟକ ନିହାର ମହାନନ୍ଦ। ନବରଙ୍ଗପୁରର ପ୍ରତି ବ୍ଲକରେ ଥିବା ଶିବ ମନ୍ଦିରରେ ହୋଇଥିଲା ଦୀପ ଦାନ । ମହମୁଦ ଗଜନୀଙ୍କ ହଜାରେ ବର୍ଷ ତଳେ ଗୁଜରାଟର ସୋମନାଥ ମନ୍ଦିର ଉପରେ ପ୍ରଥମେ କରିଥିଲା ଆକ୍ରମଣ। ଭାରତୀୟ ସଭ୍ୟତାର ଅଦମ୍ୟ ସାହସ ଓ ନିରନ୍ତରତାକୁ ସ୍ମରଣ ପାଇଁ ସାରା ଦେଶରେ ପାଳନ ହେଉଛି ସୋମନାଥ ସ୍ୱାଭିମାନ ପର୍ବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Somnath Swabhiman Parv | PM Modi to celebrate India's civilisational heritage at Somnath Temple's 'Swabhiman Parv' | Argus News