Videos
|
National

ବିଜେପିର ପ୍ରାର୍ଥୀ ତାଲିକା, ବାରାଣସୀରୁ ଲଢ଼ିବେ ମୋଦି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଜେପିର ପ୍ରାର୍ଥୀ ତାଲିକା, ବାରାଣସୀରୁ ଲଢ଼ିବେ ମୋଦି

ଅର୍ଗସ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ।  ଲୋକସଭା ନିର୍ବାଚନକୁ ନେଇ ସାମ୍ୱାଦିକ ସମ୍ମିଳନୀ। 2024 ମହାଲଢ଼େଇ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ପ୍ରଥମ ପର୍ଯ୍ୟାୟରେ 195ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ବାରାଣସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ ମୋଦି। ୧୯୫ ଆସନରୁ ଘୋଷଣା କଲା ବିଜେପି।  ପ୍ରଥମ ପ୍ରାର୍ଥୀ ତାଲିକାରେ ୫୭ ଓବିସି ପ୍ରାର୍ଥୀଙ୍କୁ ଟିକେଟ। ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପ୍ରାର୍ଥୀ ଘୋଷଣା ।

ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ 34 ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାଁ ରହିଛି। ଉତ୍ତରପ୍ରଦେଶର ବାରାଣସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 195ଟି ସିଟ୍ ମଧ୍ୟରୁ ଉତ୍ତରପ୍ରଦେଶରୁ ସର୍ବାଧିକ 51ଟି, ପଶ୍ଚିମବଙ୍ଗରୁ 26, ମଧ୍ୟପ୍ରଦେଶରୁ 24, ଗୁଜରାଟରୁ 15, ରାଜସ୍ଥାନରୁ 15, ଆସାମ, ଝାଡ଼ଖଣ୍ଡ ଓ ଛତିଶଗଡ଼ ପ୍ରତ୍ୟେକ ରାଜ୍ୟରୁ 11ଟି ଲେଖାଏଁ ଆସନ, ତେଲେଙ୍ଗାନାରୁ 9, ଦିଲ୍ଲୀରୁ 5, ଜାମ୍ମୁ କାଶ୍ମୀରରୁ 2, ଉତ୍ତରାଖଣ୍ଡରୁ 3, ଅରୁଣାଚଳପ୍ରଦେଶରୁ 2ଟି, ଗୋଆ, ତ୍ରିପୁରା, ଆଣ୍ଡାମାନ ନିକୋବର, ଡାମନ ଡିଓ ଏ ସବୁ ସ୍ଥାନରୁ ଗୋଟିଏ ଲେଖାଏଁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ତାଲିକାରେ ଓଡ଼ିଶାର 21ଟି ଲୋକସଭା ଆସନ ମଧ୍ୟରୁ କୌଣସି ପ୍ରାର୍ଥୀ ପାଇଁ ଘୋଷଣା ହୋଇନାହିଁ।  ବିଦ୍ରୁଗଡ଼ରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଦେଶ ଖବର:

PM Modi to contest from Varanasi | Argus News