Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜିଠୁ ପୁଣି ଗଡ଼ିବ ତିନିଟି ନୂଆ ବନ୍ଦେ ଭାରତ : ଉଦଘାଟନ କରିବେ ମୋଦି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ଆଜିଠୁ ପୁଣି ଗଡ଼ିବ ତିନିଟି ନୂଆ ବନ୍ଦେ ଭାରତ : ଉଦଘାଟନ କରିବେ ମୋଦି

ଅର୍ଗସ ବ୍ୟୁରୋ : ଦକ୍ଷିଣ ରେଳପଥରେ ଗଡ଼ିବ ତିନିଟି ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ୍ । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ତିନିଟି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପ୍ଟେମ୍ବର ୨ରୁ ଏହି ନୂଆ ଟ୍ରେନଗୁଡ଼ିକୁ ମଦୁରାଇ-ବେଙ୍ଗାଳୁରୁ, ଚେନ୍ନାଇ- ନାଗରକୋଏଲ ଓ ମିରଟ-ଲକ୍ଷ୍ନୌ ମଧ୍ୟରେ ଚଳାଚଳ କରିବ । ମେରଟ ସିଟି ଓ ଲକ୍ଷ୍ନୌ ମଧ୍ୟରେ ବନ୍ଦେ ଭାରତ ଚଳାଚଳ ଯୋଗୁଁ ପ୍ରାୟ ଏକ ଘଣ୍ଟା ସମୟ ବଞ୍ଚିବ ।

ସେହିପରି ଚେନ୍ନାଇ ଏଗମୋର-ନାଗରକୋଏଲ ଓ ମଦୁରାଇ-ବେଙ୍ଗାଳୁରୁ ମଧ୍ୟରେ ଯଥାକ୍ରମେ ୨ ଓ ଦେଢ଼ ଘଣ୍ଟା ସମୟ ରକ୍ଷା ହୋଇପାରିବ । ଦକ୍ଷିଣ ରେଲୱେ ଜୋନର ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ରେଲୱେ ଷ୍ଟେସନ ଓ ମଦୁରାଇ ଜଙ୍କସନରେ ଏଥିପାଇଁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସାଉଥ୍ ରେଲୱେ ଜୋନରେ ପୂର୍ବରୁ ଛଅଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ରେଳବାଇ ପକ୍ଷରୁ କେବଳ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ୧୦୦ଟି ବନ୍ଦେ ଭାରତ ସହ ମୋଟ୍ ୭୭୨ଟି ନୂଆ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi | Argus News